ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ପାକିସ୍ତାନ ବିଶ୍ବରୁ ଟଙ୍କା ଭିକ୍ଷା କରୁଛି, ଆଉ ଏହି ସମୟରେ ଭାରତ ଚନ୍ଦ୍ରରେ ପହଞ୍ଚିଛି : ନୱାଜ ସରିଫ

 ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ କହିଛନ୍ତି ଯେ, ଭାରତ ଚନ୍ଦ୍ରରେ ପହଞ୍ଚି ଜି -20 ଶିଖର ସମ୍ମିଳନୀ ଆୟୋଜନ କରୁଥିବା ବେଳେ ଏହି ସମୟରେ ପାକିସ୍ତାନ ବିଶ୍ୱରୁ ଟଙ୍କା ଭିକ୍ଷା କରୁଛି । ଦେଶର ଖରାପ ଅର୍ଥନୀତିକୁ ନେଇ ପୂର୍ବତନ ସେନା ଜେନେରାଲ ଏବଂ ବିଚାରପତିଙ୍କ ଉପରେ PML-N ସୁପ୍ରିମୋ ଏହି ମନ୍ତବ୍ୟ ଦେଇଛନ୍ତି । 

 ବିଗତ କିଛି ବର୍ଷ ଧରି ଦେଶର ଅର୍ଥ ବ୍ୟବସ୍ଥା ଅନିୟନ୍ତ୍ରିତ ଅବସ୍ତାରେ ରହିଛି । ଯେଉଁଥିରେ କି ଗରିବ ଜନତାଙ୍କ ଉପରେ ଅନିୟନ୍ତ୍ରିତ ଦୁଇ ଅଙ୍କ ବିଶିଷ୍ଟ ମୁଦ୍ରାସ୍ଫୀତି ରୂପରେ ଚାପ ପକାଉଛି । ସୋମବାର ସନ୍ଧ୍ୟାରେ ଭିଡିଓ ଲିଙ୍କ ମାଧ୍ୟମରେ ଲଣ୍ଡନରୁ ଲାହୋରରେ ଏକ ପାର୍ଟୀ ସଭାକୁ ସମ୍ବୋଧିତ କରି ସରିଫ ପଚାରିଥିଲେ ଯେ, 'ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଗୋଟିଏ ପରେ ଗୋଟିଏ ଦେଶକୁ ଯାଇ ଟଙ୍କା ଭିକ୍ଷା କରୁଥିବା ବେଳେ ଭାରତ ଚନ୍ଦ୍ରରେ ପହଞ୍ଚିଛି ଏବଂ ଜି -20 ରେ ପହଞ୍ଚିଛି । ଭାରତ ଯାହା ହାସଲ କରିଛି ପାକିସ୍ତାନ କାହିଁକି ହାସଲ କରିପାରିବ ନାହିଁ ? ଏଥିପାଇଁ କିଏ ଦାୟୀ ?

 ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ଦଳର ଜଣେ ବରିଷ୍ଠ ନେତା ସରିଫ ଆହୁରି ମଧ୍ୟ କହିଛନ୍ତି ଯେ ୧୯୯୦ ରେ ତାଙ୍କ ସରକାର ଆରମ୍ଭ କରିଥିବା ଆର୍ଥିକ ସଂସ୍କାରକୁ ଭାରତ ଅନୁସରଣ କରିଛି । ସେ କହିଛନ୍ତି ଯେ ଯେତେବେଳେ ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ଭାରତ ପାଖରେ ମାତ୍ର ଏକ ବିଲିୟନ ଡଲାର ଥିଲା କିନ୍ତୁ ବର୍ତ୍ତମାନ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୬ ଶହ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ସେ ପ୍ରଶ୍ନ କରିଛନ୍ତି ଯେ ଆଜି ଭାରତ କେଉଁଠାରେ ପହଞ୍ଚିଛି ଏବଂ ପାକିସ୍ତାନ କେଉଁଠାରେ ପହଞ୍ଚିଛି ?  

 

ଏହା ବି ପଢନ୍ତୁ : ଜି-20 ପରେ ପିଏମ ମୋଦୀଙ୍କ ପ୍ରଂଶସାରେ ହ୍ବାଇଟ ହାଉସ୍, ବାଇଡେନ କହିଲେ ଆଲୋଚନାକୁ ନେଇ ସକରାତ୍ମକ ମନେ କରୁଛୁ...

 

Copyright © 2022 - Summa Real Media Private Limited. All Rights Reserved.