ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରଥଖଳା ହାଲ୍‌ଚାଲ୍‌.. ଆଜି ସୂତା ବାଡ଼ିଆ ଓ ବିନ୍ଧ ଅନୁକୂଳ କରିବେ

ପୁରୀ,୧୬/୦୫: ଦିନକୁ ଦିନ ଗତି ଧରୁଛି ରଥ ନିର୍ମାଣ । ବୁଧବାର ସନ୍ଧ୍ୟା ସୁଦ୍ଧା ରଥ ଖଳାରେ ୪୨ ତୁମ୍ବ ଗୋଲେଇ ସରିଛି ।  ଗୁରୁବାର ରଥ ଖଳାରେ ତୁମ୍ବରେ ସୂତା ବାଡ଼ିଆ ହେବ । ଏଥିରେ ପାହି ମହାରଣା ଓ ସୂତାର ମହାରଣାଙ୍କ ପ୍ରମୁଖ ଭୂମିକା ରହିବ । ଅପରାହ୍ନରେ ତୁମ୍ବରେ ବିନ୍ଧ ଅନୁକୂଳ ନେଇ ପ୍ରସ୍ତୁତି ଚାଲିଛି । ତିନି ରଥର ମୁଖ୍ୟ ବିଶ୍ୱକର୍ମା ବିନ୍ଧ ଅନୁକୂଳ କରିବେ । ବୁଧବାର ଅପରାହ୍ନରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରଥ ଖଳା ପରିଦର୍ଶନ କରିବା ସହ ରଥ ନିର୍ମାଣ କାର୍ଯ୍ୟ  ଅନୁଧ୍ୟାନ କରିଥିଲେ ।  

ବୁଧବାର ସନ୍ଧ୍ୟା ସୁଦ୍ଧା ତିନି ରଥର ମୋଟ  ୪୨ ଗୋଟି ତୁମ୍ବର ଗୋଲେଇ ତଥା ମଠା  କାର୍ଯ୍ୟ ଶେଷ ହୋଇଛି । ଏହାପରେ  ତୁମ୍ବରେ ସୂତା ମରା ଓ ବିନ୍ଧ ଖୋଦେଇ ହେବ । କରତି ସେବକମାନେ ତୁମ୍ବର ଘେର କାଟି ତିନି ରଥ ବିଶ୍ୱକର୍ମାଙ୍କୁ ଯୋଗାଇବେ । ସୂତାବାଡ଼ିଆ ପରେ ତୁମ୍ବର  ବଳକା ଅଂଶର ଠେକ ତୁଲିଆ କାର୍ଯ୍ୟ  ହେବ । ପରେ ମାପ ଚୁପ ହୋଇ ବିନ୍ଧ  ଅନୁକୂଳ ହେବ । ବିନ୍ଧରେ ଅର ଖଞ୍ଜାଯିବ । ସେଥିରେ ପହି ଯୋଡ଼ାଯାଇ ଚକ ତିଆର  ହେବ । ଗୋଟିଏ ତୁମ୍ବରେ ୪ଗୋଟି ପହି  ଲାଗିବ । ସେପଟେ ଦୋଳବେଦିସ୍ଥିତ ୩ଟି  ଅସ୍ଥାୟୀ ଶାଳରେ ଓଝା ସେବକମାନେ ଅର  କଣ୍ଟା ଓ ପନ୍ଦାରି ଆଦି ତିଆରୁଛନ୍ତି । 

ବୁଧବାର ରଥ ନିର୍ମାଣରେ ୪୭ ଜଣ ବିଶ୍ୱକର୍ମା, ୯  ଓଝା, ୪ କରତି ଓ ୨୭ ଭୋଇ ସେବକ,  ୧ ତୁମ୍ବ ବିନ୍ଧ କାରିଗର ଓ ରଥ ଖଳା ସହାୟକଙ୍କୁ ମିଶାଇ ମୋଟ ୮୯ ଜଣ  ରଥ ନିର୍ମାଣ ନିୟୋଜିତ ଥିବା ଶ୍ରୀମନ୍ଦିର ପ୍ରଶାସନ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.