ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଭନ୍‌ସାଲିଙ୍କର ଅପକମିଂ ଆକ୍ସନ୍‌ ଫିଲ୍ମରେ ନଜର ଆସିବେ ‘ଦେଶୀ ଗାର୍ଲ’ ପ୍ରିୟଙ୍କା

ମୁମ୍ବାଇ ୨୩/୦୩: ଗ୍ଲୋବାଲ୍‌ ଷ୍ଟାର ହୋଇସାରିଥିବା ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା ଏବେ ଭାରତରେ ଅଛନ୍ତି । ନିକଟରେ ଝିଅ ସହ ଭାରତ ଫେରିଛନ୍ତି ସେ । ତାଙ୍କର ଏହି ଗସ୍ତ କାମ ସହିତ ଜଡ଼ିତ ବୋଲି କୁହାଯାଉଛି । ଭାରତରେ ନିଜ ରହଣି ଅବଧି ମଧ୍ୟରେ ସେ କିଛି ଫିଲ୍ମ ନିର୍ମାତାଙ୍କୁ ଭେଟିବେ ।  

ନୂଆ ସ୍କ୍ରିପ୍ଟ ମଧ୍ୟ ପଢ଼ିବେ ବୋଲି ଚର୍ଚ୍ଚା ଚାଲିଛି ।  ଯେଉଁ ଫିଲ୍ମ ନିର୍ମାତାମାନଙ୍କୁ ପ୍ରିୟଙ୍କା ଭେଟିବାର  ଅଛି ସେମାନଙ୍କ ମଧ୍ୟରେ ସଞ୍ଜୟ ଲୀଲା ଭନ୍‌ସାଲି ସାମିଲ । ଭନ୍‌ସାଲିଙ୍କର ଅପକମିଂ ଆକ୍ସନ୍‌ ଫିଲ୍ମ  ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବାର  ଅଛି । ତାହା ଏକ ପିରିୟଡ୍‌ ଫିଲ୍ମ ହୋଇଥିବାବେଳେ  ସେଥିରେ ପ୍ରିୟଙ୍କାଙ୍କର ପ୍ରଭାବଶାଳୀ ଭୂମିକା ରହିବ ।  

ରିପୋର୍ଟ ମୁତାବକ, ପ୍ରିୟଙ୍କାଙ୍କୁ କାହାଣୀଟି ପସନ୍ଦ  ଆସିଛି। ତେଣୁ ସେମାନେ ଫିଲ୍ମର ଟାଇମଲାଇନ୍‌,  ସୁଟିଂ ଶିଡ୍ୟୁଲ, କଷ୍ଟ୍ୟୁମ ଇତ୍ୟାଦି ସଂପର୍କରେ  ବିସ୍ତୃତ ଆଲୋଚନା କରିବେ । ଅନ୍ୟପଟେ ନିଜର  ପ୍ରଡକ୍ସନ୍‌ ହାଉସ୍‌ ଉପରେ ବି ଫୋକସ୍‌ କରୁଛନ୍ତି  ପ୍ରିୟଙ୍କା । ନିଜ ବ୍ୟାନର ଅଧୀନରେ ୩-୪ଟି  ପ୍ରୋଜେକ୍ଟ ଚୂଡ଼ାନ୍ତ କରିବାକୁ କିଛି ଲୋକଙ୍କୁ  ଭେଟୁଛନ୍ତି ସେ । ପୂର୍ବରୁ ଭନ୍‌ସାଲିଙ୍କର ‘ବାଜିରାଓ  ମସ୍ତାନି’ରେ ପ୍ରିୟଙ୍କା କାମ କରିସାରିଛନ୍ତି । ସେଥିରେ ତାଙ୍କ ସହିତ ରଣବୀର ସିଂହ, ଦୀପିକା  ପାଦୁକୋନ୍‌ଙ୍କୁ ଦେଖିବାକୁ ମିଳିଥିଲା । ସେହି ଫିଲ୍ମରେ  ପ୍ରିୟଙ୍କାଙ୍କ ଅଭିନୟକୁ ଦର୍ଶକେ ବହୁତ ପ୍ରଶଂସା କରିଥିଲେ । 

ସୂଚନାଥାଉକି, ୨୦୧୯ର ‘ଦ ସ୍କାଏ ଇଜ୍‌  ପିଙ୍କ୍‌’ ପରଠାରୁ ସେ କୌଣସି ବଲିଉଡ୍‌ ଫିଲ୍ମରେ  କାମ କରିନାହାନ୍ତି । ଫରହାନ୍‌ ଅଖତରଙ୍କ ‘ଜି ଲେ ଜରା’  ମାଧ୍ୟମରେ ସେ ବିଗ୍‌ ସ୍କ୍ରିନ୍‌କୁ କମ୍‌ବ୍ୟାକ୍‌ କରିବାର ଥିଲା ।  କିନ୍ତୁ ତାହା ମଧ୍ୟ ବିଳମ୍ବିତ ହେଉଛି । ଏପରିସ୍ଥଳେ ଭନ୍‌ସାଲିଙ୍କ  ଫିଲ୍ମ ମାଧ୍ୟମରେ ପ୍ରିୟଙ୍କା କମ୍‌ବ୍ୟାକ୍‌ କରିବା ଚର୍ଚ୍ଚା ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.