ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ନୀତୀଶ ସରକାରଙ୍କୁ ଝଟ୍‌କା, ୬୫ ପ୍ରତିଶତ ସଂରକ୍ଷଣ କୋଟା ରଦ୍ଦ

ନୂଆଦିଲ୍ଲୀ,୨୦/୬: ନୀତିଶ ସରକାରଙ୍କୁ ପାଟଣା ହାଇକୋର୍ଟର ଝଟକା।  ଇବିସି, ଏସସି ଓ ଏସଟି ପାଇଁ ୬୫% ସଂରକ୍ଷଣ ରଦ୍ଦ କରାଯାଇଛି । ଜାତିଗତ ଜନଗଣନା ପରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ନିଆଯାଇଥିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ବାତିଲ କରିଦେଇଛନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବିହାରରେ କେବଳ ପୂର୍ବରୁ ସ୍ଥିର ହୋଇଥିବା ସଂରକ୍ଷଣ ସୀମା ପ୍ରଯୁଜ୍ୟ ରହିବ। 

ତେବେ ଜାତିଗତ ଜନଗଣନା ପରେ ରାଜ୍ୟରେ ସଂରକ୍ଷଣ ସୀମା ବୃଦ୍ଧି କରାଯାଇଥିଲା। ବିହାର ସରକାର ପଛୁଆ ବର୍ଗ, ଅତ୍ୟଧିକ ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣକୁ ୫୦%ରୁ ୬୫%କୁ ବୃଦ୍ଧି କରିଥିଲେ। ଏହି ମାମଲାରେ ଗୌରବ କୁମାର ଏବଂ ଅନ୍ୟମାନଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ପାଟନା ହାଇକୋର୍ଟ ଶୁଣାଣି କରିଥିଲେ । ଶୁଣାଣି ପରେ ହାଇକୋର୍ଟ ଏହି ନିଷ୍ପତ୍ତି ୧୧ ମାର୍ଚ୍ଚ ୨୦୨୪ ପାଇଁ ସଂରକ୍ଷିତ ରଖିଥିଲେ ଯାହାର ଆଜି ଶୁଣାଣି ହୋଇଛି  । ପ୍ରଧାନ ବିଚାରପତି କେ.ଭି ଚନ୍ଦ୍ରଙ୍କ ଡିଭିଜନ୍ ବେଞ୍ଚରେ ଗୌରବ କୁମାରଙ୍କ ଆବେଦନ ଏବଂ ଅନ୍ୟାନ୍ୟ ଆବେଦନ ଉପରେ ଦୀର୍ଘ ସମୟ ଧରି ବିତର୍କ ହୋଇଥିଲା ।ରାଜ୍ୟ ସରକାରଙ୍କ ପକ୍ଷରୁ  ପି.କେ ଶାହି  ଯୁକ୍ତି କରିଥିଲେ । ଏହି ଶ୍ରେଣୀର ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ଅଭାବ ଥିବାରୁ ରାଜ୍ୟ ସରକାର ଏହି ସଂରକ୍ଷଣ ପ୍ରଦାନ କରିଛନ୍ତି ବୋଲି ସେ କୋର୍ଟଙ୍କୁ କହିଛନ୍ତି । 

ତେବେ ୯ ନଭେମ୍ବର ୨୦୨୩ ରେ ଏସସି, ଏସଟି, ଇବିସି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ୬୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଇଥିଲା। ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ କେବଳ ୩୫ ପ୍ରତିଶତ ପଦବୀ ସରକାରୀ ସେବା ପ୍ରଦାନ କରାଯିବା ନେଇ ନିଷ୍ପତି ହୋଇଥିଲା। ଏହି  ଶୁଣାଣିରେ ଆଡଭୋକେଟ୍ ଦୀନୁ କୁମାର କୋର୍ଟଙ୍କୁ କହିଥିଲେ ଯେ ସାଧାରଣ ବର୍ଗରେ ଇଡବ୍ଲୁଏସ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବାତିଲ କରିବା ଭାରତୀୟ ସମ୍ବିଧାନର ଧାରା ୧୪ ଏବଂ ଧାରା ୧୫ (୬) (ଖ) ବିରୁଦ୍ଧ । ସେ କହିଥିଲେ ଯେ ଜାତି ସର୍ବେକ୍ଷଣ ପରେ ସଂରକ୍ଷଣର ଏହି ନିଷ୍ପତ୍ତି ଜାତିର ଆନୁପାତିକ ଆଧାରରେ ନିଆଯାଇଛି ଏବଂ ସରକାରୀ ଚାକିରିରେ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ଆଧାରରେ ନୁହେଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇନ୍ଦିରା ସ୍ୱାହାନି ମାମଲାରେ ସଂରକ୍ଷଣ ସୀମା ଉପରେ ସୁପ୍ରିମକୋର୍ଟ ୫୦ ପ୍ରତିଶତ ପ୍ରତିବନ୍ଧକ ଲଗାଇଛନ୍ତି । ଜାତି ସର୍ବେକ୍ଷଣ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ଶୁଣାଣି ବିଚାରାଧୀନ ଅଛି । ଏହି ଆଧାରରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା ଯେଉଁଥିରେ ରାଜ୍ୟ ସରକାର ସରକାରୀ ଚାକିରିରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ୬୫ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହି କାରଣରୁ ପାଟଣା ହାଇକୋର୍ଟ ଏହି ବର୍ଗର ସଂରକ୍ଷଣ ସୀମାକୁ ୫୦ରୁ ୬୦ ପ୍ରତିଶତକୁ ବୃଦ୍ଧି କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବାତିଲ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.