ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

୪ ମାସରେ ଦେଶରେ ଜୀବନ ହରାଇଛନ୍ତି ୪୭ ବାଘ: ଏନ୍‌ଟିସିଏ

ନୂଆଦିଲ୍ଲୀ,୩୧/୦୮: ଦେଶରେ ବାଘଗୁଡ଼ିକର ମୃତ୍ୟୁକୁ ନେଇ ସମୟକ୍ରମେ ନୂଆ ନୂଆ ତଥ୍ୟ ଆସିବାକୁ ଯାଉଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ସର୍ବାଧିକ ବାଘ ମୃତ୍ୟୁ ଘଟିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଗତ ବର୍ଷ ହୋଇଥିବା ୧୮୧ ବାଘ ମୃତ୍ୟୁ ମଧ୍ୟରୁ ପ୍ରାୟ ଅଧା ଏହି ଦୁଇଟି ରାଜ୍ୟରେ ଘଟିଥିଲା। ମଧ୍ୟପ୍ରଦେଶରେ ୪୩ ଟି ଏବଂ ମହାରାଷ୍ଟ୍ରରେ ୪୫ ଟି ବାଘଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ଏହା ପରେ ଉତ୍ତରାଖଣ୍ଡରେ (୨୧), ତାମିଲନାଡୁ (୧୫), କେରଳ (୧୪), କର୍ଣ୍ଣାଟକ (୧୨) ଏବଂ ଆସାମରେ ୧୦ ବାଘଙ୍କ ଜୀବନ ଯାଇଛି। 

୨୦୨୩ ରେ ଜୀବନ ହରାଇଥିବା ୧୮୧ ଟି ବାଘ ମଧ୍ୟରୁ କେବଳ ୪୪ ଜଣ ପ୍ରାକୃତିକ କାରଣରୁ ଜୀବନ ହରାଇଥିଲେ। ଏଥିସହିତ ଶିକାରୀମାନଙ୍କ ଦ୍ବାରା ୯ଟି ବାଘ ପ୍ରାଣ ହରାଇଥିଲେ। ଏନଟିସିଏ ଅର୍ଥାତ୍‌ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଏହାର ରିପୋର୍ଟରେ କହିଛି ଯେ, ୧୧୫ ଟି ବାଘଙ୍କ ମୃତ୍ୟୁର କାରଣକୁ ନେଇ ଅନୁସନ୍ଧାନ କରାଯାଉଛି। ୭ଟି ବାଘର ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଥିବାବେଳେ ୬ଟିର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି।

ଚଳିତ ବର୍ଷ ୧ ଜାନୁଆରୀ ୧୨ ଏପ୍ରିଲ ମଧ୍ୟରେ ଦେଶରେ ୪୭ ଟି ବାଘଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୧୭ଟି ମଧ୍ୟପ୍ରଦେଶରେ ଏବଂ ୧୧ଟି ମହାରାଷ୍ଟ୍ରରେ ଜୀବନ ହରାଇଛନ୍ତି। ଏହାର ଅର୍ଥ ହେଉଛି ମୋଟ ମୃତ୍ୟୁର ୫୦% ରୁ ଅଧିକ କେବଳ ଏହି ଦୁଇଟି ରାଜ୍ୟରୁ ଆସିଛି। କର୍ଣ୍ଣାଟକରେ ୬ ଟି ବାଘ, ଉତ୍ତରପ୍ରଦେଶରେ ତିନୋଟି, ରାଜସ୍ଥାନ, କେରଳ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶରେ ଦୁଇଟି ଲେଖାଏଁ ଏବଂ ଛତିଶଗଡ ଏବଂ ଓଡିଶାରେ ଗୋଟିଏ ଲେଖାଏଁ ବାଘର ଜୀବନ ଯାଇଛି। 

ସବୁ ବାଘମାନଙ୍କର ମୃତ୍ୟୁର କାରଣ ଅନୁସନ୍ଧାନ କରାଯାଉଛି ବୋଲି ଏନଟିସିଏ କହିଛି। ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ସମ୍ମୁଖରେ ଏହି ରିପୋର୍ଟ ଉପସ୍ଥାପନ କରି ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି କହିଛନ୍ତି ଯେ 'ଏନଟିସିଏର ପରାମର୍ଶରେ ରାଜ୍ୟମାନେ ବାଘ ସଂଖ୍ୟାକୁ ସୁରକ୍ଷା ଦେବା ପାଇଁ ଅନେକ କଠୋର ପଦକ୍ଷେପ ନେଇଛନ୍ତି। ତଥାପି ପ୍ରାକୃତିକ, ଅସ୍ବାଭାବିକ ଓ ମନୁଷ୍ୟକୃତ ବାଘ ମୃତ୍ୟୁକୁ ନେଇ ଚିନ୍ତା ଜୋର। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.