ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ପରିବେଶ ସୁରକ୍ଷା ବାର୍ତ୍ତା ସହ ଚାରାରୋପଣ କଲେ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସିର ସଦସ୍ୟ

ଭୁବନେଶ୍ବର ୭।୭: ବନ ମହୋତ୍ସବରେ ସାମିଲ ହୋଇଛନ୍ତି ରୋଟାରିଆନ୍ । ସାରା ଦେଶରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ର ମିଶନ୍ ଗ୍ରୀନ୍ ୨ ଆନୁକୁଲ୍ୟରେ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସି  ସଦସ୍ୟ ମାନେ ଏକ ମେଗା ବୃକ୍ଷରୋପଣ ଅଭିଯାନରେ ଯୋଗ ଦେଇଛନ୍ତି । ଓଡିଆ ଜାତିର ମହାତିଥି ମହାପ୍ରଭୁଙ୍କ ରଥଯାତ୍ରାରେ ବୃକ୍ଷରୋପଣ କରିଛନ୍ତି ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସିର ରୋଟାରିଆନ୍ ମାନେ । ଚନ୍ଦକା ନିକଟସ୍ଥ ଜଗନ୍ନାଥପ୍ରସାଦ ଠାରେ ରୋଟାରିଆନ୍ ମାନେ ଅନେକ ଫଳନ୍ତି ଗଛ ଚାରା ରୋପଣ ସହ ଦେଇଛନ୍ତି ପରିବେଶ ସୁରକ୍ଷାର ବାର୍ତ୍ତା । ଗଛ ଲଗାଇବା ସହ ତାର ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦେଇ ଆସୁଥିବା ରୋଟାରିଆନ୍ ମାନେ ଅତି ଯତ୍ନର ସହ ଆମ୍ବ, ନଡିଆ, ପିଜୁଳି ଆଦି ଶତାଧିକ ଚାରା ରୋପଣ କରିଛନ୍ତି ।

ବରିଷ୍ଠ ରୋଟାରିଆନ୍ ପୂର୍ବତନ ପ୍ରାନ୍ତଃପାଳ ରୋଟାରିଆନ୍ ଭବାନୀ ପ୍ରସାଦ ଚୌଧୁରୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି   ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସିର ସଭାପତି ଆଶୁତୋଷ ଦାଶ, ସମ୍ପାଦକ ରଶ୍ମୀରଞ୍ଜନ ମହାନ୍ତି, ପୂର୍ବତନ ସଭାପତି ବିଜୟ କୁମାର ପାତ୍ର, ବୃନ୍ଦାବନ ଦଳବେହେରା, ଅଶୋକ ଅଗ୍ରୱାଲ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରତୀପ ମିଶ୍ର, ରମେଶ ଚନ୍ଦ୍ର ଦାଶ, ଜତୀନ୍ ରଥ ବିକାଶ ରଞ୍ଜନ ରାୟ ପ୍ରମୁଖ ପରିଚାଳନା କରିଥିଲେ । ସଦସ୍ୟ ମାନେ ବିଶ୍ବର ପରିବେଶ ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା ସହ ବୃକ୍ଷ ହିଁ ଜୀବନ ଓ ବିକାଶର ସୂତ୍ର ବୋଲି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.