ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନବ ଦାସ ହତ୍ୟା ମାମଲା: ଡିଜିପିଙ୍କୁ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆରସି

ଭୁବନେଶ୍ୱର,୨୯/୦୩: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାକୁ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଗୁରୁତ୍ୱର ସହ ନେଇଛନ୍ତି । ମାମଲାର ତଦନ୍ତରେ ଓଡିଶା ପୁଲିସ ହେଳା କରୁଥିବା ଦର୍ଶାଇ ଆୟୋଗ କ୍ଷୋଭ ପ୍ରକାଶ କରିଛନ୍ତି । ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ତଲବ ପାଇଁ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  

ନ୍ୟାୟ ପାଇଁ ଲଢ଼େଇ ପରିବାର ତରଫରୁ ସଭାପତି ସୁବ୍ରତ  ଦାଶ ଏହି ହତ୍ୟାକାଣ୍ଡ ସମୟରେ ଏନେଇ ଏନ୍‌ଏଚ୍‌ଆର୍‌ସିରେ ଏକ  ପିଟିସନ ଦାଖଲ କରିଥିଲେ । ସେତେବେଳେ ୮ ସପ୍ତାହ ମଧ୍ୟରେ  ମାମଲାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ତତ୍‌କାଳୀନ  ପୁଲିସ ଡିଜିଙ୍କୁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଥିଲେ । ହେଲେ  ପୁଲିସ ପକ୍ଷରୁ କୌଣସି ରିପୋର୍ଟ ଦାଖଲ ହେଲାନି । ଗତ ଜାନୁଆରୀ  ୨୯ରେ ଶ୍ରୀ ଦାଶ ଏନ୍‌ଏଚ୍‌ଆର୍‌ସିରେ ଆଉ ଏକ ଅପିଲ୍‌ କରିଥିଲେ ।  ମାମଲାର ୧୦ଟି ଦିଗରେ ସମ୍ବେଦନଶୀଳ ତଥ୍ୟ ଉଲ୍ଲେଖ କରି  ନିରପେକ୍ଷ ତଦନ୍ତ ହେଉନଥିବା ଆୟୋଗଙ୍କୁ ଅଭିଯୋଗ କରିଥିଲେ। ହତ୍ୟାର କାରଣ ରହସ୍ୟରେ ଥିବା ଦର୍ଶାଇବା ସହ ଆୟୋଗଙ୍କ ଏକ  ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ମାମଲାର ତଦନ୍ତ ପାଇଁ ଆବେଦନ କରିଥିଲେ।  

ଆୟୋଗ ଉକ୍ତ ଅପିଲ୍‌ର ଶୁଣାଣି କରି ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ । ହତ୍ୟାର କାରଣ ଖୋଜାଯାଉ । ଏସବୁର ବିସ୍ତୁତ ରିପୋର୍ଟ ଆୟୋଗଙ୍କ ସହ ଅଭିଯୋଗକାରୀଙ୍କୁ ଦିଆଯାଉ ।ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ରିପୋର୍ଟରେ ଉଲ୍ଲେଖ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.