ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫିଲ୍ମ ନିର୍ଦ୍ଦେଶକ ସଙ୍ଗୀତ ଶିବନଙ୍କ ଦେହାନ୍ତ, ମୁମ୍ବାଇର ଓଶିୱାରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ

ମୁମ୍ବାଇ,୧୦/୦୫: କେରଳର ବରିଷ୍ଠ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଙ୍ଗୀତ ଶିବନଙ୍କର ଦେହାନ୍ତ ଘଟିଛି । ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେଲା ପରିସ୍ରା ସଂକ୍ରମଣରେ ପୀଡିତ ଥାଇ ମୁମ୍ବାଇର କୋକିଳା ବେନ ଧିରୁଭାଇ ଅମ୍ବାନି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି । 

ଗୁରୁବାର ଅପରାହ୍ନ ୪ଟାରେ ମୁମ୍ବାଇର ଓଶିୱାରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୋହନଲାଲଙ୍କ ସହ ସେ ଅନେକ ମାଲାୟାଲମ ଫିଲ୍ମ କରିଛନ୍ତି । ଏଥିସହ ସେ ଜୋର, କ୍ୟା କୁଲ୍‌ ହୈ ହମ୍‌, ୟମଲା ପଗଲା ଦିୱାନା-୨, ଅପନା ସପନା ମନି ମନି ଭଳି ଅନେକ ହିନ୍ଦୀ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ସଙ୍ଗୀତ ଶିବନ ହେଉଛନ୍ତି ବିଶିଷ୍ଟ ଫଟୋଗ୍ରାଫର ତଥା ସିନେମାଟୋଗ୍ରାଫର ଶିବନଙ୍କ ବଡପୁଅ । ତାଙ୍କ ପରଲୋକରେ ବହୁ କଳାକାର ଶୋକ ପ୍ରକାଶ କରିଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.