ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ନିଟ୍‌ ମାମଲାରେ ସୁପ୍ରିମକୋର୍ଟରେ ଏନ୍‌ଟିଏର ସତ୍ୟପାଠ: ଅନିୟମିତତା ଯୋଗୁଁ ସମ୍ପୂର୍ଣ୍ଣ ପରୀକ୍ଷା ପ୍ରଭାବିତ ହୋଇନି

ନୂଆଦିଲ୍ଲୀ,୧୧/୦୭: ମେଡିକାଲ  ପ୍ରବେଶିକା ପରୀକ୍ଷା ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଓ ଅନ୍ୟ ଅନିୟମିତତା ମାମଲାରେ ନ୍ୟାସନାଲ ଟେଷ୍ଟିଂ  ଏଜେନ୍ସି (ଏନ୍‌ଟିଏ) ବୁଧବାର ସୁପ୍ରିମକୋର୍ଟରେ  ସତ୍ୟପାଠ ଦାଖଲ କରିଛି । ଗୋଧ୍ରା ଏବଂ ପାଟନାର  କିଛି କେନ୍ଦ୍ରରେ କେତେଜଣ ବ୍ୟକ୍ତିଙ୍କ ଏହି  ଅନିୟମିତତାର ପ୍ରଭାବ ସମ୍ପୂର୍ଣ୍ଣ ପରୀକ୍ଷା ଉପରେ  ପଡ଼ିନାହିଁ ବୋଲି ଏନ୍‌ଟିଏ ସତ୍ୟପାଠରେ ଉଲ୍ଲେଖ  କରିଛି । 

ଏନ୍‌ଟିଏ ଦ୍ୱାରା ଦାଖଲ କରାଯାଇଥିବା  ତଥ୍ୟ ଅନୁସାରେ, ପରୀକ୍ଷାରେ ଅନିୟମିତତା ପାଇଁ  ସମ୍ପୂର୍ଣ୍ଣ ପରୀକ୍ଷାର ସ୍ୱଚ୍ଛତା ପ୍ରଭାବିତ ହୋଇନାହିଁ। ସବୁ ରାଜ୍ୟରେ ପେପର ଲିକ୍‌ ହୋଇନାହିଁ । ତେଣୁ  ସବୁ ସ୍ଥାନରେ ପରୀକ୍ଷା ରଦ୍ଦ କରାଯିବା ଆବଶ୍ୟକ ନାହିଁ । ସେହିପରି ଉପରୋକ୍ତ କେନ୍ଦ୍ରରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ପ୍ରଦର୍ଶନ ମଧ୍ୟ ସେପରି  କିଛି ଅସ୍ୱାଭାବିକ ରହିନାହିଁ । ସେଠାକାର ପରୀକ୍ଷାର୍ଥୀ  ସେଭଳି ଆଖିଦୃଶିଆ ନମ୍ବର ରଖିନାହାନ୍ତି ବୋଲି  ଏନ୍‌ଟିଏ କହିଛି । 

ପ୍ରଶ୍ନପତ୍ର ଲିକ୍‌ କେତେ ବ୍ୟାପକ  ହୋଇଛି, କେଉଁ ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍‌ ହୋଇଛି, ଏଥିରେ କେତେ ଛାତ୍ରଛାତ୍ରୀ ଉପକୃତ  ହୋଇଛନ୍ତି, ଏ ଦିଗରେ କି କାର୍ଯ୍ୟାନୁଷ୍ଠାନ ହୋଇଛି  ଏ ବାବଦରେ ବିସ୍ତୃତ ତଥ୍ୟ ଦେବାକୁ ସୁପ୍ରିମକୋର୍ଟ ଗତ ସୋମବାର ଏନ୍‌ଟିଏ ଏବଂ ସିବିଆଇକୁ ନିର୍ଦ୍ଦେଶ  ଦେଇଥିଲେ । ଜୁଲାଇ ୧୦ ସୁଦ୍ଧା ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବାକୁ ଆଦେଶ ରହିଥିଲା । ପ୍ରମାଣରୁ  ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ସ୍ପଷ୍ଟ ହୋଇଛି । ଯଦି  ପ୍ରଶ୍ନପତ୍ର ଲିକ୍‌ ବ୍ୟାପକ ଭାବେ ହୋଇଥାଏ, ପୁନଃପରୀକ୍ଷା କରାଯିବା ଶେଷ ବିକଳ୍ପ ବୋଲି  ସୁପ୍ରିମକୋର୍ଟ କହିଥିଲେ । ଜୁଲାଇ ୧୧ ଅର୍ଥାତ  ଗୁରୁବାର ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.