ପ୍ରମୂଖ ଖବର
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ବଢୁଛି ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ, ବିନା ଡାକ୍ତରୀ ପ୍ରମାଣପତ୍ରରେ କରୁଛନ୍ତି ଚିକିତ୍ସା

ଛତ୍ରପୁର,୨୫/୦୮: ଗାଁରେ ଛାଇ ଗଲେଣି ନକଲି ଡାକ୍ତର ବା କ୍ୱାକ୍ । ଆର୍ଯ୍ୟପଲ୍ଲୀ ଗାଁର ୮ରୁ ୧୦ ଟି ସ୍ଥାନରେ କ୍ୱାକ୍ ମାନେ ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣାପଡ଼ିଛି । କିଏ ବାହାର ରାଜ୍ୟରୁ ଆସି ନିଜକୁ ଡାକ୍ତରର ପରିଚୟ ଦେଇ ଚିକିତ୍ସା କରୁଛି ତ କେଉଁଠି ଲୋକାଲ ଲୋକ ଏଠାରେ ଡାକ୍ତର ସାଜି ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ଏଭଳି ଅମାନୁଷିକ ଦୃଶ୍ୟ ।

ସୂଚନା ଅନୁଯାୟୀ, ଆର୍ଯ୍ୟପଲ୍ଲୀରେ ମାତିଲେଣି ନକଲି ଡାକ୍ତର । କେବଳ ବାହାର ରାଜ୍ୟର ନୁହେଁ, ସେଠାକାର ସ୍ଥାନୀୟ ଲୋକେ ମଧ୍ୟ ନକଲି ଡାକ୍ତର ସାଜି ରୋଗୀଙ୍କ ଚିକିତ୍ସା କରୁଛନ୍ତି । ଯେପରି ନକଲି ମଦ କାରବାରରେ ଚିକିଟିରେ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଛି, ଠିକ୍ ସେହିପରି ଏହି ନକଲି ଡାକ୍ତର ହାତରେ ଦିନେ କାହାର ଜୀବନ ଚାଲିଯିବ । ଜିଲ୍ଲା ସଦର ମହକୁମାଠାରୁ ମାତ୍ର କିଛି ଦୂରରେ ଏହି ଗାଁଟି ରହିଥିବା ବେଳେ ଏଠାରେ ଦୀର୍ଘ ବର୍ଷ ଧରି ଏଭଳି ନକଲି ଡାକ୍ତର ରୋଗୀଙ୍କ ଚିକିତ୍ସା କରୁଛନ୍ତି । ଯାହା ଉପରେ କୌଣସି ଅଧିକାରୀଙ୍କ ଦୃଷ୍ଟି ପଡ଼ିନାହିଁ । ଏହି କ୍ୱାକ୍‌ମାନଙ୍କର କୈାଣସି ଡାକ୍ତରୀ ପ୍ରମାଣପତ୍ର ନଥାଇ କିମ୍ବା ଲୋକଙ୍କୁ ନକଲି ପ୍ରମାଣପତ୍ର ଦେଖାଇ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଅଧିନ ବଡ଼ ଆର୍ଯ୍ୟପଲ୍ଲୀ, ସାନ ଆର୍ଯ୍ୟପଲ୍ଲୀରେ କ୍ୱାକ୍‌ମାନଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ହେଉ କିମ୍ବା ପ୍ରଶାସନ, ଏହା ଉପରେ କିପରି ଏମାନଙ୍କ ଦୃଷ୍ଟି ପଡ଼ିନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହି କ୍ୱାକମାନେ ବିଶେଷକରି ବଙ୍ଗାଳି । ଏପରିକି ଏହି ନକଲି ଡାକ୍ତରମାନେ ରୋଗୀଙ୍କର ଛୋଟ ଛୋଟ ଅପେରେସନ୍ କରିବା ସହ, ରୋଗୀଙ୍କୁ ଇଞ୍ଜିକସେନ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ନକଲି ଡାକ୍ତରମାନେ ଅନ୍ୟ ରାଜ୍ୟରୁ ଆସି ଏଠାରେ ଭଡ଼ାରେ ରହି ବେଆଇନ ଭାବେ କ୍ଲିନିକ୍ କରି ପଞ୍ଚାୟତବାସୀଙ୍କ ଚିକିତ୍ସା କରୁଛନ୍ତି । ସେମାନଙ୍କ ନିକଟରେ ଡାକ୍ତରୀ ପ୍ରମାଣପତ୍ର ଅଛିକି ନାହିଁ, ଯଦି ଅଛି ତାହା ଅସଲି କି ନକଲି ତାହାର ଯାଞ୍ଚ ସମେତ ତଦନ୍ତ କରାଯାଉ ବୋଲି ସାଧାରଣରେ ଦାବି ହେଉଛି । ଯଦି ପ୍ରଶାସନ ବେଳ ଥାଉ ଥାଉ ଚଢ଼ାଇ ନ କରିବ, ତେବେ ମଦ ମୃତ୍ୟୁ ଭଳି ନକଲି ଡାକ୍ତର ଚିକିତ୍ସାରେ ମୂଲ୍ୟବାନ ଜୀବନ ମଧ୍ୟ ଚାଲିଯିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.