ମୁରାଦାବାଦ – ଚଳିତ ଦୀପାବଳି ଓ ଛଟ୍ ପର୍ବରେ ଘରକୁ ଫେରିବା ଟ୍ରେନ ଯାତ୍ରୀଙ୍କ ପାଇଁ ହୋଇପାରେ ମୁସ୍କିଲ। କାରଣ ଟ୍ରେନ୍ ଗୁଡ଼ିକରେ ସବୁ ସିଟ୍ ପ୍ରାୟ ରିଜର୍ଭ ହୋଇ ଗଲାଣି। ୧୨ ନଭେମ୍ୱରରେ ପାଳିତ ହେଉଥିବା ଦୀପାବଳି ପାଇଁ ଏବେଠାରୁ ସବୁ ଟ୍ରେନ ଫୁଲ୍ ହୋଇ ଯାଇଛି। ଟ୍ରେନ୍ ଗୁଡ଼ିକରେ ସଂରକ୍ଷଣ (ରିଜର୍ଭେସନ)ର ସ୍ଥିତି ଏବେଠାରୁ ନୋରୁମ୍ରେ ପହଞ୍ଚି ଯାଇଛି। ପୂର୍ବାଞ୍ଚଳ ଓ ବିହାର ଅଭିମୁଖେ ଯାଉଥିବା ସତ୍ୟାଗ୍ରହ , ଅବଧ ଆସାମ , ମୁଜଫରପୁର ସପ୍ତକ୍ରାନ୍ତି ସମେତ ଟ୍ରେନ୍ ଗୁଡ଼ିକ ଉତ୍ସବକୁ ନଜରରେ ରଖି ଏବେ ଠାକୁ ପ୍ୟାକ୍ ହେବାରେ ଲାଗିଛି।
ଚେନ୍ନାଇରେ ଭିକ ମାଗୁଛନ୍ତି ମିଆଁମାରର ଇଂରାଜୀ ଶିକ୍ଷୟିତ୍ରୀ , ଭାବ ବିହ୍ୱୋଳ କରିଦେବ ଏହି କଥା
ଟ୍ରେନ୍ରେ ୩ମାସ ପୂର୍ବରୁ ହିଁ ଲମ୍ୱା ୱେଟିଂ ଯୋଗୁଁ ଯାତ୍ରୀଙ୍କ ସହ ରେଲ ପ୍ରଶାସନ ମଧ୍ୟ ସ୍ପେଶାଲ ଟ୍ରେନ୍ ଚଳାଚଳ ନେଇ ବିଚାର କରୁଛି। ନୁହେଁତ ଯାତ୍ରୀମାନେ ଖୁବ୍ ଅସୁବିଧାର ସମମୁଖୀନ ହେବେ।
ଚଳିତ ଥର ଦୀପାବଳି ଓ ଛଟ୍ ପର୍ବରେ ରେଳ ଯାତ୍ରୀଙ୍କ ପାଇଁ ସମସ୍ୟା ଉପୁଜିବାର ଅନୁମାନ କରାଯାଉଛି। ଏହି ସମୟରେ ଘରକୁ ଯାଉଥିବା ଯାତ୍ରୀଙ୍କ ପାଇଁ ସ୍ପେଶାଲ ଟ୍ରେନ ବା ତତ୍କାଳ ହିଁ ସାହାରା ସାଜିବ। ପୂର୍ବାଞ୍ଚଳ ଓ ବିହାର ଯାଉଥିବା ଗାଡ଼ିର ୱେଟିଂ ଏବେଠୁ ଫୁଲ୍ ହୋଇ ହେଉଛି। ସବୁଠୁ ଅଧିକ ଲଢେଇ ଗୋରଖପୁର ଟ୍ରେନ ଗୁଡିକୁ ନେଇ ହୋଇଛି। ବିହାର ଯାଉଥିବା ଟ୍ରେନ୍ରେ ମଧ୍ୟ ସିଟ୍ ଲଢେଇ ରହିଛି। ରେଳ ସଂରକ୍ଷଣରେ ୧୫ ଜୁଲାଇ ଠାରୁ ହିଁ ଦୀପାବଳିର ଜୋସ୍ ଦେଖିବାକୁ ଲାଗିଛି।