ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ନାମାନଙ୍କପତ୍ର ଦାଖଲ ଆରମ୍ଭ ହେବାରୁ ବ୍ଲକ ପ୍ରଶାସନର ତତ୍ପରତା

Published By : Prameya | April 18, 2024 9:03 PM

ଚନ୍ଦାହାଣ୍ଡି,୧୮/୪ : ରାଜ୍ୟର ସାଧାରଣ ନିର୍ବାଚନରେ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହିକ୍ରମରେ ନବରଙ୍ଗପୁର ଜିଲ୍ଲା ସାଂସଦ କ୍ଷେତ୍ର ୧୨ ଏବଂ ଝରିଗାଁ ୧୭ବିଧାନସଭାର ପ୍ରାର୍ଥୀଙ୍କ ନାମଙ୍କନ ପ୍ରକ୍ରିୟା ଆରମ୍ଭକୁ ନେଇ ଚନ୍ଦାହାଣ୍ଡି ବ୍ଲକ ପ୍ରଶାସନ ତତ୍ପରତା ପ୍ରକାଶ ପାଇଛି l ଚନ୍ଦାହାଣ୍ଡି ବ୍ଲକ ବିଡିଓ ତଥା ନିର୍ବାଚନ ଅଧିକାରୀ ରାମକୃଷ୍ଣ ନାୟକ ଗୁରୁବାର ବ୍ଲକର ଆଇସିଡିଏସ ତହସିଲ ବିଭାଗ ଏବଂ ବ୍ଲକର ସମସ୍ତ କର୍ମଚାରୀ ପିଇଓମାନଙ୍କୁ ନେଇ ଏକ ବୈଠକର ଆୟୋଜନ କରିଥିଲେ l 

ନିର୍ବାଚନରେ କୌଣସି ବିଶୃଙ୍ଖଳା ଦେଖା ନ ଯିବା ସହ ନିର୍ବାଚନ ଯେପରି ବୈଧତାର ସହ ସଂସଦୀୟ ଏବଂ ବିଧାନସଭା ନିର୍ବାଚନ ଚାଲିବ । ସେହିପରି ସହ କୌଣସି ରାଜନୈତିକ ଦଳ ଦ୍ୱାରା ଭୋଟରଙ୍କୁ ପ୍ରଲୋଭନ ଦେଖାଇ ଭୋଟ ହାତେଇବା ପାଇଁ ଯେପରି କୌଣସି ଅର୍ଥ କରବାର ନ ହୁଏ ଏଥିପାଇଁ ପ୍ରତି ପଂଚାୟତ, ବ୍ଲକ ସଦର ତହସିଲ କାର୍ଯ୍ୟଳୟ ଏବଂ ଆଇସିଡିଏସ କାର୍ଯ୍ୟାଳୟରେ ନୋଟିସ ଛାପିବା ସହ ଯେପରି ଲୋକଙ୍କୁ ସଚେତନତା କରାଯିବ    ଏଥିପାଇଁ ଫ୍ଲାଇଂ ସ୍ୱାର୍ଡ ଗଠନ କରାଯିବ l  

ଛତିଶଗଡ଼ ସୀମାନ୍ତ କୋଇଲିମୁଣ୍ଡା, ମାଲଗାଁ ଏବଂ ତେଲାତାଣ୍ଡି ରାସ୍ତାରେ ଗେଟ ପ୍ରସ୍ତୁତ କରାଯାଇ ଗାଡ଼ି ମୋଟର ଯାଞ୍ଚ କଡ଼ାକଡ଼ି କରାଯିବା ସହ ସିଆରପିଏଫ ଏବଂ ଆଇଆରବି ପୋଲିସ ମୁତୟନ କରାଯିବା ସହ ସେଠାରେ ସିସିଟିଭି ଫୁଟେଜ ଲଗାଯିବାର ବ୍ୟବସ୍ଥା ରହିଛି l ଚନ୍ଦାହାଣ୍ଡି ବ୍ଲକରେ ୬୭ଟି ସମ୍ବେଦନଶୀଳ ବୁଥ ରହି ଥିବାବେଳେ ୧୩ଟି ଅତି ସମ୍ବେଦନଶୀଳ ବୁଥ ରହିଛି l ସମ୍ବେଦନଶୀଳ ବୁଥକୁ ଆଇଆରବି ପୋଲିସ ଜଗିଥିବାବେଳେ ଅତି ସମ୍ବେଦନଶୀଳ ବୁଥକୁ ନିର୍ବାଚନ ସମୟରେ ସିଆରପିଏଫ ପୋଲିସ ଜଗିବେ ବୋଲି ବିଡିଓ ରାମକୃଷ୍ଣ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.