ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଉଡ଼ାଣରେ ବିଳମ୍ୱ ହେଲେ ଏବେ ବିମାନରୁ ବାହାରି ଯାଇ ପାରିବେ ଯାତ୍ରୀ

ନୂଆଦିଲ୍ଲୀ – ଉଡ଼ାଣରେ ବିଳମ୍ୱ ହେଲେ ଯାତ୍ରୀ ଏବେ ବିମାନରୁ ବାହାରି ଯାଇ ପାରିବେ। ଏଥିପାଇଁ ଉଡ଼ାଣ ସୁରକ୍ଷା ( ଆଭିଏସନ ସିକ୍ୟୁରିଟି) ନିରୀକ୍ଷଣ ସଂସ୍ଥା ବିସିଏଏସ୍‌ ନୂଆ ନୀତି ନିର୍ଦ୍ଦେଶ ଜାରି କରିଛି। ଏହି ଅନୁସାରେ ବିମାନରେ ବସିବା ପରେ ଉଡ଼ାଣରେ ଅନେକ ବିଳମ୍ୱ ହେଲେ ଯାତ୍ରୀଙ୍କୁ ବିମାନ ବନ୍ଦରର ପ୍ରସ୍ଥାନ ଦ୍ୱାର ମାଧ୍ୟମରେ ବାହାରି ଯିବାକୁ ଅନୁମତି ଦିଆଯାଇଛି।

ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ)ର ମହାନିର୍ଦ୍ଦେଶକ ଜୁଲଫିକାର ହସନ କହିଛନ୍ତି କି, ନୂଆ ନୀତି ନିର୍ଦ୍ଦେଶ ୩୦ ମାର୍ଚ୍ଚରେ ଏୟାରଲାଇନ କମ୍ପାନୀ ଓ ବିମାନ ବନ୍ଦର ପରିଚାଳକଙ୍କୁ ଜାରି କରାଯାଇ ଥିଲା ଏବଂ ଏବେ ଏହା ଲାଗୁ ହୋଇ ସାରିଛି। ସେ କହିଛନ୍ତି କି, ଏହି ନୀତି ନିର୍ଦ୍ଦେଶ ଯାତ୍ରୀଙ୍କ ଅସୁବିଧାକୁ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ତାଙ୍କୁ ବିମାନରେ ବସିବା ପରେ ଦୀର୍ଘ ସମୟ ଯାଏ ବସି ରହିବାକୁ ପଡ଼ିବ ନାହିଁ।

ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ)ର ଏହି ନିର୍ଦ୍ଦେଶ ବିମାନ ବନ୍ଦରରେ ଭିଡ଼ ଓ ଉଡ଼ାଣରେ ବିଳମ୍ୱ ବଢୁଥିବା ମାମଲାକୁ ଦେଖି ଆସିଛି। ଅନେକ ଥର ଯାତ୍ରୀ ବିମାନରେ ବସିବା ପରେ ମଧ୍ୟ ଦୀର୍ଘ ସମୟ ଯାଏ ଫସି ରହି ଥାନ୍ତି। ହେଲେ ନୂଆ ନିୟମ ପରେ ଏବେ ଉଡ଼ାଣରେ ଦୀର୍ଘ ବିଳମ୍ୱ ହେବା ଓ ଅନ୍ୟ ଜରୁରିକାଳୀନ ସ୍ଥିତିର ମାମଲାରେ ଯାତ୍ରୀଙ୍କୁ ସମ୍ୱନ୍ଧିତ ବିମାନ ବନ୍ଦରର ପ୍ରସ୍ଥାନ ଦ୍ୱାରରୁ ବାହାରିବାର ଅନୁମତି ଦିଆଯିବ। ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବାର ନିର୍ଣ୍ଣୟ ସମ୍ୱନ୍ଧିତ ଏୟାରଲାଇନ୍ସ ଓ ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା ନିଆଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.