ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରକୁ ସମ୍ବୋଧନ କଲେ ରାଷ୍ଟ୍ରପତି

Image Courtesy: hindustantimes

ନୂଆଦିଲ୍ଲୀ: ଦେଶର ୭୮ତମ ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରକୁ ସମ୍ୱୋଧନ କରିଛନ୍ତି । ନିଜ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, 'ଦେଶବାସୀ ୭୮ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି, ଏହା ଦେଖି ମୁଁ ବହୁତ ଖୁସି । ସ୍ୱାଧୀନତା ଦିବସ ଅବସରରେ ଉଡ଼ୁଥିବା ତ୍ରିରଙ୍ଗାକୁ ଦେଖିବା- ସେ ଲାଲ୍‌କିଳ୍ଲାରେ ହେଉ, ରାଜ୍ୟର ରାଜଧାନୀରେ ହେଉ କିମ୍ୱା ଆମ ଆଖ-ପାଖରେ ହେଉ, ତାହା ଆମ ହୃଦୟକୁ ଉତ୍ସାହରେ ଭରି ଦେଉଛି ।'

ରାଷ୍ଟ୍ରପତି କହିଛନ୍ତି, 'ମହିଳାଙ୍କୁ କେନ୍ଦ୍ରରେ ରଖି ସରକାରଙ୍କ ଦ୍ୱାରା ଯୋଜନା ଲାଗୁ କରାଯାଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମର ଉଦ୍ଦେଶ୍ୟ ମହିଳାଙ୍କ ବାସ୍ତବିକ ସଶକ୍ତିକରଣ ସୁନିଶ୍ଚିତ କରିବା । ଗ୍ଲୋବାଲ୍ ୱାର୍ମିଂର ସବୁଠୁ ଗମ୍ଭୀର କୁପ୍ରଭାବରୁ ପୃଥିବୀକୁ ରକ୍ଷା କରିବା ପାଇଁ ମାନବ ସମୁଦାୟ ଦ୍ୱାରା କରାଯାଉଥିବା ସଂଘର୍ଷର ଅଗ୍ରଣୀ ଭୂମିକା ନେଉଥିବାରୁ ଭାରତ ଗର୍ବିତ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣ ନିଜ ନିଜ ଜୀବନଶୈଳୀରେ ଛୋଟ ଛୋଟ ପରିବର୍ତ୍ତନ ତଥା ଜଳବାୟୁ ପରିବର୍ତ୍ତନର ଆହ୍ୱାନ ସାମନା କରିବାରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦିଅନ୍ତୁ ।'

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, 'ଚଳିତ ବର୍ଷ ଜୁଲାଇରୁ ଭାରତୀୟ ନ୍ୟାୟ ସଂହିତା ଲାଗୁ କରି, ଆମେ ଉପନିବେଶ ଯୁଗର ଆଉ ଏକ ଅବେଶଷକୁ ହଟାଇ ଦେଇଛୁ । ନୂଆ ସଂହିତାର ଉଦ୍ଦେଶ୍ୟ, କେବଳ ଦଣ୍ଡ ଦେବା ପରିବର୍ତ୍ତେ, ଅପରାଧ-ପୀଡିତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା । ଆମେ ଏହି ପରିବର୍ତ୍ତନକୁ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ରୂପେ ଦେଖିବା ଦରକାର ।'

ରାଷ୍ଟ୍ରପତି ଆହୁରି କହିଛନ୍ତି, 'ଆଜିର ଯୁବବର୍ଗ ଆମ ସ୍ୱାଧୀନତାର ଶତାବ୍ଦୀ ଯାଏ ଅମୃତ କାଳକୁ ଅର୍ଥାତ୍ ଆଜିଠରୁ ପ୍ରାୟ ଏକ ଚତୁର୍ଥାଂଶ କାଳଖଣ୍ଡକୁ ରୂପ ଦେବେ । ସେମାନଙ୍କ ଉର୍ଜା ଏବଂ ଉତ୍ସାହ ବଳରେ ଆମ ଦେଶ ନୂଆ ଶିଖର ଯାଏ ପହଞ୍ଚିବ । ରୋଜଗାର ଏବଂ କୌଶଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଞ୍ଚ ଯୋଜନା ମାଧ୍ୟମରେ ପାଞ୍ଚ ବର୍ଷରେ ୪ କୋଟି ୧୦ ଲକ୍ଷ ଯୁବକ-ଯୁବତୀଙ୍କୁ ଲାଭ ମିଳିବ । ସରକାରଙ୍କ ଏକ ନୂଆ ଯୋଜନାରେ ପାଞ୍ଚ ବର୍ଷରେ ଏକ କୋଟି ଯୁବକ ଅଗ୍ରଣୀ କମ୍ପାନିରେ ପ୍ରଶିକ୍ଷଣ ନେବେ । ଏହି ସବୁ ପଦକ୍ଷେପ, ବିକଶିତ ଭାରତ ନିର୍ମାଣରେ ବଡ଼ ଯୋଗଦାନ ଦେବେ ।'

ଗତ କିଛି ବର୍ଷରେ, ଭାରତ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଅଭୂତପୂର୍ବ ପ୍ରଗତି କରିଛି । ଆପଣମାନଙ୍କ ସହ, ମୁଁ ମଧ୍ୟ ଆସନ୍ତା ବର୍ଷ ହେବାକୁ ଥିବା ଗଗନଯାନ ମିଶନର ଶୁଭାରମ୍ଭକୁ ଉତ୍ସାହର ସହ ଚାହିଁ ରହିଛି । ଖେଳ ଜଗତ ମଧ୍ୟ ଏପରି ଏକ କ୍ଷେତ୍ର ଯେଉଁଥିରେ ଆମ ଦେଶ ଗତ ଦଶନ୍ଧିରେ ଅନେକ ପ୍ରଗତି କରିଛି । ସରକାର ଖେଳର ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦେଇଛନ୍ତି ଏବଂ ଏହାର ପରିଣାମ ସାମନାକୁ ଆସୁଛି । ପ୍ୟାରିସ୍ ଅଲିମ୍ପିକ୍ସ ଖେଳରେ ଭାରତୀୟ ଦଳ ନିଜ ଉତ୍କୃଷ୍ଟ ପ୍ରୟାସ କରିଛି । ମୁଁ ଖେଳାଳିଙ୍କ ନିଷ୍ଠା ଏବଂ ପରିଶ୍ରମକୁ ପ୍ରଶଂସା କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

ଶେଷରେ ରାଷ୍ଟ୍ରପତି କହିଛନ୍ତି, 'ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ତତ୍ପର ଅଛି । ଏହି ଉହ୍ଲାସର ମୁହୂର୍ତ୍ତରେ ମୁଁ ଆପଣମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଉଛି । ମୁଁ ସେନାର ସେହି ସାହସୀ ଯବାନଙ୍କୁ ବିଶେଷ ଶୁଭେଚ୍ଛା ଜଣାଉଛି, ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଆମ ସ୍ୱାଧୀନତାର ରକ୍ଷା କରୁଛନ୍ତି ।'

  • president india
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.