ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪: ପୋଲଭଲ୍ଟରେ ଡୁପ୍ଲାଣ୍ଟିସ୍‌ଙ୍କ ପୁଣି ବିଶ୍ୱ ରେକର୍ଡ, ୬.୨୫ ମିଟର ଉଚ୍ଚ ଡେଇଁ ଜିତିଲେ ସ୍ୱର୍ଣ୍ଣ ପଦକ

ପ୍ୟାରିସ୍‌,୦୬/୦୮: ପୁରୁଷ ବର୍ଗ ପୋଲ ଭଲ୍ଟ ଇଭେଣ୍ଟରେ ସ୍ୱିଡେନ ଷ୍ଟାର୍‌ ମୋଣ୍ଡୋ ଡୁପ୍ଲାଣ୍ଟିସ୍‌ ଉଭୟ ବିଶ୍ୱ ରେକର୍ଡ ଓ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗ କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି । ସେ ୬.୨୫ମିଟର ଉଚ୍ଚ ଜମ୍ପ କରିଥିଲେ ।  ୟୁଏସଏର ସାମ କେଣ୍ଡ୍ରିକ୍ସ ୫.୯୫ମିଟର  ଜମ୍ପ ସହ ରୌପ୍ୟ ଓ ଗ୍ରୀସ୍‌ର  ଏମାନଏଲ କାରାଲିସ୍‌(୫.୯୦ମିଟର) ବ୍ରୋଞ୍ଜ ପଦକ ଜିତିଥିଲେ ।  

ପୂର୍ବରୁ ଡୁପ୍ଲାଣ୍ଟିସ ୮ ଥର ବିଶ୍ୱ ରେକର୍ଡ ଭାଙ୍ଗି ସାରିଥିଲେ ।  କେବଳ ଅଲିମ୍ପିକ୍ସ ରେକର୍ଡ ବାକି  ରହିଯାଇଥିଲା । ୬.୦୦ ମିଟର  ଉଚ୍ଚ ଜମ୍ପ ପରେ ଡୁପ୍ଲାଣ୍ଟିସ୍‌ଙ୍କ ସ୍ୱର୍ଣ୍ଣ  ପଦକ ପକ୍କା ହୋଇ ସାରିଥିଲା । ଏଥର  ସେ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିବାକୁ  ନିଷ୍ପତ୍ତି ନେଇଥିଲେ । ଅବଶ୍ୟ ଏଥିପାଇଁ ତାଙ୍କୁ ପରିଶ୍ରମ କରିବାକୁ  ପଡ଼ିନଥିଲା । ସେ ୬.୧୦ମିଟର ଚୟନ  କରିଥିଲେ ଓ ପ୍ରଥମ ପ୍ରୟାସରେ ସେ  ଏହି ଉଚ୍ଚତା ଅତିକ୍ରମ କରିଥିଲେ ।  ପୂର୍ବରୁ ବ୍ରାଜିଲ୍‌ର ଥିଆଗୋ ବାଜ୍‌ଙ୍କ  ନାମରେ ଅଲିମ୍ପିକ୍ସ ରେକର୍ଡ  ରହିଥିଲା । ୨୦୧୬ ରିଓ ଅଲିମ୍ପିକ୍ସରେ  ସେ ୬.୦୩ ମିଟର ଜମ୍ପ କରି ଏହି  ରେକର୍ଡ କରିଥିଲେ । 

ଏଥର ଷ୍ଟେଡ ଡି ଫ୍ରାନ୍ସରେ ଉପସ୍ଥିତ ୮୦,୦୦୦ ଦର୍ଶକ ଡୁପ୍ଲାଣ୍ଟିସ୍‌ଙ୍କୁ ଉତ୍ସାହିତ କରିଥିଲେ ।  ଦର୍ଶକ ତାଙ୍କ ଠାରୁ ଚାହୁଁଥିଲେ ଆଉ ଏକ ନୂଆ ବିଶ୍ୱ ରେକର୍ଡ । ଶେଷରେ ଡୁପ୍ଲାଣ୍ଟିସ୍‌  ୬.୨୫ମିଟର ଚୟନ କରିଥିଲେ । ତାଙ୍କର ପ୍ରଥମ ପ୍ରୟାସ ବିଫଳ ହୋଇଥିଲା । କିଛି  ସମୟରେ ବିଶ୍ରାମ ନେଇ ସେ ଦ୍ୱିତୀୟ ଜମ୍ପ କରିଥିଲେ । ଏଥର ତାଙ୍କ ଡାହାଣ ଆଣ୍ଠୁ ବାର୍‌ରେ  ବାଜିଥିଲା ଓ ନାଲି ଆଲୋକ ଜଳି ଉଠିଥିଲା । ହାତରେ ବାକିଥିଲା ଶେଷ ସୁଯୋଗ । ଦର୍ଶକଙ୍କ  ସମେତ ସାଥୀ ପ୍ରତିଯୋଗୀମାନେ ମଧ୍ୟ ତାଙ୍କୁ ଉତ୍ସାହିତ କରିବାରେ ଲଗି ପଡ଼ିଥିଲେ । କିଛି  ସମୟ ବିଶ୍ରାମ ଏବଂ ଆଉ କିଛି ସମୟ ୱାର୍ମ ଅପ୍‌ । ସେତେବେଳକୁ ଷ୍ଟାଡିୟମ୍‌ରେ ଉପସ୍ଥିତ  ସବୁ ଦର୍ଶକ ଧୈର୍ଯ୍ୟର ସହ ତାଙ୍କ ତୃତୀୟ ଜମ୍ପକୁ ଅପେକ୍ଷା କରି ରହିଥିଲେ ।  

ଭଲ୍ଟ ସହ ଡୁପା୍ଲଣ୍ଟିସ୍‌ ରନ୍‌ ଅପ୍‌ ନେଇଥିଲେ । ଷ୍ଟାଡିୟମ୍‌ କମ୍ପି ଉଠିଥିଲା । ଏଥର  ସଫଳ ହୋଇଥିଲା ଡୁପ୍ଲାଣ୍ଟିସ୍‌ଙ୍କ ଶେଷ ପ୍ରୟାସ । ସେ ସଫଳତାର ସହ ୬.୨୫ମିଟର  ଅତିକ୍ରମ କରିଥିଲେ । ଇତିହାସରେ ଲିପିବଦ୍ଧ ହୋଇଥିଲା ଡୁପ୍ଲାଣ୍ଟିସ୍‌ଙ୍କ ନାମ ।  

ଗତ ଏପ୍ରିଲରେ ଅନୁଷ୍ଠିତ ଜିଆମେନ ଡାଏମଣ୍ଡ ଲିଗ୍‌ରେ ସେ ୬.୨୪ମିଟର  ଜମ୍ପ କରିଥିଲେ । ପୂର୍ବରୁ ସେ ୩ ଥର ବିଶ୍ୱଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ  କରିସାରିଥିଲେ । ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ସେ ସ୍ୱର୍ଣ୍ଣ ଜିତିଥିଲେ । ପ୍ୟାରିସ୍‌ରେ ମଧ୍ୟ ତାଙ୍କ ଟକ୍କର ଦେବା ଭଳି କେହି ପ୍ରତିଦ୍ୱନ୍ଦ୍ୱୀ ନଥିଲେ । ତେଣୁ ଦର୍ଶକ ତାଙ୍କ ଠାରୁ ନୂଆ  ବିଶ୍ୱ ରେକର୍ଡ ଆଶା ରଖିଥିଲେ । ଟୋକିଓ ଅଲିମ୍ପିକ୍ସରେ ପାଦ ଦେବା ପୂର୍ବରୁ ସେ ବିଶ୍ୱ  ରେକର୍ଡ ଭାଙ୍ଗି ସାରିଥିଲେ । ୨୦୨୦ ଫେବ୍ରୁଆରୀ ୪ ତାରିଖରେ ସେ ପ୍ରଥମେ ୬.୦୦  ମିଟର ଉଚ୍ଚ ଜମ୍ପ କରିଥିଲେ । ୪ଦିନ ପରେ ସେ ୬.୧୭ମିଟର ଜମ୍ପ କରି ୬ବର୍ଷ  ତଳର ବିଶ୍ୱ ରେକର୍ଡ ଭାଙ୍ଗିଥିଲେ । ପୂର୍ବରୁ ଫ୍ରାନ୍ସର ଫ୍ରାନ୍ସର ରିନାଉଡ୍‌ ଲାଭେଲିନି  (୬.୧୬ମିଟର)ଙ୍କ ନାମରେ ବିଶ୍ୱ ରେକର୍ଡ ରହିଥିଲା । ଲାଭେଲିନିଙ୍କ ରେକର୍ଡ ଭାଙ୍ଗିବା  ଦିନଠୁ ଡୁପ୍ଲାଣ୍ଟିସ ଆଉ ବିଫଳ ହୋଇନାହାନ୍ତି । ଫେବ୍ରୁଆରୀ ୧୫ ତାରିଖରେ ସେ  ଗ୍ଲାସଗୋରେ ୬.୧୮ମିଟର ଜମ୍ପ କରିଥିଲେ । ୨୦୨୦ ମାର୍ଚ୍ଚରେ ସେ ନିଜ ରେକର୍ଡକୁ ୨ଥର ଭାଙ୍ଗିଥିଲେ । ୭ତାରିଖରେ ସେ ବେଲଗ୍ରେଡ୍‌ରେ ୬.୧୯ମିଟର ଜମ୍ପ କରିଥିଲେ ଓ  ୨୦ ତାରିଖରେ ୬.୨୦ମିଟର ଜମ୍ପ କରି ଚତୁର୍ଥ ଥର ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ ।  

୨୦୨୨(ଜୁଲାଇ ୨୪ତାରିଖ) ଓରେଗନ ବିଶ୍ୱ ଚାମ୍ପିଅନସିପ୍‌ରେ ସେ  ୬.୨୧ମିଟର ଜମ୍ପ କରିଥିଲେ । ଏହାପରେ ୨୦୨୩ ଫେବ୍ରୁଆରୀ ୨୫ ତାରିଖରେ  ୬.୨୨ମିଟର, ୨୦୨୩ ସେପ୍ଟେମ୍ବରରେ ୬.୨୩ମିଟର ଜମ୍ପ କରି ସପ୍ତମ ଥର ବିଶ୍ୱ  ରେକର୍ଡ ଭାଙ୍ଗିଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.