ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଚଳିତ ବର୍ଷ ବିରଳ ଯୋଗରେ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା, ରଥଯାତ୍ରାରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ,୨୬/୦୬ : ଚଳିତ ବର୍ଷ ବିରଳ ଯୋଗରେ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀଗୁଣ୍ଡିଚା। ଏଥର ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ ବୋଲି ଜଣାପଡ଼ିଛି । ରାଷ୍ଟ୍ରପତିଙ୍କ ବ୍ୟତୀତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀ ଓ ପ୍ରମୁଖ ବ୍ୟକ୍ତିବିଶେଷ ସାମିଲ ହେବେ। ଏନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ନିକଟରେ ଖବର ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ପ୍ରାଶାସନିକ ସ୍ତରରେ ସୁରକ୍ଷା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । 

ରାଷ୍ଟ୍ରପତି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ୭ ତାରିଖରେ ପୁରୀରେ ପହଞ୍ଚିବେ ଓ ୮ ତାରିଖ ପର୍ଯ୍ୟନ୍ତ ରହିବେ । ଦୁଇଦିନ ଧରି ରାଷ୍ଟ୍ରପତି ପୁରୀରେ ରହିବାର ଯୋଜନା ରହିଛି । ପ୍ରତ୍ୟେକ ବର୍ଷ ଭଳି ଏଥର ମଧ୍ୟ ରଥଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏବଂ ଅନ୍ୟ ମନ୍ତ୍ରୀମାନେ ସାମିଲ ହେବେ । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ ରାଷ୍ଟ୍ରପତି ଯେହେତୁ ରଥଯାତ୍ରାକୁ ଆସିବା ଲାଗି ପୂର୍ବରୁ କହି ଯାଇଥିଲେ ତେଣୁ ଆସିପାରନ୍ତି । ସେଥିପାଇଁ ଆମେ ପ୍ରସ୍ତୁତ ହେଉଛୁ । ଏପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ ଆମର ହସ୍ତଗତ ହୋଇନାହିଁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.