ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୁରୀ SCS କଲେଜରେ କମୁଛି ଶିକ୍ଷାର ଗୁଣାତ୍ମକମାନ: ୩ ବର୍ଷରେ ୧୦ ପ୍ରତିଶତ କମିଲାଣି ରେଜଲ୍ଟ,ଭରସା ଅତିଥି ଅଧ୍ୟାପକ

ଭୁବନେଶ୍ୱର ୧୫/୦୪: ୨୦୨୧ ମସିହାରେ ପରୀକ୍ଷା ଫଳ ହୋଇଥିଲା ୯୧.୭୮% ।  ଏମିତି ପାଠପଢ଼ା ହେଲା ଯେ ୨୦୨୨ରେ ଫଳ ହେଲା ୮୪.୬୩% । କିନ୍ତୁ ସୁଧୁରିଲେ ନାହିଁ । ୨୦୨୩ରେ ପୁଣି ପରୀକ୍ଷା ଫଳ ଖସି ହେଲା ୮୩.୦୨% । ତଥାପି  ଖାତିର ନାହିଁ । ଚୁଲିକି ଗଲାଣି ପାଠପଢ଼ା । ଏହା ହେଉଛି ପୁରୀ ସାମନ୍ତ ଚନ୍ଦ୍ରଶେଖର  (ଏସ୍‌ସିଏସ୍‌) ସ୍ୱୟଂଶାସିତ ମହାବିଦ୍ୟାଳୟର  ଅବସ୍ଥା । ଏକଦା ରାଜ୍ୟର ଆଗଧାଡ଼ିର କଲେଜ  ମାନ୍ୟତା ପାଇଥିବା ଏସ୍‌ସିଏସ୍‌ ସ୍ୱୟଂଶାସିତ  ମହାବିଦ୍ୟାଳୟ ଏବେ ତଳକୁ ତଳକୁ ଯାଉଛି ।  

ଏହି କଲେଜରେ ଦିନକୁ ଦିନ ପାଠପଢ଼ାର ମାନ କମୁଛି । ଠିକ୍‌ ସମୟରେ କ୍ଲାସ୍‌ କରୁନାହାଁନ୍ତି ଅଧ୍ୟାପକ । ଇଛା ହେଲେ କ୍ଲାସ୍‌ କରୁଛନ୍ତି ନହେଲେ  ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ରେ ମେସେଜ୍‌ ଦେଇ କ୍ଲାସ୍‌  ସସ୍‌ପେଣ୍ଡ । ଏମିତିରେ ବି ଆବଶ୍ୟକ ଅନୁସାରେ ଅଧ୍ୟାପକ ନଥିବାରେ ଅତିଥି ଅଧ୍ୟାପକଙ୍କ ଉପରେ କଲେଜ ନିର୍ଭର । ଏହାର ପ୍ରଭାବ ପିଲାଙ୍କ ଉପରେ ସିଧା ସଳଖ ପଡ଼ୁଛି । ଦିନକୁ ଦିନ କଲେଜର ଫାଇନାଲ୍‌ ରେଜଲ୍ଟ କମିବାର ଲାଗିଛି । ଆଗରୁ ଯେତିକି ପିଲା ଫେଲ୍‌ ହେଉଥିଲେ ଏବେ ତା’ଠୁ  ଅଧିକ ହେଉଛନ୍ତି । ପୁରୀ ସାମନ୍ତ ଚନ୍ଦ୍ରଶେଖର  (ଏସ୍‌ସିଏସ୍‌) ସ୍ୱୟଂଶାସିତ ମହାବିଦ୍ୟାଳୟରେ  ଏବେ ଏମିତି ପାଠପଢ଼ା ହେଉଛି । ପିଲାଙ୍କ  ରେଜଲ୍ଟ ହିଁ କହୁଛି କଲେଜର ପାଠପଢ଼ାକୁ ।   

ଯେଉଁ କଲେଜକୁ ନେଇ ପିଲାମାନେ  ଗର୍ବ କରୁଥିଲେ ଆଜି ସେ କଲେଜ କର୍ତ୍ତୃପକ୍ଷଙ୍କ  ପାଇଁ ବଦନାମ ହେବାକୁ ଯାଉଛି । ୫ବର୍ଷ ତଳେ ଯେମିତି ପାଠପଢ଼ା ହେଉଥିଲା, ତାହା ଏବେ  ଦେଖିବାକୁ ମିଳୁନି । କିଏ କେତେ ବେଳେ  ଆସୁ ଯାଉଛି ତାର ପତା ନାହିଁ । ଇଛା ହେଲେ କ୍ଲାସ୍‌ କରୁଛନ୍ତି, ନହେଲେ ନାହିଁ । ତେଣିକି  ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଯାଉ ସେଥିରେ  କର୍ତ୍ତୃପକ୍ଷଙ୍କର ଫରକ ପଡ଼ୁନି । ଏବେ କଲେଜର ଅବସ୍ଥାକୁ ଦେଖିଲେ ଦୁଃଖ ଲାଗୁଛି । ଅବସର  ନେଇଥିବା ଜଣେ ଅଧ୍ୟାପକ ଏପରି କହିଛନ୍ତି ।  

କଲେଜର ୩ ବର୍ଷର ରେଜଲ୍ଟ ପାଠପଢ଼ାକୁ  ଦର୍ଶାଉଛି । ୨୦୨୧ରେ ପ୍ରକାଶ ପାଇଥିବା ଡିଗ୍ରୀ  ଶେଷ ବର୍ଷରେ ମୋଟ ୭୩୭ ଜଣ ପିଲା  ପରୀକ୍ଷା ଦେଇଥିଲେ । ଏଥିରୁ ୬୭୧ ଜଣ ପାସ୍‌  କରିଥିଲେ । ମାତ୍ର ୬୬ ଜଣ ଫେଲ୍‌ ହୋଇଥିଲେ ।  ଅର୍ଥାତ୍‌ ସେହି ବର୍ଷ ୯୧.୭୮ ପ୍ରତିଶତ ରେଜଲ୍ଟ  ହୋଇଥିଲା । ୨୦୨୨ ମସିହାରେ ୭୧୬ଜଣ  ପରୀକ୍ଷା ଦେଇଥିଲେ, ପାସ୍‌ କରିଥିଲେ ୫୮୭ ।  ୧୨୯ ଜଣ ଫେଲ୍‌ ହୋଇଥିଲେ । ଅର୍ଥାତ୍‌ ୨୦୨୨  ମସିହାରେ ରେଜଲ୍ଟ ହାର୍‌ କମି ୮୪.୬୩  ପ୍ରତିଶତ ହୋଇଥିଲା । ଗତବର୍ଷ ଅର୍ଥାତ୍‌ ୨୦୨୩  ମସିହାରେ ୮୩୪ଜଣ ପରୀକ୍ଷା ଦେଇଥିଲେ, ୬୯୪ଜଣ ପାସ୍‌ କରିଥିଲେ । ଗତବର୍ଷ ସର୍ବାଧିକ  ୧୪୦ଜଣ ଫେଲ୍‌ ହୋଇଥିଲେ । ଅର୍ଥାତ୍‌ ରେଜଲ୍ଟ ପୁଣି ଖସି ଆସି  ୮୩.୦୨ ପ୍ରତିଶତରେ ପହଞ୍ଚିଲା।   

କଲେଜର କ୍ରମାଗତ ରେଜଲ୍ଟ କମିବାକୁ ମୁଣ୍ଡବିନ୍ଧାର  କାରଣ ହୋଇଥିବା ବେଳେ ମାତ୍ର କଲେଜ କର୍ତ୍ତୃପକ୍ଷ କଣ  ପାଇଁ ରେଜଲ୍ଟ କମୁଛି ତାର କୌଣସି ତର୍ଜମା କରୁନାହାଁନ୍ତି ।  କିପରି ଅଧ୍ୟାପକମାନେ ପାଠପଢ଼ାଇବେ ତାକୁ ନେଇ କୌଣସି  ମାନସମନନ୍ଥ କରୁନାହାନ୍ତି । ଅନ୍ୟପଟେ ରେଜଲ୍ଟ କମୁଛି,  ହେଲେ ଅଧ୍ୟାପକଙ୍କ ଘର ମୋହ ଛାଡ଼ୁନି । କଲେଜରେ କମ୍‌  ପାଠ ପଢ଼ାଉଛନ୍ତି ମାତ୍ର ଘରୋଇ କୋଚିଂ ସେଣ୍ଟରରେ ପଢ଼ାଇବାକୁ  ଅଧିକ ଧ୍ୟାନ । ଏପଟେ କଲେଜର ଅଧିକାଂଶ ଅଧ୍ୟାପକ ପୁରୀରୁ  ଦୂରରେ ରହୁଛନ୍ତି । କିଏ ଭୁବନେଶ୍ୱରରେ ରହୁଛି ତ ଆଉ କିଏ  ବ୍ରହ୍ମପୁରରେ ରହୁଛି । ତେଣୁ ଟ୍ରେନ୍‌ କିମ୍ବା ବସ୍‌ ସମୟ ହେବା  ମାତ୍ରେ ପାଠ ପଢ଼ା ହେଉ କି ନହେଉ ସିଧା କଲେଜ ଛାଡ଼ି  ପଳାଉଛନ୍ତି । ଏପରିକି ଗାଡ଼ି ବିଳମ୍ବରେ ଆସିଲେ ସେଦିନର  ପାଠପଢ଼ା ବାତିଲ୍‌ । ଏହାକୁ ଖୋଦ୍‌ କଲେଜ କର୍ତ୍ତୃପକ୍ଷ ସହଯୋଗ  କରୁଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ।  

ନିକଟରେ କଲେଜରେ ପାଠପଢ଼ା ହେଉନଥିବା ନେଇ  ଅଭିଯୋଗ ହେବା ପରେ କଲେଜ କର୍ତ୍ତୃପକ୍ଷ ଏକ ବୈଠକ  ଡାକିଥିଲେ । ସମସ୍ତ ଅଧ୍ୟାପକଙ୍କୁ ପୁରୀରେ ରହିବାକୁ ପରାମର୍ଶ  ଦେଇଥିଲେ । କିପରି ପିଲାଙ୍କ ପାଠପଢ଼ା ହେବ ତାକୁ ଅଧିକ ଧ୍ୟାନ  ଦେବାକୁ କହିଥିଲେ । ସାଢ଼େ ୭ ଘଣ୍ଟା ରହିବା ପାଇଁ ତାଗିଦ୍‌ ମଧ୍ୟ  କରିଥିଲେ । ହେଲେ ଦିନେ ଦୁଇ ଦିନ ସମସ୍ତେ ଠିକ୍‌ ସମୟରେ  ଆସିଥିଲେ । ହେଲେ ଏହାପରେ କିଛି ଅଧ୍ୟାପକ ଏଥିରେ ଖିଲାପ  କରୁଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଏପରିକି ଅଧ୍ୟାପକ  ମାନେ ଆସୁନଥିବାରୁ ଛାତ୍ରଛାତ୍ରୀ ମଧ୍ୟ କ୍ଲାସକୁ ଆସୁନାହାନ୍ତି ।

SCS କଲେଜରେ ପାଠପଢ଼ାର ଭୟାନକ ସ୍ଥିତି: ଅଧ୍ୟାପକ ନେଉଛନ୍ତି ପାର୍ଟ ଟାଇମ୍‌ କ୍ଲାସ୍‌, ହ୍ୱାଟସ୍‌ ଆପ୍‌ରେ ମେସେଜ୍‌ ଦେଇ ବାତିଲ କରୁଛନ୍ତି କ୍ଲାସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.