ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ମହିଳା ଶୌଚାଳୟରେ କିନ୍ନରଙ୍କ ପାଇଁ କବାଟ ବନ୍ଦ, ପୁରୁଷ ଶୌଚଳାୟକୁ ଗଲେ ଲାଞ୍ଛନା, ପରିଶ୍ରା ଲାଗିଲେ ଯିବେ କେଉଁଠି ?

ଭୁବନେଶ୍ୱର, ୧୩/୦୯ : ମହିଳା ଶୌଚାଳୟକୁ ଗଲେ ସେମାନଙ୍କ ପାଇଁ କବାଟ ବନ୍ଦ । ପୁରୁଷ ଶୌଚଳାୟକୁ ଗଲେ ଲାଞ୍ଛନା ଏବଂ ଦୂରଦୂର ମାର୍‌ମାର୍‌। ତା’ହେଲେ କିନ୍ନରମାନେ ଶୌଚ ହେବା ଲାଗି ଯିବେ କେଉଁଠି କି ? ଏଇ କିଛିଦିନ ତଳର ଘଟଣା । ଏକ ଘରୋଇ ହୋଟେଲରେ କାର୍ଯ୍ୟକ୍ରମ ଚାଲିଥାଏ । ସଭା ମଝିରେ ଦୁଇ ଜଣ କିନ୍ନରଙ୍କୁ ପରିଶ୍ରା ଲାଗିଲା । ସେମାନେ ସଭା ଅଧାରୁ ଉଠିଆସି ସୁରକ୍ଷାକର୍ମୀଙ୍କୁ ପଚାରିଥିଲେ ଶୌଚାଳୟ କେଉଁଠି ଅଛି। ସୁରକ୍ଷାକର୍ମୀ ପ୍ରଥମେ ପୁରୁଷ ଶୌଚାଳୟକୁ ହାତ ଠାରି ଦେଖାଇଥିଲେ । ହେଲେ ଏମାନେ ଶାଢ଼ୀ ଏବଂ ମହିଳାଙ୍କ ବେଶଭୂଷାରେ ଥାନ୍ତି । ତେଣୁ ପୁରୁଷ ଶୌଚାଳୟକୁ ଯିବାକୁ ସଙ୍କୋଚ କଲେ। ଏହା ଦେଖି ମହିଳା ଶୌଚାଳୟକୁ ଯିବାକୁ ସୁରକ୍ଷାକର୍ମୀ ହାତ ଠାରି ଦେଖାଇଲେ । କିନ୍ତୁ ଯେତେବେଳେ ମହିଳା ଶୌଚାଳୟ ଭିତରକୁ ପ୍ରବେଶ କଲେ, ସେତେବେଳେ ସେଠାରେ ଥିବା ମହିଳାମାନେ ବି ଅସହଜ ହୋଇପଡ଼ିଲେ । ସେମାନଙ୍କୁ ଦେଖି କିନ୍ନରମାନଙ୍କୁ ବି ଭଲ ଲାଗିଲା ନାହିଁ । ତେଣୁ ଶୌଚ ହେବା ପାଇଁ ଅସୁବିଧା ହେଉଥିବା ସମ୍ପର୍କରେ ସେମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କିନ୍ନର ମହାସଂଘ ସଭାପତି ପ୍ରତାପ ସାହୁଙ୍କୁ ଆସି ଅବଗତ କରାଇଥିଲେ।  

ଆଜି କି କାଲିର କଥା ନୁହେଁ, ବର୍ଷ ବର୍ଷ ଧରି ଏମିତି ଯନ୍ତ୍ରଣାରେ ଛଟ୍‌ପଟ୍‌ ହେଉଛନ୍ତି ଶହ ଶହ କିନ୍ନର । ନା ଏ କୂଳର ନା ସେ କୂଳ ହୋଇପାରୁଛନ୍ତି । ସରକାର ମାନ୍ୟତା ଦେଲେ । ଅନ୍ୟାନ୍ୟ ସୁବିଧା ଖଞ୍ଜି ଦେଲେ । କିନ୍ତୁ ଜଣେ ମଣିଷର ସର୍ବନିମ୍ନ ଏବଂ ଅତ୍ୟାବଶ୍ୟକ ସୁବିଧା ଲାଗି କିଛି ବ୍ୟବସ୍ଥା କଲେ ନାହିଁ । ତଥ୍ୟ ଅନୁସାରେ ଓଡ଼ିଶାରେ ପାଖାପାଖି ୨୦ହଜାର କିନ୍ନର ରହୁଛନ୍ତି । କିନ୍ତୁ ବାସ୍ତବରେ ହିସାବ କଲେ ସେମାନଙ୍କ ସଂଖ୍ୟା ୨୮ ହଜାରରୁ ଅଧିକ ହେବ । ସହର ଏବଂ ବ୍ଲକମାନଙ୍କରେ ଅଧିକରୁ ଅଧିକ କିନ୍ନରଙ୍କୁ ଦେଖିବାକୁ ମିଳୁଛି । ହେଲେ ରାଜ୍ୟରେ ସେମାନଙ୍କ ଲାଗି ରହିଛି ମାତ୍ର ତିନୋଟି ସ୍ୱତନ୍ତ୍ର ଶୌଚାଳୟ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, ସହିଦନଗର, ସମ୍ବଲପୁରରେ ଏହା ରହିଛି । ସୁପ୍ରିମକୋର୍ଟ ନାଲସା ଜଜ୍‌ମେଣ୍ଟ ଅନୁସାରେ କିନ୍ନରମାନଙ୍କ ଲାଗି ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଆସିଥିଲା । ଅଲ୍‌ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗି ମହାସଂଘ ପକ୍ଷରୁ ପୂର୍ବ ସରକାରଙ୍କୁ ବାରମ୍ବାର ଚିଠି ମାଧ୍ୟମରେ କିନ୍ନରମାନଙ୍କ ଲାଗି ସ୍ୱତନ୍ତ୍ର ଶୌଚାଳୟ କରାଯିବା ନେଇ କୁହାଯାଇଥିଲା। ହେଲେ କିନ୍ନରଙ୍କ ଶୌଚାଳୟ ସମସ୍ୟା ଦୂର ହୋଇନାହିଁ।  

ଗୃହ ଏବଂ ନଗର ଉନ୍ନୟନ ବିଭାଗ ଅଧୀନ ସମସ୍ତ କାର୍ଯ୍ୟାଳୟ ଏବଂ ରାଜ୍ୟର ବିଭିନ୍ନ ପୌରପାଳିକା ଅଧୀନରେ ଥିବା ସମସ୍ତ ଗୋଷ୍ଠୀ ଶୌଚାଳୟରେ କିନ୍ନରମାନଙ୍କ ପାଇଁ ‘ଲିଙ୍ଗ ନିରପେକ୍ଷ ଏବଂ ସାର୍ବଜନୀନ ଶୌଚାଳୟ’ ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ସମସ୍ତ ପୌରସଂସ୍ଥା ସମେତ ଅନ୍ୟ ଅଧସ୍ଥନ କାର୍ଯ୍ୟାଳୟଗୁଡ଼ିକ ଏକ ମାସ ଭିତରେ ଲାଗୁ କରିବେ ବୋଲି ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ଜି.ମାଥିଭାତନନ୍‌ ପ୍ରକାଶ କରିଥିଲେ । ବିଏମ୍‌ସି ଅଧିକାରୀ ମଧ୍ୟ ପ୍ରକାଶ କରିଛନ୍ତି କିନ୍ନରମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ କିଛି ସ୍ଥାନରେ କରାଯିବ । ଏଥିପାଇଁ ପ୍ରସ୍ତାବ ଦିଆଯାଇଛି । ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ । ଏ ସମ୍ପର୍କରେ କିନ୍ନର ସୁଇଟ୍‌ କହିଛନ୍ତି, ଆମ ଲାଗି ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା କରାଯିବା ଆବଶ୍ୟକ । ଫଳରେ ଶୌଚ ହେବା ଲାଗି ଆମକୁ ଆଉ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.