ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ୩୧/୫ : ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ମଡର୍ଣ୍ଣ ବୁକ ଷ୍ଟୋରରୁ ବହି କିଣିଛନ୍ତି ମୁଖ୍ୟମନ୍ତ୍ରୀ । ଶୁକ୍ରବାର ସନ୍ଧ୍ୟା ସମୟରେ ମୁଖ୍ୟମନ୍ତ୍ରୀ ସେଠାକୁ ଯାଇ ନିଜ ପସନ୍ଦର ବହି କିଣିଛନ୍ତି । ବହିର ନାଁ ରହିଛି ‘ସିକ୍ରେଟ୍ସ ଅଫ୍‌ ଶିମିଳିପାଳ’ । ତାଙ୍କୁ ଦେଖି ସେଠାରେ ଥିବା ଲୋକେ ମଧ୍ୟ ବହୁ ଖୁସି ଯାଇଥିଲେ । ଏହାପରେ ଲୋକମାନେ ଆସି ତାଙ୍କ ସହ ସେଲ୍‌ଫି ମଧ୍ୟ ଉଠାଇଥିଲେ । ଜଣେ କୁନି ଝିଅ ସହ ବି ସେ ଫଟୋ ଉଠାଇଥିଲେ । 

ସୂଚନାଯୋଗ୍ୟ ଯେ, ଦେଶରେ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଆସନ୍ତାକାଲି ଅର୍ଥାତ ଜୁନ ୧ରେ ସରୁଛି। ଓଡ଼ିଶାରେ ମଧ୍ୟ ଶେଷ ପର୍ଯ୍ୟାୟ ନିର୍ବାଚନ ରହିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ବୁକଷ୍ଟୋରକୁ ଯାଇ ସମ୍ପୂର୍ଣ୍ଣ ରିଲାକ୍ସ ମୁଡ଼‌ରେ ବହି କିଣିଛନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ ଲେଖାଲେଖି କରିବା ସହ ପ୍ରାୟ ସମୟରେ ବହି ପଢିବାକୁ ଭଲ ପାଇଥାନ୍ତି । ଏହା ପୂର୍ବରୁ ପ୍ରାୟ ସମୟରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଯେତେବେଳେ ମୁଖ୍ୟମନ୍ତ୍ରୀ ହଠାତ୍ କେଉଁଠି ପହଞ୍ଚି ଲୋକଙ୍କ ସହ କଥା ହୋଇଥାନ୍ତି । ଯଦି ଆମେ ଦେଖିବା ତେବେ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କର ପୁରୁଣା ଦିନର ଫଟୋ ପ୍ରାୟ ସମୟରେ ଭାଇରାଲ ହୋଇଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.