ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ଦଶହରାରେ ଆସୁଛି ‘ଭିଲେନ୍‌', ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ ଅର୍ଦ୍ଧେନ୍ଦୁ...

ଭୁବନେଶ୍ୱର ୧୫/୦୯: କେବେ ସେ କାହାଣୀର ହିରୋ,ଆଉ କେବେ ଗ୍ୟାଙ୍ଗଷ୍ଟର । ହଁ, ଆମେ ଆମ ସିନେମାର ଲୋକପ୍ରିୟ ତାରକା ଅର୍ଦ୍ଧେନ୍ଦୁଙ୍କ ସମ୍ପର୍କରେ କହୁଛୁ । ‘ଟପୋରି’, ‘ବ୍ଲାକ୍‌ମେଲ୍‌’, ‘ମୁଁ  ପରଦେଶୀ ଚଢ଼େଇ’ ଆଦି ଚଳଚ୍ଚିତ୍ରରେ ଆପଣ ତାଙ୍କୁ  ନାୟକ ଭାବେ ଦେଖିଥିଲେ । 

ଆସନ୍ତା ଦଶହରା ଅବସରରେ ମୁକ୍ତିଲାଭ କରୁଥିବା ‘ଭିଲେନ୍‌’ରେ ଅର୍ଦ୍ଧେନ୍ଦୁଙ୍କୁ ଦେଖିବେ ଗ୍ୟାଙ୍ଗଷ୍ଟର ଅବତାରରେ । ସିନେମାର ଟ୍ୟାଗ୍‌ଲାଇନ୍‌ ରଖାଯାଇଛି ‘ଲାଇଫ୍‌ ଅଫ୍‌ ଏ ଗ୍ୟାଙ୍ଗଷ୍ଟର’ । ଫିଲ୍ମରେ  ଭରପୂର ଆକ୍ସନ ଦେଖିବେ ଦର୍ଶକ । ଏଥିପାଇଁ ଅର୍ଦ୍ଧେନ୍ଦୁ  କାଳେ ସିନେମା ନିର୍ମାଣରେ କୌଣସି କ୍ଷେତ୍ରରେ କମ୍ପ୍ରମାଇଜ୍‌  କରିନାହାନ୍ତି । ବିଗ୍‌ ବଜେଟ୍‌ର ଏହି ସିନେମା ଦଶହରା  ଦର୍ଶକଙ୍କ ମନକୁ ପାଇବ ବୋଲି କୁହାଯାଇଛି ପ୍ରଯୋଜନା  ସଂସ୍ଥା ପକ୍ଷରୁ । ଫିଲ୍ମରେ  ଅର୍ଦ୍ଧେନ୍ଦୁଙ୍କ ନାୟିକା ଭାବେ ନଜର  ଆସିବେ ତମନ୍ନା । ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମାଣ ଚାଲିଛି ‘ଭିଲେନ୍‌’ ।  

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କେ.  ମୁରଲି କ୍ରିଷ୍ଣା । ପ୍ରଯୋଜନାରେ  ଅଛନ୍ତି ଆଦିକନ୍ଦ ସାହୁ । ଫିଲ୍ମରେ  ସୁନ୍ଦର ସୁନ୍ଦର ଗୀତ ମଧ୍ୟ  ରହିଛି, ଯାହାକୁ ଦର୍ଶକ ଓ ଶ୍ରୋତା  ବେଶ୍‌ ପସନ୍ଦ କରିବେ ବୋଲି  ଆଶା କରିଛି ପୂରା ଟିମ୍‌ । ଏହି  ଗୀତଗୁଡ଼ିକ ରଚନା କରିଛନ୍ତି ତପୁ  ନାୟକ, ବାପୁ ଗୋସ୍ୱାମୀ ଓ ରଞ୍ଜନ  ନାୟକ । କାହାଣୀ ଲେଖିଛନ୍ତି  ଦେବୀଦତ୍ତ ମହାନ୍ତି।

  • Durga Puja 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.