ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋମବାରଠୁ OJEE ପ୍ରବେଶିକା: ପରୀକ୍ଷା ଦେବେ ୬୫, ୭୪୨ ଶିକ୍ଷାର୍ଥୀ, ମେ’ ୧୦ ଯାଏ ଏକ୍‌ଜାମ୍

ଭୁବନେଶ୍ୱର,୦୬/୦୫: ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୪ । ଏନେଇ ଓଜେଇଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ  ହୋଇଛି । ମେ ୧୦ ଯାଏ ହେବାକୁ ଥିବା ପରୀକ୍ଷାରେ ୩ଟି ସିଫ୍ଟ କରାଯିବ । ସକାଳ  ସାଢ଼େ ୮ଟାରୁ ସାଢ଼େ ୧୦, ମଧ୍ୟାହ୍ନ ସାଢ଼େ ୧୨ଟାରୁ ସାଢ଼େ ୨ଟା, ଅପରାହ୍ନ ସାଢ଼େ  ୪ରୁ ସାଢ଼େ ୬ଟା ପର୍ଯ୍ୟନ୍ତ ପରୀକ୍ଷା କରାଯିବ । ରାଜ୍ୟରେ ୫୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ୧୧, କଟକରେ ୬, ବ୍ରହ୍ମପୁର ଓ ବାଲେଶ୍ୱରରେ  ୪, ବରଗଡ଼, ବାରିପଦା, ଭଦ୍ରକ, ଢେଙ୍କାନାଳ, ଜୟପୁର ଓ ପୁରୀ ଜିଲ୍ଲାରେ ୨ଟି  ଲେଖାଏଁ ପରୀକ୍ଷା କେନ୍ଦ୍ର ହୋଇଥିବା  ଅନ୍ୟ ଜିଲ୍ଲାରେ ଗୋଟିଏ ଲେଖାଏଁ  ପରୀକ୍ଷା କେନ୍ଦ୍ର କରାଯାଇଛି । ସେହିପରି  ରାଜ୍ୟ ବାହାରେ ପଶ୍ଚିମବଙ୍ଗର  କୋଲକାତା, ବିହାରର ପାଟନା,  ଝାଡ଼ଖଣ୍ଡର ରାଞ୍ଚି ସହରରେ ଗୋଟିଏ  ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି । 

ଓଜେଇଇର ତଥ୍ୟ ଅନୁଯାୟୀ,  ସମୁଦାୟ ୬୫ ହଜାର ୭୪୨ ଜଣ ପିଲା  ପରୀକ୍ଷା ଦେବେ । ତନ୍ମଧ୍ୟରୁ ସର୍ବାଧିକ  ୨୧୭୧୦ ଜଣ ଏଲ୍‌ଇ ଟେକ୍‌ (ଡିପ୍ଲୋମା)  ପାଇଁ ଆବେଦନ କରିଛନ୍ତି । ଏହା ପଛକୁ ବି ଫାର୍ମା ନାମଲେଖା ପାଇଁ ୧୫ ହଜାର ୬୬୩  ପିଲା ଆବେଦନ କରିଛନ୍ତି । ଏମ୍‌ବିଏ ନାମଲେଖା ପାଇଁ ୧୧୩୯୯ଜଣ, ଏମ୍‌ସିଏ/ ଏମ୍‌ଏସ୍‌ସି କମ୍ପ୍ୟୁଟର ସାଇନ୍ସ ପାଇଁ ୮୮୯୧, ଏମ୍‌ଟେକ୍‌ ପାଇଁ ୨୧୪୫, ଇଣ୍ଟିଗ୍ରେଡେଟ୍‌  ଏମ୍‌ବିଏ ପାଇଁ ୧୮୮୦, ଏମ୍‌ ଫାର୍ମା ପାଇଁ ୧୫୨୪, ଏଲ୍‌ଇ ଫାର୍ମା ପାଇଁ ୯୭୩,  ଏଲ୍‌ଇ ଟେକ୍‌ (ବିଏସ୍‌ସି ଶିକ୍ଷାର୍ଥୀ) ପାଇଁ ୮୬୯, ବି ସାଟ୍‌ ପାଇଁ ୩୭୭, ବି କାଟ୍‌ ପାଇଁ  ୨୫୭ଜଣ, ଏମ୍‌.ପ୍ଲାନ୍‌ ପାଇଁ ୩୯, ଏମ୍‌.ଆର୍କ ପାଇଁ ୧୫ ଜଣ ଆବେଦନ କରିଛନ୍ତି । 

ସୋମବାର ଏଲ୍‌ଇ ଟେକ୍‌ (ଡିପ୍ଲୋମା) ପରୀକ୍ଷା ୩ଟି ସିଫ୍ଟରେ ହେବ । ୭ ତାରିଖରେ ପ୍ରଥମ ସିଫ୍ଟରେ ଏଲ୍‌ଇ ଟେକ୍‌ (ଡିପ୍ଲୋମା), ଦ୍ୱିତୀୟ ସିଫ୍ଟରେ  ଇଣ୍ଟିଗ୍ରେଡେଟ୍‌ ଏମ୍‌ବିଏ ଏବଂ ତୃତୀୟ ସିଫ୍ଟରେ ଏଲ୍‌ଇ ଟେକ୍‌ ବିଏସ୍‌ସିର ପରୀକ୍ଷା  ହେବ । ସେହିପରି ୮ରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମ୍‌ବିଏ ପରୀକ୍ଷା ଏବଂ  ତୃତୀୟ ସିଫ୍ଟରେ ବି ସାଟ୍‌ (ସିନୋମାଟୋଗ୍ରାଫି/ସାଉଣ୍ଡ ରେକର୍ଡିଂ ଆଣ୍ଡ ଡିଜାଇନ୍‌)  ଏବଂ ଏଲ୍‌ଇ ଫାର୍ମା ପରୀକ୍ଷା ହେବ । ୯ରେ ସମସ୍ତ ସିଫ୍ଟରେ ବି ଫାର୍ମା କରାଯିବ । ୧୦ ତାରିଖରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମ୍‌ସିଏ ଏବଂ ତୃତୀୟ ସିଫ୍ଟରେ ବି  ସାଟ୍‌ (ଫିଲ୍ମ ଏଡିଟିଂ), ଏମ୍‌ ଫାର୍ମା, ଏମ୍‌ ଆର୍କ, ଏମ୍‌ ପ୍ଲାନ୍‌ ଓ ଏମ୍‌ଟେକ୍‌ ପରୀକ୍ଷା  ଅନୁଷ୍ଠିତ ହେବ । ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସଡ୍‌ ଟେଷ୍ଟ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.