ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ନାଗ ପଞ୍ଚମୀ ୨୦୨୪: ଜାଣନ୍ତୁ ଏହି ଦିନ କାହିଁକି ପୂଜା ପାଇଥାନ୍ତି ଏହି ୭ ନାଗ

ଭୁବନେଶ୍ୱର ୦୯/୦୮: ହିନ୍ଦୁ ଧର୍ମରେ ନାଗ ପଞ୍ଚମୀକୁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ଭାବରେ ବିବେଚନା କରାଯାଏ। ଶ୍ରାବଣ ମାସରେ ପଡୁଥିବା ଏହି ପର୍ବରେ ନାଗ ଦେବତାଙ୍କୁ ପୂଜା କରାଯାଏ । ଶ୍ରାବଣ ମାସରେ ଭଗବାନ ଶିବ ଏବଂ ତାଙ୍କର ପ୍ରିୟ ନାଗଙ୍କୁ ପୂଜା କରାଯାଏ । ଏହି ଦିନ ନାଗ ପୂଜା କରିବା ଦ୍ୱାରା ସାପ ଭୟ ଦୂର ହେବା ସହ ଜୀବନରେ ଉନ୍ନତି-ସମୃଦ୍ଧି ଆସିଥାଏ । 

ଚଳିତ ବର୍ଷ ନାଗ ପଞ୍ଚମୀ ଶୁକ୍ଲ ପକ୍ଷର ପଞ୍ଚମ ତିଥି ଅର୍ଥାତ୍‌ ଆଜି ଅଗଷ୍ଟ ୯ରେ ପାଳନ କରାଯାଉଛି। ନାଗ ପଞ୍ଚମି ଦିନ ବିଶେଷ ଭାବରେ ୭ଟି ନାଗଙ୍କ ପୂଜା କରାଯାଇଥାଏ। ଏହି ୭ ଟି ନାଗ ହେଉଛନ୍ତି ଶେଷନାଗ, ବାସୁକି, ତକ୍ଷକ, କର୍କୋଟକ୍, ପଦ୍ମ, କୁଳିକ, ଶଙ୍ଖ। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ...

ଶେଷନାଗ :

ଶେଷନାଗଙ୍କୁ ପାତାଳ ଲୋକର ରାଜା କୁହାଯାଏ। ବିଶ୍ୱାସ କରାଯାଏ ତାଙ୍କ ଫଣାରେ ସେ ପୃଥିବୀକୁ ଟେକି ଧରିଛନ୍ତି। ଶେଷନାଗ ଭଗବାନ ବିଷ୍ଣୁଙ୍କର ସେବକ। ରାମାୟଣ କାଳରେ ଲକ୍ଷ୍ମଣଙ୍କୁ ଶେଷନାଗ  ଅବତାର ବୋଲି କୁହାଯାଉଥିବାବେଳେ ମହାଭାରତରେ ବଳରାମଙ୍କୁ ଶେଶନାଗ ଅଂଶ ଭାବରେ ବିବେଚନା କରାଯାଏ। ଶେଷନାଗ କାଶ୍ୟପ ଋଷିଙ୍କ ପତ୍ନୀ କଦ୍ରୁଙ୍କ ପୁଅ। ନାଗ ପଞ୍ଚମୀ ଦିନ ତାଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି।

ବାସୁକି :

ଭଗବାନ ଶଙ୍କର ତାଙ୍କ ବେକରେ ବାସୁକି ନାଗ ଘାରଣ କରିଛନ୍ତି। ସମୁଦ୍ର ମନ୍ଥନ ସମୟରେ, ବାସୁକି ନାଗଙ୍କୁ ଦଉଡି କରାଯାଇଥିଲା। ବାସୁକି ଭଗବାନ ଶିବଙ୍କର ସେବକ, ତେଣୁ ନାଗ ପଞ୍ଚମୀରେ ତାଙ୍କୁ ପୂଜା କରିବା ଦ୍ୱାରା ମନୋକାମନା ପୂରଣ ହୋଇଥାଏ।

ତକ୍ଷକ :

ମହାଭାରତ କାଳରେ, ଶମିକ ମୁନିଙ୍କ ଅଭିଶାପ ଯୋଗୁଁ, ତକ୍ଷକ ନାଗ ରାଜା ପରିକ୍ଷିତଙ୍କୁ ଦଂଶନ କରିଥିଲେ। ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ପରିକ୍ଷିତଙ୍କ ପୁଅ ଜନ୍ମେଜୟ ସମସ୍ତ ସାପର ନାଶ କରିବା ପାଇଁ ଏକ ଯଜ୍ଞ କରିଥିଲେ। ଭଗବାନ ବ୍ରହ୍ମାଙ୍କ ବରଦାନ ହେତୁ ଆସ୍ତିକ ମୁନି ଏହି ଯଜ୍ଞ ସମାପ୍ତ କରି ନାଗଙ୍କ ଜୀବନ ରକ୍ଷା କରିଥିଲେ। ଏହି ଦିନ ଶ୍ରାବଣର ପଞ୍ଚମୀ ତିଥି ଥିଲା । ଏହି କାରଣରୁ ଏହି ନାଗ ପଞ୍ଚମୀ ପର୍ବ ପାଳନ କରାଯାଏ।

କର୍କୋଟକ :

ନାଗରାଜ କର୍କୋଟକ ଶିବଙ୍କର ଭକ୍ତ ଥିଲେ। କର୍କୋଟକ ନାଗ ଜନ୍ମେଜୟଙ୍କ ମାଗ ଯଜ୍ଞରୁ ରକ୍ଷା ପାଇବା ପାଇଁ ଭଗବାନ ଶିବଙ୍କ ସ୍ତୁତି କରିଥିଲେ। ନାଗ ପଞ୍ଚମୀରେ କର୍କୋଟକ ପୂଜା କରିବାର ଏକ ପରମ୍ପରା ମଧ୍ୟ ରହିଛି।

ପଦ୍ମ :

ପଦ୍ମ ନାଗ ଗୋମତି ନଦୀ ନିକଟରେ ଥିବା ନେମିଶ କ୍ଷେତ୍ର ଉପରେ ଶାସନ କରୁଥିଲେ। ପରେ ମଣିପୁରରେ ସ୍ଥାପିତ ହେଲେ, ଯାହାକୁ ଆସାମର ନାଗବଂଶୀ କୁହାଯାଏ।

କୁଳିକ :

କୁଳିକ ନାଗ ବ୍ରାହ୍ମଣ ବଂଶର ବୋଲି ବିବେଚନା କରାଯାଏ। ବିଶ୍ୱାସ ଅନୁଯାୟୀ ସେ ଭଗବାନ ବ୍ରହ୍ମାଙ୍କ ସହ ଜଡିତ।

ଶଙ୍ଖ :

ଅନ୍ୟ ନାଗଙ୍କ ମଧ୍ୟରେ ଶଙ୍ଖ ନାଗ ସବୁଠାରୁ ବୁଦ୍ଧିମାନ ବୋଲି ବିବେଚନା କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.