ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ଆସନ୍ତା ୧୭ରେ ଓଡ଼ିଶା ଆସିବେ ପିଏମ୍‌ ମୋଦି: ‘ସୁଭଦ୍ରା’ ଶୁଭାରମ୍ଭ କରିବେ, ୧୦ ଲକ୍ଷ ଆବାସ ବାଣ୍ଟିବେ

ଭୁବନେଶ୍ୱର,୧୪/୦୯: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଆସନ୍ତା ୧୭ରେ ଓଡ଼ିଶା ଗସ୍ତରେ  ଆସିବେ । ଜନତା ମଇଦାନରେ ‘ସୁଭଦ୍ରା’ ଯୋଜନାର  ଶୁଭାରମ୍ଭ କରିବେ । ଏହାଛଡ଼ା ବିଭିନ୍ନ ରାଜ୍ୟର  ୧୦ ଲକ୍ଷ ‘ପ୍ରଧାନମନ୍ତ୍ରୀ ଆବାସ’ ହିତାଧିକାରୀଙ୍କୁ  କାର୍ଯ୍ୟାଦେଶ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ।  ଜାତୀୟସ୍ତରର କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର  ଏହି ଆବାସ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ  ‘ଆବାସ’ର ପ୍ରଥମ କିସ୍ତି ଟଙ୍କା ବାବଦକୁ ୩୧୮୦  କୋଟି ଟଙ୍କା ଡିଜିଟାଲରେ ପଠାଇବେ ପ୍ରଧାନମନ୍ତ୍ରୀ ।  ଏହି ଉତ୍ସବରେ ମୋଦି ‘ଆବାସ ୍ମ ୨୦୨୪’ ଆପ୍‌  ମଧ୍ୟ ଉନ୍ମୋଚନ କରିବେ । 

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସଂପର୍କରେ  ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ  ଚୌହାନ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଘାଟନ ପରେ ୨୬ ଲକ୍ଷ ହିତାଧିକାରୀ  ‘ଗୃହପ୍ରବେଶ’ କରିବେ । ଚଳିତ ଆର୍ଥିକ ବର୍ଷରେ  ଓଡ଼ିଶାରେ ୨୨,୫୭୨ ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ କରାଯାଇଛି । ଏଥିପାଇଁ ୪୧.୩୨ କୋଟି ଟଙ୍କା  ବରାଦ ହୋଇଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, କେନ୍ଦ୍ର  ସରକାର ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାର  ୪ର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିବାକୁ ଯାଉଛନ୍ତି ।  ଏହି ଯୋଜନାରେ ୨୫ ହଜାର ସଂଯୋଗ ନଥିବା  ଜନବସତିକୁ ସଡ଼କ ସଂଯୋଗ ଯୋଗାଇ ଦିଆଯିବ ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣରେ ୨.୯୫  କୋଟି ଘର ପ୍ରଦାନ କରି ୨୦୨୪ ସୁଦ୍ଧା ସମସ୍ତଙ୍କ ପାଇଁ ଘର ଲକ୍ଷ୍ୟ ହାସଲ କରିବାକୁ ଯୋଜନା  ରହିଛି ।  

ପ୍ରଧାନମନ୍ତ୍ରୀ ୧୭ ତାରିଖ ପୂର୍ବାହ୍ନ ୧୧.୩୫  ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ  ପହଞ୍ଚିବେ । ୧୧.୫୫ରେ ଜନତା ମଇଦାନଠାରେ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅପରାହ୍ନ ୩ଟାରେ  ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ମୋଦିଙ୍କ ଗସ୍ତ  କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହ ପାଳନ କରିବାକୁ ମୁଖ୍ୟ  ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନ୍ତଃ  ବିଭାଗୀୟ ସମନ୍ୱୟରେ ଦାୟିତ୍ୱ ତୁଲାଇବାକୁ ଶ୍ରୀ  ଆହୁଜା ପରାମର୍ଶ ଦେଇଛନ୍ତି । ଆଇନ ଶୃଙ୍ଖଳା ଓ  ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ରାସ୍ତା  ମରାମତି, ପରିମଳ, ନିରବଛିନ୍ନ ବିଜୁଳି ସେବା  ଓ ପରିଷ୍କାର ପରିଚ୍ଛନ୍ନତା ଦିଗକୁ ଧ୍ୟାନ ଦେଇ  କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ସଚିବ ।   

‘ସୁଭଦ୍ରା’ ପାଇଁ ଅଧିକ ଜନଗହଳିକୁ  ଦୃଷ୍ଟିରେ ରଖି ଜନସାଧାରଣ ଯେପରି କାର୍ଯ୍ୟକ୍ରମ  ଦେଖିପାରିବେ, ସେଥିପାଇଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏଲ୍‌ଇଡି ବ୍ୟବସ୍ଥା  କରାଯିବ । ପାର୍କିଂ ବ୍ୟବସ୍ଥା, ଚୌକି ବ୍ୟବସ୍ଥା,  ଭ୍ରାମ୍ୟମାଣ ଶୌଚାଳୟକୁ ଅଧିକ ଗୁରୁତ୍ୱ ଦେବାକୁ  ବୈଠକରେ ସ୍ଥିର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.