ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ, ଏ ବର୍ଷର ଥିମ୍ ‘ସ୍କୁଲରୁ ଷ୍ଟାର୍ଟଅପ୍‌ଯାଏ: ନବସୃଜନ ଲାଗି ଯୁବ ମାନସିକତାକୁ ପ୍ରଜ୍ଜ୍ୱଳିତ କରିବା ’

ନୂଆଦିଲ୍ଲୀ ୧୧/୦୫: ଆମ ଦେଶରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସର ଗୁରୁତ୍ୱପୂର୍ଣ୍ଣ ଐତିହାସିକ ମହତ୍ତ୍ୱ ରହିଛି । ଭାରତର ବୈଷୟିକ ଅଗ୍ରଗତିର ଉପଲବ୍ଧି ଭାବେ ଏହି ଦିବସ ପାଳିତ ହୋଇଆସୁଛି । ୧୯୯୮ ମସିହା, ମେ ୧୧ରେ ଦେଶ ରାଜସ୍ଥାନର ପୋଖରାନଠାରେ ପରମାଣୁ ଅସ୍ତ୍ରର ସଫଳତାପୂର୍ବକ ପରୀକ୍ଷଣ କରିଥିଲା । ତେଣୁ ଦେଶର ବୈଜ୍ଞାନିକମାନଙ୍କ କଠିନ ପରିଶ୍ରମ ଓ ଉପଲବ୍ଧିକୁ ସମ୍ମାନ ଜଣାଇବା ପାଇଁ ୧୯୯୯ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । 

ଏହି ଦିବସରେ ସ୍କୁଲ, କଲେଜରେ ବିଜ୍ଞାନ ପ୍ରଦର୍ଶନୀମାନ ଆୟୋଜନ କରାଯାଇଥାଏ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱ ପ୍ରତି ଲୋକମାନଙ୍କ ମଧ୍ୟରେ ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ । ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ‘ସ୍କୁଲରୁ ଷ୍ଟାର୍ଟଅପ୍‌ଯାଏ: ନବସୃଜନ ଲାଗି ଯୁବ ମାନସିକତାକୁ ପ୍ରଜ୍ଜ୍ୱଳିତ କରିବା ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.