ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୋର୍ଶ କାର ଦୁର୍ଘଟଣା ମାମଲାରେ ବଡ଼ ଆକ୍ସନ , ୨ ପୁଲିସକର୍ମୀ ନିଲମ୍ୱିତ

ନୂଆଦିଲ୍ଲୀ – ପୋର୍ଶ କାର ଦୁର୍ଘଟଣା ମାମଲାରେ ଶୁକ୍ରବାର ବଡ଼ ଆକ୍ସନ ନିଆ ଯାଇଛି। ଅଭିଯୁକ୍ତ ନାବାଳକକୁ ଯେଉଁ ପୁଲିସ ଷ୍ଟେସନକୁ ନିଆଯାଇ ଥିଲା, ସେଠାର ଦୁଇ ପୁଲିସକର୍ମୀଙ୍କୁ ନିଲମ୍ୱିତ କରି ଦିଆ ଯାଇଛି। ରିପୋର୍ଟ ମୁତାବିକ , ପ୍ରୋଟୋକଲର ପାଳନ କରାଯାଇ ନଥିବାକୁ ଏହା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କୁହାଯାଉଛି କି, ଏହି ଦୁଇଜଣ ସେହି ପୁଲିସ କର୍ମୀ , ଯିଏ ଘଟଣାର ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି କି ସେମାନେ ମାମଲାର ସୂଚନା ନିଜର ସିନିୟରଙ୍କୁ ଦେଇ ନଥିଲେ। ଏହାସହ କଣ୍ଟ୍ରୋଲ ରୁମ୍‌କୁ ବି ଏହାର ସୂଚନା ପହଞ୍ଚା ଯାଇନଥିଲା। 

ପୁନେ ପୋର୍ଶ କାର୍ ଦୁର୍ଘଟଣା : ନାବାଳକ ଅଭିଯୁକ୍ତର ମାଆ କହିଲେ ଭାଇରାଲ ଭିଡ଼ିଓର ସତ

ଏହି ମଧ୍ୟରେ ପୁନେର ଅଦାଲତ ପୋର୍ଶ ଦୁର୍ଘଟଣା ମାମଲାରେ ୧୭ ବର୍ଷିୟ ଅଭିଯୁକ୍ତର ପିତା ବିଶାଳ ଅଗ୍ରୱାଲଙ୍କ ସମେତ ୬ଜଣ ଲୋକଙ୍କୁ, ୭ଜୁନ୍‌ ଯାଏ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। କଲ୍ୟାଣୀ ନଗରରେ ରବିବାର ସକାଳେ ପୋର୍ଶ କାର ଚଲାଉ ଥିବା ନାବାଳକ ଚାଳକ, ବାଇକ୍‌ରେ ଯାଉଥିବା ୨ ଜଣ ସଫ୍ଟୱେୟାର ଇଂଜିନିୟରଙ୍କୁ ଗାଡ଼ି ଚଢେଇ ଦେଇଥିଲା। ଏଥିରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଦାବି କରିଛି କି ନାବାଳକ ଜଣକ ନିଶାସକ୍ତ ଭାବେ କାର ଚଳାଉ ଥିଲା। 

ଅଭିଯୋଜନ ପକ୍ଷ ଆଗାମୀ ଯାଞ୍ଚ ପାଇଁ ତାଙ୍କର ପୁଲିସ ହେପାଜତକୁ ଆହୁରି ବଢାଇବାକୁ ଅପିଲ କରିଥିଲେ। ହେଲେ କୋର୍ଟ ଅଗ୍ରୱାଲ ଓ ମଦ ଦେଇ ଥିଲା ୨ ପ୍ରତିଷ୍ଠାନର ମାଲିକ ଓ କର୍ମଚାରୀଙ୍କ ସମେତ ଅନ୍ୟକୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.