ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆର୍‌ବିଆଇ ରିପୋର୍ଟ: ଦୁଇ ବର୍ଷରେ ବ୍ୟାଙ୍କ ଜାଲିଆତି ୩୦୦% ବୃଦ୍ଧି, ଡିଜିଟାଲ ଠକେଇ ୭୦୮% ବଢ଼ିଛି

ନୂଆଦିଲ୍ଲୀ,୩୧/୦୫: ବ୍ୟାଙ୍କ ଠକେଇ ମାମଲା ଦିନକୁ ଦିନ ବଢ଼ିଚାଲିଛି । ଦୁଇ ବର୍ଷରେ ଏହା ୩୦୦% ବୃଦ୍ଧି ପାଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଜାରି ଏହାର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ରିପୋର୍ଟ ଅନୁସାରେ, ୨୦୨୧-୨୨ରେ ଦେଶରେ ୯,୦୪୬ ସଂଖ୍ୟକ ବ୍ୟାଙ୍କ ଜାଲିଆତି ମାମଲା ଆସିଥିଲା । ୨୦୨୩-୨୪ରେ ଏହା ୩୬,୦୭୫ କୁ ବୃଦ୍ଧି ପାଇଛି । ଏ କ୍ଷେତ୍ରରେ ୩୦୦% ବୃଦ୍ଧି ଦେଖିବାକୁ ମିଳିଛି । ତେବେ ଜାଲିଆତିରେ ଜଡ଼ିତ ଅର୍ଥ ରାଶି ପରିମାଣ ୨୬,୧୨୭ କୋଟିରୁ ୧୩,୯୩୦ କୋଟି ଟଙ୍କାକୁ ହ୍ରାସ ପାଇଛି ।

ଜାଲିଆତିରେ ଜଡ଼ିତ ମୋଟ ଅର୍ଥ ରାଶି ପରିମାଣ ୪୬.୭% ଖସିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆର୍‌ବିଆଇ ରିପୋର୍ଟ ଅନୁସାରେ, ଗତ ୩ ବର୍ଷରେ ଘରୋଇ ବ୍ୟାଙ୍କଗୁଡ଼ିକରେ ସର୍ବାଧିକ ଜାଲିଆତି ହୋଇଥିବାବେଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ଅଧିକ ମୂଲ୍ୟର ଠକେଇ ହୋଇଛି । 

ଅନ୍ୟପକ୍ଷରେ, ଡିଜିଟାଲ ଠକେଇ ୭୦୮% ବଢ଼ିଥିବା ଜଣାପଡ଼ିଛି । ଡିଜିଟାଲ ପେମେଣ୍ଟରେ ସବୁଠାରୁ ଅଧିକ ସଂଖ୍ୟକ ଠକେଇ ହୋଇଛି । କାର୍ଡ ପେମେଣ୍ଟ ଏବଂ ଇଣ୍ଟର୍‌ନେଟ୍‌ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଅଧିକ ଠକେଇ ମାମଲା ସାମ୍ନାକୁ ଆସିଛି । ଲୋନ୍‌ ପୋର୍ଟଫୋଲିଓରେ ଅଧିକ ମୂଲ୍ୟର ଜାଲିଆତି ହୋଇଥିବା ଆର୍‌ବିଆଇ ବିଶ୍ଳେଷଣକୁ ଜଣାପଡ଼ିଛି ।

କାର୍ଡ ଏବଂ ଇଣ୍ଟର୍‌ନେଟ୍‌ ପେମେଣ୍ଟ କ୍ଷେତ୍ରରେ ଜାଲିଆତି ସଂଖ୍ୟା ୨୦୨୧-୨୨ରେ ୩,୫୯୬ ଥିବାବେଳେ ୨୦୨୩-୨୪ରେ ୨୯,୦୮୨କୁ ବୃଦ୍ଧି ପାଇଛି । ମୂଲ୍ୟ ହିସାବରେ ଏହା ୨୦୨୧-୨୨ର ୧୫୫ କୋଟି ଟଙ୍କାରୁ ୨୦୨୩-୨୪ରେ ୧,୪୫୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି । 

ବର୍ଷକୁ ବର୍ଷ ଦେଶରେ ଡିଜିଟାଲ କାରବାର ବଢୁଥିବାବେଳେ ଏହାକୁ ଟାର୍ଗେଟ୍‌ କରୁଛନ୍ତି ଅପରାଧୀ । ଲୋକଙ୍କୁ ଫାଶରେ ପକାଇବା ପାଇଁ ନୂଆ ନୂଆ ରଣକୌଶଳ ଆପଣାଉଛନ୍ତି ଏମାନେ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ସମୟରେ ଲୋକଙ୍କୁ ସତର୍କ କରାଯାଉଛି । ଏହାସତ୍ତେ୍ୱ ଠକେଇ ମାତ୍ରା ବଢ଼ିଚାଲିଛି ।

ଠକେଇ ରୋକିବା ପାଇଁ ବ୍ୟାଙ୍କଗୁଡ଼ିକ ମଧ୍ୟ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରୁଛନ୍ତି । ଦ୍ୱୀସ୍ତରୀୟ ଅଥେଣ୍ଟିଫିକେଶନଠାରୁ ଆରମ୍ଭ କରି ଅନେକ ମଜଭୁତ ବ୍ୟବସ୍ଥା ଆପଣାଉଛନ୍ତି । ଏହାସତ୍ତେ୍ୱ ସାଇବର ଅପରାଧୀମାନେ ନୂଆ ନୂଆ ଢଙ୍ଗରେ ଲୋକଙ୍କୁ ଫସାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.