ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୪୦ ଲୋକଙ୍କ ମୃତ୍ୟୁରେ କମ୍ପିଲା ନାଇଜେରିଆ; ଆଖିବୁଜା ଗୁଳିମାଡ଼ କଲେ ଆକ୍ରମଣକାରୀ

Image source: ABC news

ନୂଆଦିଲ୍ଲୀ,୨୨/୦୫: ଆଫ୍ରିକୀୟ ଦେଶ ନାଇଜେରିଆରେ ଆତଙ୍କୀ ଆକ୍ରମଣ ଘଟଣା ଏଇ କିଛି ଦିନ ହେବ ଏକ ବଡ଼ ସମସ୍ୟା ପାଲଟିଛି। ମଙ୍ଗଳବାର ସନ୍ଧ୍ୟାରେ ବନ୍ଧୁକଧାରୀମାନେ ଏଠାରେ ଥିବା ଏକ ଗାଁ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତମାନେ ଗାଁ ଭିତରକୁ ପଶି ଆଖିବୁଜା ଗୁଳି ଚଳାଇଥିଲେ। ଗ୍ରାମବାସୀମାନେ କହିଛନ୍ତି ଯେ ଅଭିଯୁକ୍ତମାନେ ଅନେକ ଘରେ ନିଆଁ ଲଗାଇ ଦେଇଛନ୍ତି। ଅନେକ ଲୋକଙ୍କୁ ମଧ୍ୟ ଅପହରଣ କରାଯାଇଥିଲା। କହିରଖୁଛୁ ଯେ, ଏଠାରେ କୃଷକ ଏବଂ ମେଷପାଳକଙ୍କ ମଧ୍ୟରେ ବାରମ୍ବାର ସଂଘର୍ଷ ଲାଗି ଆସୁଛି। ଏହି ଘଟଣା ଉତ୍ତର-କେନ୍ଦ୍ରୀୟ ନାଇଜେରିଆରେ ଅବସ୍ଥିତ ପଠାରୀ ରାଜ୍ୟରେ ଘଟିଛି। 

ପଠାରୀ ପୋଲିସ ମୁଖପାତ୍ର ଆଲଫ୍ରେଡ ଆଲାବୋ କହିଛନ୍ତି ଯେ ପଠାରୀ ବଙ୍ଗଲାଲ ଜଙ୍ଗଲରେ ସୁରକ୍ଷା ଏଜେଣ୍ଟଙ୍କ ଆକ୍ରମଣରୁ ପଳାୟନ କରୁଥିବା ଡକାୟତମାନେ ସୋମବାର ବିଳମ୍ବିତ ରାତିରେ ଜୁରାକ ଏବଂ ଡାକାଇ ଗ୍ରାମ ଉପରେ ଆକ୍ରମଣ କରିଥିଲେ। ସୁରକ୍ଷା ଏଜେଣ୍ଟମାନେ ୭ ଜଣ ଆକ୍ରମଣକାରୀଙ୍କୁ ହତ୍ୟା କରିବାରେ ସଫଳ ହୋଇଛନ୍ତିି। ଖସି ପଳାଉଥିବା ବେଳେ ଡକାୟତମାନେ ୯ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିଥିଲେ। ଗ୍ରାମବାସୀମାନେ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ବହୁତ ଅଧିକ। ବନ୍ଧୁକଧାରୀମାନେ ଡଜନେରୁ ଅଧିକ ଥିଲେ। ସେମାନେ କେତେକ ବାଇକରେ ଆସି ଗାଁ ଉପରେ ଚଢ଼ାଉ କରିଥିଲେ ଓ ଆଖିବୁଜା ଗୁଳି ଚଳାଇଥଇଲେ। କିଛି ଘରେ ନିଆଁ ଲଗାଇବା ସହିତ ଅନେକ ଲୋକଙ୍କୁ ଅପହରଣ କରି ନେଇଥିଲେ।

ଜୁରାକର ବାସିନ୍ଦା ବାବାଙ୍ଗିଡା ଆଲିୟୁ କହିଛନ୍ତି ଯେ 'ଆମ ଗାଁରେ ପ୍ରବେଶ କରିବା ମାତ୍ରେ ସେମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। କେଉଁଠି କିଏ କିପରି ଅଛନ୍ତି ସେଥିପ୍ରତି ନଜର ନଦେଇ ଆଖିବୁଜା ଗୁଳିମାଡ଼ କରିଥିଲେ , ଫଳରେ ୪୦ ରୁ ଅଧିକ ଲୋକ ଜୀବନ ହରାଇଥିଲେ। କୌଣସି ପ୍ରକାରେ ମୁଁ ସେମାନଙ୍କ କବଳରୁ ପଳାଇ ମୋ ଜୀବନ ବଞ୍ଚାଇବାକୁ ସକ୍ଷମ ହେଲି। ମୁଁ ଏପର୍ଯ୍ୟନ୍ତ ମୋ ପରିବାରକୁ ଦେଖି ନାହିଁ।' ସେମାନେ ଅନେକ ଲୋକଙ୍କୁ ଅପହରଣ କରିଥିଲେ। ସେମାନେ ଆମ ଘରେ ନିଆଁ ଲଗାଇଲେ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.