ନୂଆଦିଲ୍ଲୀ,୧୧।୧୧: କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ଙ୍କ ବିରୋଧରେ ରାଜ୍ୟ ସରକାର ନିକଟରେ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ସେଭଳି ତାମିଲନାଡୁ ଓ ପଞ୍ଜାବର ରାଜ୍ୟପାଳ ମାମଲାରେ ମଧ୍ୟ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି, ଯାହା ଉପରେ ଦିନକ ପୂର୍ବେ କୋର୍ଟ କଡା ଟିପ୍ପଣୀ ଦେଇଥିଲେ। କୋର୍ଟ ରାଜ୍ୟପାଳଙ୍କୁ କହିଛନ୍ତି, ତାଙ୍କୁ ନିଆଁ ସହ ଖେଳିବା ଉଚିତ ନୁହେଁ ଓ ବିଲ୍କୁ ଲଟକାଇ ରଖିବା ଉଚିତ ନୁହେଁ। କେରଳ ସରକାରଙ୍କ ମଧ୍ୟ ଏଭଳି ସମାନ ଅଭିଯୋଗ ରହିଛି। କେରଳର ପିନରାୟୀ ସରକାରଙ୍କ କହିବା ଅନୁସାରେ, ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି, ସେ ସମ୍ବିଧାନ ଅନୁସାରେ କାମ କରୁଛନ୍ତି ଓ ତାଙ୍କ କାରଣରୁ ଯଦି ରାଜନୈତିକ ସଙ୍କଟ ସୃଷ୍ଟି ହୁଏ ତେବେ ଏହାର ପ୍ରମାଣ ଦେବା ଦରକାର।
ସେ କହିଛନ୍ତି, ମୁଁ ସମ୍ବିଧାନର ସୀମା କେବେ ଲାଙ୍ଘିନାହିଁ। ମହମ୍ମଦ ଖାନ୍ କହିଛନ୍ତି, ରାଜ୍ୟ ସରକାର ସବୁବେଳେ ନିଜର ସୀମା ଲାଙ୍ଘିଂ ଯାଉଛନ୍ତି। କେବଳ ବୟାନ ଦେଇ ଦେଲେ କୌଣସି ସଙ୍କଟ ସୃଷ୍ଟି ହୋଇଯାଏନି। ରାଜନୈତିକ ସଙ୍କଟର ଅର୍ଥ ସମ୍ବିଧାନ ପରିସରରୁ ବାହାରକୁ ଯିବା। ସେ କହିଛନ୍ତି, ରାଜ୍ୟ ସରକାର ନିଜର ସୀମା ଲାଙ୍ଘୁଛନ୍ତି। ରାଜ୍ୟରେ ପେନସନ୍ ଓ ବେତନ ଠିକ୍ ସମୟରେ ଦିଆଯାଉନି। ଅନ୍ୟପକ୍ଷେ କେରଳିୟମ୍ କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ୧୦ ଲକ୍ଷ ଟଙ୍କାର ସୁଇମିଂ ପୁଲ୍ ତିଆରି କରାଯାଉଛି।
ଉଲ୍ଲେଖନୀୟ ଯେ, କେରଳ ସରକାରଙ୍କ କହିବା ଅନୁସାରେ ରାଜ୍ୟପାଳ କିଛି ଜରୁରୀ ବିଲ୍ ଉପରେ ସାଇନ୍ କରୁନାହାନ୍ତି। ବିଜୟନ କହିଛନ୍ତି, ରାଜ୍ୟପାଳ ସମ୍ବିଧାନ ଅନୁସାରେ କାମ କରିବାକୁ ବାଧ୍ୟ। ସେଭଳି ରାଜ୍ୟପାଳଙ୍କ କହିବା ଅନୁସାରେ, ଆର୍ଥିକ ବିଲ୍ ବିନା ରାଜ୍ୟପାଳଙ୍କ ମଞ୍ଜୁରୀ ବିନା ମଧ୍ୟ ବିଧାନସଭାରେ ବିଲ୍ ପାସ୍ କରିହେବ। ଏଭଳି ସ୍ଥିତିରେ ତାଙ୍କ ଉପରେ ବିଲ୍କୁ ଲଟକାଇ ରଖିବାର ଅଭିଯୋଗ ଭିତ୍ତିହୀନ। ରାଜ୍ୟପାଳ କହିଛନ୍ତି, ସରକାର କୁଳପତିଙ୍କ ନିଯୁକ୍ତି ଦାୟତ୍ବ ବିଶ୍ବବିଦ୍ୟାଳୟକୁ ଦେବା ଦରକାର, କିନ୍ତୁ ଏହାକୁ ବଜେଟ୍ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ମିଳିଥାଏ। ସେଭଳି ଅର୍ଥ ବିଲ୍ ବିଷୟରେ ନିଷ୍ପତ୍ତି ନେଇଥାନ୍ତି ବାଚସ୍ପତି।