ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶରଦ ପାଓ୍ବାରଙ୍କ ସଂସ୍ପର୍ଶରେ ଅଛନ୍ତି ପୁତୁରା ଅଜିତଙ୍କ ଗୋଷ୍ଠୀର ୧୫ ବିଧାୟକ, ବଦଳି ଯିବ କି ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ?

ନୂଆଦିଲ୍ଲୀ,୬।୬:  ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଘୋଷିତ ହୋଇଛି। ଏବେ କେନ୍ଦ୍ରରେ ସରକାର ଗଠନକୁ ଅପେକ୍ଷା। ହେଲେ  ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ଏବେ ଲାଗିବାଗୁ ଯାଉଛି ବଡ ଝଟକା। ମିଳିଥିବା ଖବର ଅନୁସାରେ, ୧୦ରୁ ଅଧିକ ଏନ୍‌ସିପି ବିଧାୟକ ଶରଦ ପାଓ୍ବାରଙ୍କ ସଂସ୍ପର୍ଶରେ ଅଛନ୍ତି। ତେବେ ଏନେଇ କୌଣସି ସ୍ପଷ୍ଟ ଭାବରେ ଜଣାପଡିନି। ସିନିୟର ପାଓ୍ବାରଙ୍କ ନେତୃତ୍ବରେ ଏନ୍‌ସିପି ୮ ଲୋକସଭା ଆସନରେ ଜିତିଛି। 

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସିନିୟର ପାଓ୍ବାରଙ୍କ ନାତି  ଓ କରଜତ-ଜାମଖେଡେ ବିଧାୟକ ରୋହିତ ପାଓ୍ବାର କହିଛନ୍ତି, (ଅଜିତ ପାଓ୍ବାରଙ୍କ କ୍ୟାମ୍ପ)ର ପ୍ରାୟ ୧୮ ରୁ ୧୯ ବିଧାୟକ ଦଳକୁ ଫେରିବା ନେଇ ଆଗ୍ରହ ଦେଖାଇଛନ୍ତି। ଯେଉଁ ଲୋକ ଖରାପ ସମୟରେ ପାଓ୍ବାରଙ୍କ ସହିତ ଠିଆ ହେବେ, ସେମାନେ  ତାଙ୍କ ପାଇଁ ସବୁଠାରୁ ଜରୁରୀ ଓ ପାର୍ଟିର ପ୍ରାଥମିକତା ରହିବ। ଅନ୍ୟପକ୍ଷେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏସସିପି)ର ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲଙ୍କ କହିବା ଅନୁସାରେ, ଏଭଳି ବିଧାୟକଙ୍କୁ ଡକାଇ ନେବାର ନିଷ୍ପତ୍ତି ପାଓ୍ବାର ହିଁ ନେବେ। 

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ପାଟିଲ କହିଛନ୍ତି ଲୋକସଭା ପରିଣାମ ମଙ୍ଗଳବାର ଆସିସାରିଛି ଓ କିଛି ଲୋକ ନିଜ ନିଷ୍ପତ୍ତି ଉପରେ ବିଚାର ବିମର୍ଷ କରିବା ଆରମ୍ଭ କରିଛନ୍ତି। ତେବେ ଆମେ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ବିଚାର କରିନାହୁଁ। ପାର୍ଟି ଶରଦ ପାଓ୍ବାରଙ୍କ ସହ ଚର୍ଚ୍ଚା କରିବା ପରେ କୌଣସି ନିଷ୍ପତ୍ତି ନେବ।’ ସବୁଠାରୁ ବଡ କଥା ହେଲା ଲୋକସଭା ନିର୍ବାଚନରେ ଅଜିତଙ୍କ ଖାତାରେ କେବଳ ଗୋଟିଏ ସିଟ୍ ଆସିଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.