ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇନ୍ଦୋରରେ ନୋଟାକୁ ମିଳିଛି ୨ ଲକ୍ଷରୁ ଅଧିକ ଭୋଟ୍

ନୂଆଦିଲ୍ଲୀ,୫/୬ : ମଧ୍ୟପ୍ରଦେଶର ଇନ୍ଦୋର ଲୋକସଭା ଆସନରେ ଏକ ରୋଚକ ଲଢ଼େଇ ଦେଖିବାକୁ ମିଳିଛି । ସେଠାରେ ଲାଗୁଛି ବିଜେପି ପ୍ରାର୍ଥୀଙ୍କ ସହ ନୋଟାର ଲଢ଼େଇ ହେଉଛି । କାରଣ ୧୯ ରାଉଣ୍ଡ ଭୋଟ ଗଣନା ପରେ ନୋଟାରେ ୨ ଲକ୍ଷରୁ ଅଧିକ ଭୋଟ ପଡିଛି । ଏଠାରେ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀ ଶେଷ ସମୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଥିଲେ । ଏହା ପରେ ବିଜେପିରେ ସାମିଲ ହୋଇଥିଲେ । ଯାହାକୁ ନେଇ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି ହୋଇଥିଲା । ସେମାନେ ନୋଟାକୁ ଭୋଟ ଦେବାକୁ ଅଭିଯାନ ମଧ୍ୟ ଚଳାଇଥିଲେ । ଯାହାର ପ୍ରଭାବ ଏବେ ଦେଖିବାକୁ ମିଳିଛି । ନୋଟାରେ ୨ ଲକ୍ଷରୁ ଅଧିକ ଭୋଟ ପଡିବା ପରେ ରେକର୍ଡ ସୃଷ୍ଟି ହୋଇଛି । ୨୦୧୯ ଲୋକସଭା ନିର୍ବାଚନରେ ବିହାରର ଗୋପାଳଗଞ୍ଜ ଆସନରେ ନୋଟାରେ ୫୧,୬୦୭ ଭୋଟ ପଡିଥିଲା । ଯାହାକି ଏକ ରେକର୍ଡ ଥିଲା । ହେଲେ ଚଳିତ ଲୋକସଭା ନିର୍ବାଚନରେ ଏହି ରେକର୍ଡ ଇନ୍ଦୋର ଭାଙ୍ଗିଛି । 

ସୂଚନା ମୁତାବକ, ଗତ ଏପ୍ରିଲ ୨୯ ତାରିଖରେ ଇନ୍ଦୋର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଥିବା ଅକ୍ଷୟ କାନ୍ତି ବାମ ବିଜେପି ମନ୍ତ୍ରୀ କୈଳାସ ବିଜୟବର୍ଗୀୟ ଓ ସାଂସଦ ରମେଶ ମେଣ୍ଡୋଲାଙ୍କ ସହ ଇନ୍ଦୋର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିବା ପରେ କଂଗ୍ରେସ ଲୋକଙ୍କୁ ନୋଟାକୁ ଭୋଟ୍ ଦେବାକୁ କହିଥିଲା। ପରବର୍ତ୍ତୀ ସମୟରେ ବାମ ବିଜେପିରେ ଯୋଗ ଦେଇଥିଲେ। ନିର୍ବାଚନ ମଇଦାନରେ ଥିବା କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରିବା ପରିବର୍ତ୍ତେ ମଧ୍ୟପ୍ରଦେଶ କଂଗ୍ରେସ ନୋଟା ପାଇଁ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଥିଲା। ନୋଟା ଭୋଟରମାନଙ୍କୁ ଗୋଟିଏ ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିବାର ବିକଳ୍ପ ଦେଇଥାଏ। କଂଗ୍ରେସ ରାଜ୍ୟ ସଭାପତି ଜିତୁ ପଟୱାରୀ ନୋଟାକୁ ସମର୍ଥନ କରିଥିବାରୁ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ଶଙ୍କର ଲାଲୱାନିଙ୍କୁ ୭୮.୯୯% ଭୋଟ୍ ମିଳିଥିବା ବେଳେ ନୋଟାକୁ ୧୩.୬୨% ଭୋଟ୍ ମିଳିଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.