ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୁରୀ ଅଫିସିଆଲ୍‌ ୱେବ୍‌ସାଇଟ୍‌ ଅଚଳ, ‘ଏକ୍ସ’ରେ ଜିଲ୍ଲା ପ୍ରଶାସନ ନାଁ ବଦଳି ହେଲା ନିର୍ବାଚନ ଅଧିକାରୀ

ପୁରୀ, ୦୩/୦୪ : ପୁରୀ ଜିଲ୍ଲା ପ୍ରଶାସନର ଅଧୀକୃତ ୱେବ୍‌ସାଇଟ୍‌ ୫ ଦିନ ହେବ ଅଚଳ ହୋଇରହିଛି । କାହିଁକି ଖୋଲୁନାହିଁ ଏହି କାରଣ ଅସ୍ପଷ୍ଟ ବୋଲି ପ୍ରଦର୍ଶିତ ହେଉଛି । ଏହି ୱେବ୍‌ସାଇଟ୍‌ ଯୋଗେ ପୁରୀ ସଂପର୍କିତ ତଥ୍ୟ ସହ ଟେଣ୍ଡର, ନୋଟିସ୍‌ ଏବଂ ଅନ୍ୟାନ୍ୟ ସୂଚନା ପ୍ରଦାନ କରାଯାଇଥାଏ । ୱେବ୍‌ସାଇଟ୍‌ ଖୋଲୁନଥିବାରୁ ଜିଲ୍ଲାରେ ଡିଜିଟାଲ୍‌ ସେବା ବାଧାପ୍ରାପ୍ତ ହୋଇଛି । ୨ ସପ୍ତାହ ତଳେ ଏହି ୱେବ୍‌ସାଇଟକୁ ବିକଶିତ କରାଯାଇଥିଲା । ଏହାର ବ୍ୟାକ୍‌ଗ୍ରାଉଣ୍ଡ ଏବଂ ଅନ୍ୟ ଡିଜାଇନ୍‌ରେ ପରିବର୍ତ୍ତନ ଅଣାଯାଇଥିଲା । ଏହାସହ ୱେବ୍‌ସାଇଟ୍‌ରେ କେତେକ ତଥ୍ୟ ମଧ୍ୟ ଅପ୍‌ଡେଟ୍‌ କରାଯାଇଥିଲା । 

ପୁରୀ ସଂପର୍କିତ ନୂତନ ଫଟୋ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ ହୋଇଥିଲା । ପୁରୀ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକ ଏହି ୱେବ୍‌ସାଇଟରୁ ପୁରୀ ସଂପର୍କିତ ବିଭିନ୍ନ ତଥ୍ୟ ସହ ପର୍ଯ୍ୟଟନସ୍ଥଳୀ ସଂପର୍କରେ ଜାଣିପାରୁଥିଲେ । ହେଲେ ୱେବ୍‌ସାଇଟ୍‌ ଅଚଳ ଥିବାରୁ ଏହି ସମସ୍ତ ସେବା ବାଧାପ୍ରାପ୍ତ ହୋଇଛି । ସେପଟେ ସୋସିଆଲ୍‌ ମିଡିଆ ‘ଏକ୍ସ’ରେ ପୁରୀ ପ୍ରଶାସନର ଆକାଉଣ୍ଟର ନାମ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଏହାର ନାମ ‘କଲେକ୍ଟର ପୁରୀ’ ଥିବା ବେଳେ ଏବେ ଏହାର ନାମ ‘ଡିଷ୍ଟ୍ରିକ୍ଟ ଇଲେକ୍ସନ ଅଫିସର’ ରହିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ ହୋଇଛି । ଏହି ଆକାଉଣ୍ଟରେ ନିର୍ବାଚନ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକୁ ପୋଷ୍ଟ କରାଯିବା ସହ ଭୋଟର ସଚେତନତା ତଥ୍ୟ ପ୍ରଦାନ ହେଉଛି । ଏହାସହ ଜିଲ୍ଲା ପ୍ରଶାସନର ଏକ୍ସ ଆକାଉଣ୍ଟର ପ୍ରୋଫାଇଲ ଫଟୋ ଏବଂ କଭର୍‌ ଫଟୋ ମଧ୍ୟ ବଦଳାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.