ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ଲକ୍ଷ୍ମୀପୂଜା ବୁଲିବାକୁ ଆସୁଥିବା ବେଳେ ଅଘଟଣ : ଗଛରେ ଅଟୋ ପଟି ହୋଇ ଜଣେ ମୃତ, ୨ ଗୁରୁତର

 ଢେଙ୍କାନାଳ,୫।୧୧: ଲକ୍ଷ୍ମୀପୂଜା ଦେଖିବାକୁ ଅଟୋରେ ଆସୁଥିବା ବେଳେ ଅଟୋ ଦୁର୍ଘଟଣା ଗସ୍ତ ହେବାରୁ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି  । ମୃତକ ଜଣକ ହେଲେ ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ କୁରୁମ ଟାଙ୍କର ଗ୍ରାମର ପ୍ରତିମା ମହାନ୍ତି।

  ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ କୁରୁମ ଟାଙ୍କର ଗ୍ରାମରୁ ଢେଙ୍କାନାଳକୁ ଲକ୍ଷ୍ମୀପୂଜା ଦେଖିବା ପାଇଁ ରବିବାର ସନ୍ଧ୍ୟା ସମୟରେ ଆସୁଥିଲେ  । ଗୋବିନ୍ଦ ପୁର କୁରୁମଟାଙ୍ଗର ରାସ୍ତାର ଲେବୁଲ୍ କ୍ରସିଂ ନିକଟରେ ଥିବା ଏକ ଗଛରେ ଅଟୋ ପିଟି ହୋଇଯିବାରୁ ଅଟୋରେ ବସିଥିବା ସ୍ୱର୍ଣ୍ଣଲତା ମହାନ୍ତି, ପଦ୍ମନାଭ ମହାନ୍ତି ଓ ପ୍ରତିମା ମହାନ୍ତି ଗୁରୁତର ଭାବେ ଆହତ ହୋଇଥିଲେ  । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ନିଆଯାଇଥିଲା   । ସେଠାରେ ପହଞ୍ଚିବା ପରେ ପ୍ରତିମା ମହାନ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ  । ମୃତ ମହିଳା ଜଣଙ୍କ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତିଙ୍କ ଖୁଡି ହୋଇଥିବା ବେଳେ ଆହତଙ୍କ ମଧ୍ୟରୁ ଜଣେ ତାଙ୍କ ଦାଦା ଓ ମା ବୋଲି ଜଣାପଡିଛି  । ଆହତ ଦୁଇ ଜଣଙ୍କ ମଧ୍ୟରେ ସ୍ୱର୍ଣ୍ଣଲତା ମହାନ୍ତିଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ପଦ୍ମନାଭ ମହାନ୍ତି ଆହତ ହୋଇ ଚିକିତ୍ସିତ ହେଉଛନ୍ତି  ।

ଆହୁରି ପଢନ୍ତୁ : ବଣଭୋଜିରେ ଚଢାଉକୁ ନେଇ ଥାନାରେ ଲଙ୍କାକାଣ୍ଡ , ଅମ୍ବାଭୋନା ଥାନାରେ ପଶି ଯୁବକଙ୍କ ଭଙ୍ଗାରୁଜା

Copyright © 2022 - Summa Real Media Private Limited. All Rights Reserved.