ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶାରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ବଲାଙ୍ଗିର ଏବଂ ବରଗଡ଼ରେ କ୍ୟାମ୍ପେନ କରିବେ ନବୀନ

ବଲାଙ୍ଗିର/ବରଗଡ଼,୧୨/୦୫: ରବିବାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଲାଙ୍ଗିର ଓ ବରଗଡ଼ ଗସ୍ତରେ ଆସିବେ । ସେ ବଲାଙ୍ଗିରର ସିନେ୍ଧକେଲା, ମୁରିବାହାଲ ଓ ବଲାଙ୍ଗିର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ମୁଖ୍ୟମନ୍ତ୍ରୀ ପ୍ରଥମେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିନେ୍ଧକେଲା ସଭାରେ ଯୋଗଦେବେ । ପୂର୍ବାହ୍ନ ୧୧ଟାରେ ସିନେ୍ଧକେଲା ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ସାଧାରଣ ସଭାକୁ ସମ୍ବୋଧିତ କରିବେ । 

ସେଠାରୁ ୧୧ଟା ୪୦ରୁ ବାହାରି ୧୧ଟା ୫୫ରେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୁରିବାହାଲର ଗନ୍ଧରେଇ ଖେଳପଡ଼ିଆଠାରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ସାଢ଼େ ୧୨ଟା ପର୍ଯ୍ୟନ୍ତ ସେଠାରେ ଆୟୋଜିତ ସଭାରେ ବକ୍ତବ୍ୟ ରଖିବେ । ପରେ ବଲାଙ୍ଗିର କୋସଲ କଳାମଣ୍ଡଳ ପଡ଼ିଆଠାରେ ଆୟୋଜିତ ବିଶାଳ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୧୨ଟା ୫୦ରେ ପୁଲିସ ରିଜର୍ଭ ପଡ଼ିଆରେ ଓହ୍ଲାଇ କାରକେଡ୍‌ରେ କଳାମଣ୍ଡଳ ସଭାରେ ପହଞ୍ଚିବେ । ଏଥିରେ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇଙ୍କ ସମେତ ୭ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ, ସରୋଜ ମେହେରଙ୍କ ସମେତ ଅନ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

ଗୋଟାଏ ୩୫ରୁ ୩ଟା ୨୫ ପର୍ଯ୍ୟନ୍ତ ପୁରୁଣା ସର୍କିଟ ହାଉସରେ ବିଶ୍ରାମ କରିବେ । ସାଢ଼େ ୩ଟାରେ ବାହାରି ୩ଟା ୩୫ରେ ପୁଲିସ ରିଜର୍ଭ ପଡ଼ିଆ ହେଲିପ୍ୟାଡରେ ପହଞ୍ଚିବେ । ସେଠାରୁ ବରଗଡ଼ ଅଭିମୁଖେ ଯିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ବିଜେଡି ସୁପ୍ରିମୋଙ୍କୁ ସ୍ୱାଗତ ପାଇଁ ଦଳୀୟ ଶିବିର ଚଳଚଞ୍ଚଳ ହୋଇପଡ଼ିଛି ।   

ବରଗଡ଼ ଯାଇ ଜର୍ଜ ହାଇସ୍କୁଲ ପଡ଼ିଆରେ ଅପରାହ୍ନ ୪ଟାରେ ଜନସାଧାରଣଙ୍କୁ ସମ୍ବୋଧନ କରି ବରଗଡ଼ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ କାମନା କରିବେ । ମୁଖ୍ୟମନ୍ତ୍ରୀଙ୍କ ଆଗମନ ପାଇଁ ବରଗଡ଼ ଜିଲ୍ଲା ବିଜେଡିର ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଛି ।

  • PrameyaOdia
  • prameya
  • naveen patnaik
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.