ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଓଡ଼ିଶା ଫର୍‌ ସିଲିକନ୍‌-୨୦୨୩: ସେମିକଣ୍ଡକ୍ଟର ଇକୋସିଷ୍ଟମ ପାଇଁ ରାଜ୍ୟ ପ୍ରସ୍ତୁତ

ଭୁବନେଶ୍ୱର, ୩।୧୧: ସେମିକଣ୍ଡକ୍ଟର ଇକୋସିଷ୍ଟମ ପାଇଁ ଓଡ଼ିଶା ପ୍ରସ୍ତୁତ । ଓଡ଼ିଶା ପାଲଟିବ ସେମିକଣ୍ଡକ୍ଟର ହବ୍‌ । ଏହି କ୍ରମରେ ଆଜି ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଆନୁକୂଲ୍ୟରେ ‘ଓଡ଼ିଶା ଫର୍‌ ସିଲିକନ୍‌-୨୦୨୩’ର ସଫଳ ଆୟୋଜନ କରାଯାଇଛି । ଏ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଅଗ୍ରଣୀ ସଂସ୍ଥା ଅଂଶଗ୍ରହଣ କରିଥିଲେ । ଏହାବ୍ୟତୀତ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଅନେକ ଶିକ୍ଷାବିତ୍‌ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ କହିଥିଲେ ଯେ, ‘ଓଡ଼ିଶା ଫର୍‌ ସିଲିକନ୍‌-୨୦୨୩’ ରାଜ୍ୟରେ ଏକ ଉତ୍ସାହଜନକ ଇକୋସିଷ୍ଟମ୍‌ ଗଢ଼ି ତୋଳିବାରେ ସହାୟକ ହେବ । ଏହା ନୂଆ ଉଦ୍ଭାବନ ଏବଂ ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବ । 

ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ଏବଂ ଗୃହ ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓଡ଼ିଶାରେ ବୈଷୟିକ ଇକୋସିଷ୍ଟମ୍‌ର ବିକାଶ ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ଉପଲବ୍ଧ ସୁଯୋଗ ସମ୍ପର୍କରେ ମୂଲ୍ୟବାନ ମତ ରଖିଥିଲେ । ସମାରୋହରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ମାନସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଇଣ୍ଡିଆ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ସେମିକଣ୍ଡକ୍ଟର ଆସୋସିଏସନ୍‌ର ସଭାପତି ତଥା ସିଇଓ, ଆଇଆଇଟି ଭୁବନେଶ୍ୱର, ଆଇଆଇଆଇଟି ଭୁବନେଶ୍ୱର, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଭଳି ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରଫେସର, କାଏନ୍ସ ଟେକ୍ନୋଲୋଜି, ଡି-ମ୍ୟାଟ୍ରିକ୍ସ, ଓଲା, ଆନ୍‌ସିସ୍‌ ଏବଂ ମେଟାଲ୍‌ସି ଭଳି କମ୍ପାନିର କାର୍ଯ୍ୟନିର୍ବାହୀ ଏବଂ ଇଲେକ୍ଟ୍ରୋନିକ୍ସ ସେକ୍ଟର ସ୍କିଲ୍ସ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଭଳି ସଂସ୍ଥାର ବରିଷ୍ଠ ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ । 

ଧରାପଡ଼ିଲେ କୋଟିପତି ସହକାରୀ ଯନ୍ତ୍ରୀ ଅର୍ଜୁନ ସାହୁ

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ‘ଓଡ଼ିଶା ଫର୍‌ ସିଲିକନ୍‌-୨୦୨୩’ ସେମିକଣ୍ଡକ୍ଟର କ୍ଷେତ୍ରରେ ପୁଞ୍ଜିନିବେଶ ଓ ନୂଆ ନୂଆ ଉଦ୍ଭାବନ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ଟ୍ୟାଲେଣ୍ଟ ଟ୍ରାନ୍ସଫର୍ମେଶନ୍‌, ଚିପ୍‌ ଆର୍କିଟେକ୍‌ଚର ଏବଂ ଚିପ୍‌ ଡିଜାଇନ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା । ସେମିକଣ୍ଡକ୍ଟର କ୍ଷେତ୍ରରେ ନୂତନ ଭାଗିଦାରୀ ଏବଂ ସହଯୋଗର ପଥ ପ୍ରଶସ୍ଥ କରିବା ପାଇଁ ଏ ଅବସରରେ ୩ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ଇଣ୍ଡିଆନ୍‌ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଆସୋସିଏସନ୍‌ ସହ ହୋଇଥିବା ବୁଝାମଣାପତ୍ର ଅନୁଯାୟୀ, ଏହି ସଂଘ ଓଡ଼ିଶା ସରକାରଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବିକାଶ ଓ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ରାଜ୍ୟରେ ସେମିକଣ୍ଡକ୍ଟର ଇକୋସିଷ୍ଟମ୍‌ ପ୍ରୋତ୍ସାହନ ଦିଗରେ ସହାୟକ ହେବ । ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନି ସିନପ୍‌ସିସ୍‌ ସହ ସ୍ୱାକ୍ଷରିତ ବୁଝାମଣାପତ୍ରରେ ଓ-ଚିପ୍‌ କାର୍ଯ୍ୟକ୍ରମ, ପ୍ରତିଭା ଓ କର୍ମଶକ୍ତିର ବିକାଶ, ସେମିକଣ୍ଡକ୍ଟର ଓ ଭିଏଲ୍‌ଏସ୍‌ଆଇ କ୍ଷେତ୍ରରେ ରାଜ୍ୟର ପ୍ରସ୍ତୁତି ଆକଳନ ଏବଂ ରାଜ୍ୟ ଇଞ୍ଜିନିୟରିଂ ଅନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍‌ ତଥା ପ୍ଲେସ୍‌ମେଣ୍ଟ ସହାୟତା ଆଦିରେ ସହଯୋଗ କରିବାର ବ୍ୟବସ୍ଥା ରହିଛି । 

ଏହାବ୍ୟତୀତ ଦେଶରୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି/ଆଇଟିଇଏସ୍‌ ରପ୍ତାନି ବିକାଶ କାର୍ଯ୍ୟରେ ନିୟୋଜିତ ଇଲେକ୍‌ଟ୍ରୋନିକ୍ସ ଓ କମ୍ପ୍ୟୁଟର ସଫ୍ଟୱେର ଏକ୍ସପୋର୍ଟ ପ୍ରମୋସନ କାଉନ୍‌ସିଲ୍‌ ପାଇଁ ରାଜ୍ୟ ସରକାର ଅଫିସ ପରିସର ଯୋଗାଇ ଦେବାକୁ କାଉନ୍‌ସିଲ୍‌ ସହ ଆଉ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଏହାଛଡ଼ା ଆଇଇଏସ୍‌ଏ ଓଡ଼ିଶା ଚାପ୍ଟର ଓ କ୍ୟାମ୍ପସ କନେକ୍ଟ ପ୍ରୋଗ୍ରାମ ଭଳି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ରାଜ୍ୟରେ ନୂଆ ଉଦ୍ଭାବନ, ଦକ୍ଷତା ବିକାଶ ଏବଂ ଶିଳ୍ପ ଶିକ୍ଷା ପରିସର ସହଯୋଗ ସହ ଓଡ଼ିଶାକୁ ସେମିକଣ୍ଡକ୍ଟର ଗବେଷଣା ଓ ବିକାଶର କେନ୍ଦ୍ର ଭାବେ ଗଢ଼ିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.