ନୂଆଦିଲ୍ଲୀ,୭।୨: ନାସାର ସବୁଠାରୁ ବଡ ଲ୍ୟାବ୍ ହେଉଛି ଜେଟ୍ ପ୍ରୋପୋଲେସନ୍ ଲାବରୋଟରୀ (ଜେପିଏଲ)। ନାସା ନିଷ୍ପତ୍ତି ନେଇଛି ଯେ, ସେ ଏଠାରୁ ୫୩୦ କର୍ମଚାରୀଙ୍କୁ ବାହାର କରିବ। ଏହା ସହିତ ୪୦ କନଟ୍ରାକ୍ଟର୍ସଙ୍କ କହିବା ଚୁକ୍ତି ଶେଷ କରିବ। ଲ୍ୟାବ ପକ୍ଷରୁ କୁହାଯାଇଛି ଏଥିରେ ଆମର ଟେକ୍ନିକାଲ ଓ ସର୍ପୋଟ ଏରିଆ ଉପରେ ପ୍ରଭାବ ପଡିବ, କିନ୍ତୁ ଏହା ଏହା ଖୁବ୍ କଷ୍ଟଦାୟକ ନିଷ୍ପତ୍ତି, କିନ୍ତୁ ଖୁବ୍ ଜରୁରୀ।
ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଇଛି ଯେପରି ବଜେଟ୍ ଆଲେକେସନ୍ ଠିକ୍ ଭାବରେ ହୋଇପାରିବ ଓ ସନ୍ତୁଳନ ବଜାୟ ରହିବ। ଏହାପରେ ଜେପିଏଲ ଓ ଏହାର ଲୋକ ନାସା ଓ ନିଜ ଦେଶ ପାଇଁ ଜରୁରୀ କାମ କରିବେ। ଜେପିଏଲର ମୁଖ୍ୟାଳୟ ଲସ୍ ଆଞ୍ଜେଲସ୍ରେ ରହିଛି। ଜେପିଏଲ ଫଣ୍ଡି ସରକାର କରନ୍ତି, କିନ୍ତୁ ଏହାର ମ୍ୟାନେଜମେଣ୍ଟ କାର୍ଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନେଲୋଜି ଅର୍ଥାତ CALTECH କରନ୍ତି।
ଏହି ସେଣ୍ଟର ପାଖରେ ରହିଛି ବଡ ମିଶନ୍। ଯେପରିକି ମଙ୍ଗଳ ଗ୍ରହକୁ ପଠାଯାଇଥିବା କ୍ୟୁରୋସିଟି ଓ ପର୍ସିଭରେନ୍ସ ରୋଭର ମିଶନ୍। ପର୍ସିଭରେନ୍ସର ମୁଖ୍ୟ କାମ ହେଉଛି ମଙ୍ଗଳ ଗ୍ରହରେ ସାମ୍ପଲ ଜମା କରିବା ଓ ଏହାକୁ ପୃଥିବୀକୁ ପୁଣିଥରେ ଫେରାଇ ଜେପିଏଲ ପର୍ଯ୍ୟନ୍ତ ପହଁଞ୍ଚାଇବା। ଜେପିଏଲ ମଙ୍ଗଳ ଗ୍ରହର ଏହି ସାମ୍ପଲ ଯାଞ୍ଚ କରିବ, ଯାହାଫଳରେ ସେଠାରେ ମଣିଷ ରହିପାରିବେ। ଏହା ସହିତ ଜୀବନ ଖୋଜି ହେବ।