ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ, ସୁରକ୍ଷା ପାଇଁ ଦର୍ଶକ ସଂଖ୍ୟା କମିବ

ପ୍ୟାରିସ,୦୪/୦୪: ପ୍ରଥମ ଥର ପ୍ୟାରିସରେ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ଷ୍ଟାଡିୟମ ପରିବର୍ତ୍ତେ ନଦୀରେ ଆୟୋଜିତ ହେବାକୁ ଯାଉଛି । ସେନ ନଦୀରେ ଭାସମାନ ମଞ୍ଚ ୬ କିଲୋ ମିଟର ଯାତ୍ରା କରିବ । ଏବେ ଆଲେକଜାଣ୍ଡର-୩ ପୋଲ ନିକଟରେ ଏକ ଭାସମାନ ଆଥଲେଟିକ୍‌ ଟ୍ରାକ୍‌ ପ୍ରସ୍ତୁତ  କରାଯାଇଛି । ଏହି ଟ୍ରାକ୍‌ରେ କ୍ରୀଡ଼ାବିତମାନେ ଦୌଡ଼ିବେ । ଦର୍ଶକମାନେ ନଦୀର ଉଭୟ ପାଶ୍ୱର୍ରେ ରହି ଉଦ୍‌ଘାଟନୀର ରୋମାଞ୍ଚ  ନେବେ । ଯାହା ପ୍ରାକ୍‌ ଆକଳନ ରହିଛି, ୫  ଲକ୍ଷରୁ ଊଦ୍ଧ୍ୱର୍ ଦର୍ଶକ ଉଦ୍‌ଘାଟନୀରେ ସାମିଲ ହେବେ । ନଦୀର ଉଭୟ ପାଶ୍ୱର୍ର କୋଠା  ଉପରେ ଦର୍ଶକଙ୍କୁ ବସିବାର ଅନୁମତି ମିଳିବ । 

କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଦର୍ଶକଙ୍କ ସଂଖ୍ୟା  ହ୍ରାସ କରାଯାଇପାରେ ବୋଲି ଫ୍ରାନ୍ସ ମନ୍ତ୍ରୀ  ଗେରାଲ୍ଡ ଡରମାନିନ କହିଛନ୍ତି । ସେ କହିଛନ୍ତି,  ‘ଅଲିମ୍ପିକ୍ସ କ୍ରୀଡ଼ା ପାଇଁ ଏ ପର୍ଯ୍ୟନ୍ତ ଆତଙ୍କବାଦୀ  ଆକ୍ରମଣର କୌଣସି ଧମକ ନାହିଁ । ତଥାପି  ଆମେ କ୍ରୀଡ଼ାବିତ ଓ ଦର୍ଶକଙ୍କ ସୁରକ୍ଷା ନେଇ  ସଂପୂର୍ଣ୍ଣ ପ୍ରସ୍ତୁତ ରହିଛୁ ।’ ସେମିତି କ୍ରୀଡ଼ା ମନ୍ତ୍ରୀ  ଆମେଲି ଆମେଲିଏ କାଷ୍ଟରା କହିଛନ୍ତି, ‘  କ୍ରୀଡ଼ା ପାଇଁ କୌଣସି ସୁରକ୍ଷା ସମସ୍ୟା ନାହିଁ । ଆମର‘ପ୍ଲାନ ବି’ ପ୍ରସ୍ତୁତ ହୋଇ ରହିଛି ।’ 

ଉଦ୍‌ଘାଟନୀ ଉତ୍ସବର ୫ ଘଣ୍ଟା ପୂର୍ବରୁ  ପ୍ୟାରିସର ଆକାଶ ମାର୍ଗକୁ ବନ୍ଦ କରିଦିଆଯିବ ।  ଏହି ଅଞ୍ଚଳରେ ‘ଆଣ୍ଟି ଡ୍ରୋନ୍‌ ପ୍ରୋଟୋକଲ’ ବ୍ୟବସ୍ଥା ରହିବ । ଆସନ୍ତା ଜୁଲାଇ ୨୬ ତାରିଖରେ  ପ୍ୟାରିସ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ରହିଛି ।  କ୍ରୀଡ଼ା ଅଗଷ୍ଟ ୧୧ ତାରିଖରେ ଉଦ୍‌ଯାପିତ ହେବ ।  ପୂର୍ବରୁ ୧୯୭୨ ଏବଂ ୧୯୯୬ ଅଲିମ୍ପିକ୍ସରେ  ଆତଙ୍କବାଦୀ ଆକ୍ରମଣ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.