ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଓସ୍କାର୍‌ ପାଇଁ ଭାରତୀୟ ସିନେ ତାଲିକା, ସ୍ଥାନ ପାଇଥିଲା ଓଡ଼ିଆ ସିନେମା ‘ଆଭା’

ଭୁବନେଶ୍ୱର, ୨୫।୯: କିରଣ ରାଓଙ୍କ ବହୁ ଚର୍ଚ୍ଚିତ ‘ଲାପତା ଲେଡିଜ୍‌’ ୨୦୨୪-୨୫ ବର୍ଷ ପାଇଁ ଓସ୍କାର ପୁରସ୍କାର ଲାଗି ଭାରତର ଅଫିସିଆଲ୍‌ ଏଣ୍ଟ୍ରି ହୋଇଛି । ଏହାକୁ ନେଇ ଚର୍ଚ୍ଚା, ଆଲୋଚନା ଲାଗି ରହିଥିଲାବେଳେ ଓଡ଼ିଆ ସିନେମା ପାଇଁ ମଧ୍ୟ ଏକ ଖୁସି ଖବର । ଖବରଟି ହେଉଛି ଓସ୍କାର ଏଣ୍ଟ୍ରି ପୂର୍ବରୁ ସର୍ବଭାରତୀୟସ୍ତରରେ ବିଭିନ୍ନ ଭାଷାଭାଷୀ ସିନେମା, ମନୋନୟନ ଲାଗି ପ୍ରବେଶ କରିଥିଲା । ହିନ୍ଦୀ, ତେଲୁଗୁ, ମରାଠୀ, ମାଲାୟଲମ୍‌, ତାମିଲ ଭିତରେ ଗୋଟିଏ ଓଡ଼ିଆ ସିନେମା ବି ରହିଥିଲା ଯାହାର ନାଁ ହେଲା ‘ଆଭା’ । ୨୯ଟି ସିନେମା ଭିତରେ ‘ଆଭା’ ୨୮ତମ ସ୍ଥାନରେ ରହିଥିଲା । ଗତ ୧୩ ତାରିଖରେ ରାଜ୍ୟର ୧୮ଟି ହଲ୍‌ରେ ସିନେମାଟି ପ୍ରଦର୍ଶିତ ହୋଇ ବହୁ ପ୍ରଶଂସା ସାଉଁଟିଥିଲା । ଏଥିସହ ନିକଟରେ କୋଲାକାତା ଠାରେ ଅନୁଷ୍ଠିତ ‘୪ର୍ଥ ବେହାଲା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ-୨୦୨୪’ରେ ଶ୍ରେଷ୍ଠ ଫିଚର୍‌ ଫିଲ୍ମ ବର୍ଗରେ ପୁରସ୍କାର ବି ପାଇଛି । 

ଓମ୍‌ ବାବା ପ୍ରଡକସନ୍ସ ଦ୍ୱାରା ପ୍ରସ୍ତୁତ "ଆଭା’, ଜଣେ ଦିବ୍ୟାଙ୍ଗ ନାରୀଙ୍କ କାହାଣୀକୁ ନେଇ ଗତିଶୀଳ । ଏକ ନିପଟ ମଫସଲ ଗାଁର ଗରିବ ପରିବାରର ଦିବ୍ୟାଙ୍ଗ ଝିଅ । ଜୀବନ ସଂଘର୍ଷରେ ସେ କେମିତି ଆଗକୁ ବଢ଼ିଛି ତାକୁ ଦର୍ଶାଇ ସମାଜକୁ ଏକ ପ୍ରକାର ଶିକ୍ଷା ଦେବାର ପ୍ରୟାସ ହୋଇଛି ସିନେମାରେ । ସୋନା ମଲ୍ଲିକଙ୍କ ସୁନ୍ଦର ଅଭିନୟ ସାଙ୍ଗକୁ ଅନ୍ୟାନ୍ୟ ଭୂମିକାରେ ଅନୁ ଚୌଧୁରୀ, କେଦାର ମିଶ୍ର, ଶ୍ୱେତା ଆଚାର୍ଯ୍ୟ, ବିଶାଲ ସାହୁ ଓ ଅନ୍ୟମାନଙ୍କ ଚମତ୍କାର ଅଭିନୟ ସିନେମାକୁ ବହୁ ଉପରକୁ ନେଇ ଯାଉଛି । ଏହାର ସୁଟିଂ ପଶ୍ଚିମବଙ୍ଗ ମେଦିନିପୁରର ଏକ ଗ୍ରାମୀଣ ପରିବେଶରେ ହୋଇଥିଲାବେଳେ ଦର୍ଶକ ଅନେକ ନୂଆ ସ୍ୱାଦ, ନିଆରା ଅନୁଭୂତି ପାଇଛନ୍ତି । ସେହି ହିସାବରେ ଓସ୍କାର ମନୋନୟନ ଲାଗି ଭାରତୀୟ ସିନେ ତାଲିକାରେ ସ୍ଥାନ ପାଇବା ହେଉ କି କୌଣସି ଉତ୍ସବରେ ପୁରସ୍କୃତ ଓ ପ୍ରଶଂସିତ ହେବା ହେଉ, ନିଶ୍ଚିତ ଭାବେ ଗର୍ବ ଏବଂ ଗୌରବର ବିଷୟ । ଏହା ଓଡ଼ିଆ ସିନେମାର ମାନକୁ ଉଚ୍ଚତର ସୋପାନରେ ପହଞ୍ଚାଇଛି । ଏହା ପ୍ରସ୍ତୁତକାରୀ ଟିମ୍‌ର ମନୋବଳକୁ ଦୃଢ଼ କରିଛି । ସିନେମାର ପ୍ରଯୋଜନା ପ୍ରବୀର ମହାପାତ୍ର କରିଥିଲାବେଳେ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ପଲ୍ଲବ ରୟ । ସଂଳାପ ଲେଖିଛନ୍ତି ମୋହିତ ଚକ୍ରବର୍ତ୍ତୀ । କ୍ୟାମେରାରେ ଦକ୍ଷତା ଦେଖାଇଛନ୍ତି ଚିତ୍ତରଞ୍ଜନ ବିଶ୍ୱାଳ । ସଙ୍ଗୀତ ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର୍‌ ଓ କାର୍ଯ୍ୟକାରୀ ପ୍ରଯୋଜକ ରହିଛନ୍ତି ସତ୍ୟ ପ୍ରକାଶ ସାହୁ ବୋଲି କ୍ରିଏଟିଭ ହେଡ୍‌ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.