ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୯୯୯ରେ ଭାରତ ସହ ‘ଲାହୋର ଚୁକ୍ତି’ ଉଲ୍ଲଂଘନ କରିଥିଲା ପାକିସ୍ତାନ: ନଓ୍ବାଜ ଶରିଫ

Image Courtesy: dailyexcelsior

ଲାହୋର: ନିଜର ଭୁଲ ସ୍ବୀକାର କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ମଧ୍ୟରେ ହୋଇଥିବା ଲାହୋର ଚୁକ୍ତିକୁ ଇସ୍ଲାମାବାଦ ଉଲ୍ଲଂଘନ କରିଛି । ଏହା ସ୍ବୀକାର କରିଛନ୍ତି ନଓ୍ବାଜ ଶରିଫ । ଜେନେରାଲ ପରଭେଜ ମୁଶାରଫଙ୍କ ପାଇଁ ୧୯୯୯ର ଲାହୋର ଚୁକ୍ତିକୁ ପାକିସ୍ତାନ ଉଲ୍ଲଂଘନ କରିଛି ବୋଲି ଶରିଫ କହିଛନ୍ତି । 

ନଓ୍ବାଜ ଶରିଫ କହିଛନ୍ତି ଯେ, ’୨୮ ମେ ୧୯୯୮ରେ ପାକିସ୍ତାନ ୫ଟି ଆଣବିକ ଯୁଦ୍ଧାସ୍ତ୍ରର ପରୀକ୍ଷଣ କରିଥିଲା।  ଏହା ପରେ ଅଟଳ ବିହାରୀ ବାଜପେୟୀ ଏଠାକୁ (ପାକିସ୍ତାନ) ଆସି ଆମ ସହ ଏକ ବୁଝାମଣା କରିଥିଲେ । କିନ୍ତୁ ଆମେ ସେହି ଚୁକ୍ତିକୁ ଉଲ୍ଲଂଘନ କଲୁ । ଏହା ଆମର ଭୁଲ ଥିଲା ।’ ସୁପ୍ରିମକୋର୍ଟଙ୍କ ଦ୍ବାରା ଅଯୋଗ୍ୟ ଘୋଷଣା ହେବା ପରେ ପିଏମଏଲ-ଏନ ପାର୍ଟିର ସଭାପତି ଚୟନ ହୋଇଥିବା ନଓ୍ବାଜ ଶରିଫ କାଉନସିଲ ବୈଠକରେ କାରିଗଲ୍‌ ଯୁଦ୍ଧ ପାଇଁ ପାକସ୍ତାନର ଭୁଲ ଥିବା କଥା ସ୍ବୀକାର କରିଛନ୍ତି ।

ସୂଚନାଯୋଗ୍ୟ, ନଓ୍ବାଜ ଶରିଫ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ମଧ୍ୟରେ ୨୧ ଫେବୃଆରୀ ୧୯୯ରେ ‘ଲାହୋର ଡିକ୍ଲାରେସନ୍‌’ ରାଜିନାମା ସ୍ବାକ୍ଷର ହୋଇଥିଲା । ଏହା ଜରିଆରେ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବାକୁ ଚୁକ୍ତି ହୋଇଥିଲା । ଏହାର କିଛି ମାସ ପରେ ପାକିସ୍ତାନୀ ସେନା ଜାମ୍ମୁ-କାଶ୍ମୀରର ଜିଲ୍ଳା କାର୍ଗିଲରେ ଅଶାନ୍ତି ସୃଷ୍ଟି କରିଥିଲେ । ପରେ ଏହା କାର୍ଗିଲ ଯୁଦ୍ଧକୁ ଜନ୍ମ ଦେଇଥିଲା । ନଓ୍ବାଜ ଶରିଫ କହିଛନ୍ତି ଯେ, ‘ ନ୍ୟୁକ୍ଳିୟର ଟେଷ୍ଟ ନକରିବାକୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ୫ ବିଲିୟନ୍‌ ଡଲାର ଅଫର କରିଥିଲେ । କିନ୍ତୁ ମୁଁ ଏହି ଅଫରକୁ ପ୍ରତ୍ୟାଖାନ କରିଥିଲି । ଯଦି ମୋ ଆସନରେ ଇମ୍ରାନ୍‌ ଖାନଙ୍କ ଭଳି ପ୍ରଧାନମନ୍ତ୍ରୀ ଥାଆନ୍ତେ ତେବେ ସେ ଏହି ଅଫରକୁ ଗ୍ରହଣ କରିନେଇଥାନ୍ତେ ।’ 

ସେପଟେ କିଭଳି ତାଙ୍କୁ ମିଥ୍ୟା ମାମଲରେ ଫସାଇ ପଦରୁ ହଟାଇ ଦିଆଯାଇଥିଲା ସେନେଇ ୭୪ ବର୍ଷୀୟ ଶରିଫ କହିଛନ୍ତି । ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ସାକିବ ନାୟର ଦ୍ବାରା ୨୦୧୭ରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବାହାର କରାଯାଇଥିବା ବୋଲି ଶରିଫ ଅଭିଯୋଗ କରିଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ତତ୍କାଳୀନ ଆଇଏସଆଇ ମୁଖ୍ୟ ଜେନେରାଲ ଜାହିରୁଲ ଇସ୍ଲାମ ତାଙ୍କ ସରକାରକୁ ଭାଙ୍ଗି ଇମ୍ରାନ ଖାନଙ୍କୁ ଚୌକି ଦେବାକୁ ଚକ୍ରାନ୍ତ କରିଥିଲେ । ପାକିସ୍ତାନ ଏ ତେହରିକକୁ ଆଇଏସଆଇ କ୍ଷମତାକୁ ଆଣିଛି କି ନାହିଁ ଇମ୍ରାନ ଖାନଙ୍କୁ ପ୍ରଶ୍ନ କରିଛନ୍ତି ନଓ୍ବାଜ ଶରିଫ । ଏହା ସହ ୨୦୧୪ରେ ଚୌକି ଛାଡ଼ିବାକୁ ଜେନେରାଲ ଇସ୍ଲାମ ତାଙ୍କୁ ଧମକ ଦେଇଥିଲେ ବୋଲି କହିଛନ୍ତି ୩ ଥରର ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ । 

ଏହା ସହ ନିଜ ସାନ ଭାଇ ଏବଂ ପାକିସ୍ତାନର ପ୍ରଧାନମନତ୍ରୀ ଶେହବାଜ ଶରିଫଙ୍କୁ ପ୍ରଶଂସା କରିଛନ୍ତି ନଓ୍ବାଜ । ସେ କହିଛନ୍ତିଯେ,‘ସବୁ ପରିସ୍ଥିତିରେ ଶେହବାଜ ମୋ ସହ ଛିଡ଼ା ହୋଇଛନ୍ତି । ଆମ ଭିତରେ ମତଭେଦ ପାଇଁ ବହୁ ପ୍ରଚେଷ୍ଟା କରାଯାଇଛି । କିନ୍ତୁ ଶେହବାଜ ମୋର ବିଶ୍ବାସଭାଜନ ହୋଇପାରିଛନ୍ତି । ଏପରକି ପୂର୍ବରୁ ଶେହବାଜଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ଅଫର ମିଳିଥିବା ବେଳେ ମୋତେ ଛାଡ଼ିବାକୁ କୁହାଯାଇଥିଲା । କିନ୍ତୁ ସେ ମନା କରିଦେଇଥିଲେ ।’ 


  • Nawaz Sharif
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.