ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ନବରଙ୍ଗପୁରରେ ଡବଲ ମର୍ଡର, ପୁଅ ଓ ପଡୋଶୀ ବୃଦ୍ଧଙ୍କୁ ଛୁରୀ ଭୁଶି ହତ୍ୟା କଲା ଅଭିଯୁକ୍ତ ବାପ...

ମୈଦଲପୁର ୧/୧୨ : ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତର ଗୁଜୁମା ପଦର ଗ୍ରାମରେ ଶୁକ୍ରବାର ସକାଳ ୮ ଟା ବେଳେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ବାମୀ-ସ୍ତ୍ରୀଙ୍କ ଝଗଡାରେ ଦୁଇଟି ନୀରିହ ଜୀବନ ଚାଲି ଯାଇଛି । ସୂଚନା ମୁତାବକ ଗ୍ରାମର ରାଧ ସାନ୍ତା ନିଜର ଦୁଇ ବର୍ଷର ପୁଅ ବିବି ସାନ୍ତାକୁ କଟୁରୀରେ ଆକ୍ରମଣ କରୁଥିବା ବେଳେ ପଡିଶା ଘରର ବୃଦ୍ଧ ଜନାଏ ସାନ୍ତା ଛଡାଇବା ପାଇଁ ଯାଇଥିଲେ l ଏହି ସମୟରେ ଜନାଏକୁ ମଧ୍ୟ କଟୁରୀରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ତେବେ ଘଟଣା ସ୍ଥଳରେ ରାଧର ପୁଅ ବିବି ଓ ବୃଦ୍ଧ ଜନାଏଙ୍କର ମୃତ୍ୟୁ ହୋଇଥିଲା l ଏ ନେଇ ମୈଦଲପୁର ଥାନାରେ ମୃତ ଜନାଏଙ୍କ ପୁଅ ସିମାଞ୍ଚଳ ସାନ୍ତା ଲିଖିତ ଅଭିଯୋଗ କରିଛନ୍ତି  l 

ସୂଚନା ଅନୁସାରେ,ରାଧ ଓ ସ୍ତ୍ରୀ ମାଳତଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା ।  ଏଥିରେ ରାଧ ହଠାତ ରାଗି ଯାଇ ମାଳତକୁ ମାଡ଼ ମାରି କଟୁରୀରେ ଆକ୍ରମଣ କରିବାକୁ ଯିବାବେଳେ ଭୟରେ ମାଳତ ଘରେ ଥିବା ପୁଅକୁ ଛାଡି ଚାଲିଯାଇଥିଲା  l ଅନ୍ୟ ଉପରେ ନପାଇ ପୁଅ ବିବି ସାନ୍ତାକୁ ତଳେ କଚାଡି କଟୁରୀରେ ଆକ୍ରମଣ ବେଳେ ପଡିଶା ଘରର ବୃଦ୍ଧା ଜନାଏ ଛଡାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ  l ଘଟଣା ସ୍ଥଳରେ ବିବି ଓ ଜନାଏର ମୃତ୍ୟୁ ଘଟିଥିଲା l ଖବର ପ୍ରଚାର ହେବାରୁ ଗ୍ରାମବାସୀ ଉତ୍ୟକ୍ତ ହୋଇ ରାଧକୁ ମାଡ଼ ମାରି ବାନ୍ଧିକି ରଖିଥିଲେ l ପୋଲିସ ପହଂଚି ରାଧ କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପାପଡାହାଣ୍ଡି ଓ ପରେ ନବରଙ୍ଗପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଛି l ନବରଙ୍ଗପୁରରୁ ଏକ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ କରୁଛି  l ଏ ନେଇ ଥାନାରେ କେଶ ନଂ154/23ରେ ମାମଲା ରଜୁ ହେବା ସହ ଥାନା ଅଧିକାରୀ ବିପିନ କୁମାର କୁଲଦୀପ ତଦନ୍ତ କରୁଛନ୍ତି l ଘଟଣା ସ୍ଥଳରେ ପାପଡାହାଣ୍ଡି SDPO ଆଦିତ୍ୟ ସେନ, ପାପଡାହାଣ୍ଡି SI ଶିବଜୀ ପଣ୍ଡା, ଥାନା ASI ଉପସ୍ଥିତ ରହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.