ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଫଗାନିସ୍ତାନ ଡାକ୍ତରଖାନାରେ ରୋଗୀଙ୍କୁ ଔଷଧ ନାଁରେ ଦିଆଯାଉଛି ଅଫିମ,ଚିନ୍ତା ବ୍ୟକ୍ତ କଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

କାବୁଲ,୦୪/୧୧: ୨୦୨୧ ଅଗଷ୍ଟ ୧୫ରେ  ଆଫଗାନିସ୍ତାନକୁ ତାଲିବାନ୍‌ କବ୍‌ଜା କରିବା ପରଠାରୁ ସେଠାରେ ସ୍ୱାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି । ‘ରେଡିଓ ଫ୍ରି  ୟୁରୋପ’ ରିପୋର୍ଟ ଅନୁସାରେ ଆଫଗାନିସ୍ତାନରେ ଅନେକ ହସ୍ପିଟାଲରେ ଚିକିତ୍ସା ପାଇଁ ଆବଶ୍ୟକ ଉପକରଣର ଘୋର  ଅଭାବ ରହିଛି । ଏପରିକି ରୋଗୀ ସାଧାରଣ ରୋଗର  ଔଷଧ ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଏପରି ସ୍ଥିତିରେ  ଅନେକ ଡାକ୍ତରଖାନାରେ ରୋଗୀଙ୍କୁ ଔଷଧ ନାଁରେ ଅଫିମ ଦିଆଯାଉଥିବା ଜଣାଯାଇଛି । 

ଆଫଗାନିସ୍ତାନର ଜନସଂଖ୍ୟା ପ୍ରାୟ ୪ କୋଟି ହୋଇଥିବା  ସେମାନଙ୍କ ମଧ୍ୟରୁ ୧୦%ରୁ ଊଦ୍ଧ୍ୱର୍ ଡ୍ରଗ୍ସ ଅଭ୍ୟାସକାରୀ ।  ତାଲିବାନ୍‌ ଅଫିମ ଉତ୍ପାଦନ ଉପରେ ରୋକ ଲଗାଇବାକୁ  ଘୋଷଣା କରିଥିଲେ ହେଁ ବାସ୍ତବରେ କିନ୍ତୁ ସେଠାରେ ଅଫିମ  ଚାଷ ବୃଦ୍ଧି ପାଇଛି । ରିପୋର୍ଟ ଅନୁସାରେ, ଆଫଗାନିସ୍ତାନର  ଗ୍ରାମାଞ୍ଚଳରେ ଥିବା ହସ୍ପିଟାଲଗୁଡ଼ିକର ଅବସ୍ଥା ଅତ୍ୟନ୍ତ  ଖରାପ ରହିଛି । ସେଠାରେ ଥଣ୍ଡା, ଜ୍ୱର, କାଶ, ନିଦ ନ  ହେବା ଆଦି ପାଇଁ ମଧ୍ୟ ଲୋକଙ୍କୁ ଅଫିମ ଦିଆଯାଉଛି ।  ଫଳରେ ଲୋକ ନ ଚାହିଁ ବି ଅଫିମ ସେବନ କରୁଛନ୍ତି ।  

ଏଥିଯୋଗୁ ସେଠାରେ ଡ୍ରଗ୍ସ ସେବନକାରୀଙ୍କ ସଂଖ୍ୟା  ବଢ଼ୁଛି । ଯଦି ଏହା ଉପରେ ରୋକ ଲଗା ନ ଯାଏ ତେବେ  ଆଫଗାନିସ୍ତାନରେ ଡ୍ରଗ୍ସ ନିଶା ମହାମାରୀ ଭଳି ବ୍ୟାପିଯିବ  ଏବଂ ତାହାକୁ ରୋକିବା କଷ୍ଟକର ହୋଇପଡ଼ିବ ବୋଲି  ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ସେପଟେ  ଆଫଗାନିସ୍ତାନରେ ତାଲିବାନ ସରକାରକୁ ଅଧିକାଂଶ ଦେଶ  ମାନ୍ୟତା ଦେଇ ନ ଥିବାରୁ ଆଫଗାନିସ୍ତାନକୁ ଆର୍ଥିକ  ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏଥିଯୋଗୁ ସ୍ୱାସ୍ଥ୍ୟ  କ୍ଷେତ୍ର ମଧ୍ୟ ପ୍ରଭାବିତ ହେଉଛି । 

ଜାତିସଂଘର ଏକ ରିପୋର୍ଟ  ଅନୁସାରେ, ଆଫଗାନିସ୍ତାନରେ ୪୦ ଲକ୍ଷରୁ ଅଧିକ ଲୋକ  ଡ୍ରଗ୍ସ କବଳରେ ରହିଛନ୍ତି । ଏଠାରେ ବହୁ ସଂଖ୍ୟାରେ  ଲୋକ ଅଫିମକୁ ଔଷଧ ମନେ କରନ୍ତି । ଆଫଗାନ୍‌ର ଜଣେ  ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ, ଅଫିମ  ବ୍ୟତୀତ ଏଠାରେ ଅନ୍ୟ ପ୍ରକାରର ଡ୍ରଗ୍ସ ମଧ୍ୟ ସ୍ୱାସ୍ଥ୍ୟସେବା  ପାଇଁ ବ୍ୟବହାର କରାଯାଉଛି । ଲୋକଙ୍କ ପାଖରେ ଔଷଧ  ନ ଥିବାରୁ ସେମାନେ ବିକଳ୍ପ ନ ପାଇ ତାହାକୁ ସେବନ  କରୁଛନ୍ତି । ଏଥିଯୋଗୁ ନିଶା ସେବନକାରୀଙ୍କ ସଂଖ୍ୟା ବଢ଼ୁଛି ।  

ଆଫଗାନିସ୍ତାନରେ ଏବେ କିଛି ହାତଗଣତି ଅନ୍ତର୍ଜାତୀୟ  ରିଲିଫ୍‌ ସଂସ୍ଥା କାମ କରୁଛନ୍ତି । ପୂର୍ବରୁ ସେମାନଙ୍କୁ ଯେଉଁ  ପାଣ୍ଠି ମିଳୁଥିଲା ତାଲିବାନ୍‌ ଶାସନକୁ ଆସିବା ପରେ ତାହା ବନ୍ଦ ହୋଇଯାଇଛି । ଜାତିସଂଘ ୱାର୍ଲ୍ଡ ଫୁଡ୍‌ ପ୍ରୋଗ୍ରାମ ମଧ୍ୟ ପୂର୍ବରୁ  ଦେଉଥିବା ପାଣ୍ଠିକୁ ଗତ ସେପ୍ଟେମ୍ବରରେ କମ୍‌ କରିଦେଇଛି ।  କାରଣ ଏହି ସଙ୍ଗଠନ ମଧ୍ୟ ପାଣ୍ଠି ପାଇପାରୁନାହିଁ ।  ଗତ ଅଗଷ୍ଟରେ ରେଡ୍‌କ୍ରସ୍‌ ଆଫଗାନିସ୍ତାନରୁ ନିଜ ୨୫  ହସ୍ପିଟାଲରେ ତାଲା ପକାଇଦେଇଛି । ତେଣୁ ସେଠାକାର  ଲୋକଙ୍କ ଜୀବନ ଆହୁରି ଦୁର୍ବିଷହ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ  ସଙ୍ଗଠନ ଗତ ମାସରେ କହିଥିଲା ଯେ, ଆଫଗାନିସ୍ତାନର  ସ୍ଥିତି ଏବେ ଅତ୍ୟନ୍ତ ସମ୍ବେଦନଶୀଳ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.