ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀ ବିପକ୍ଷରେ ଲକ୍ଷ୍ନୌର ବିଜୟ ଉପରେ ନିର୍ଭରଶୀଳ ଆରସିବି, ଜାଣନ୍ତୁ କାହିଁକି ?

Image Courtesy: espncricinfo

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ଆରସିବି ପାଇଁ ଶୁଭ ସାବ୍ୟସ୍ତ ହେଉନଥିବା ଦେଖିବାକୁ ମିଳୁଛି । ଆଜି ଦିଲ୍ଲୀ ଏବଂ ଲକ୍ଷ୍ନୌ ମ୍ୟାଚ୍‌ ପରେ ହୁଏତ ଆରସିବିକୁ ଆଉ ଏକ ଝଟକା ଲାଗିପାରେ । ହେଲେ ଏନେଇ ଦିଲ୍ଲୀ ଏବଂ ଲକ୍ଷ୍ନୌ ମ୍ୟାଚ୍‌ର ଫଳାଫଳ ଆସିଲେ ସ୍ପଷ୍ଟ ହୋଇପାରିବ । ଦିଲ୍ଲୀ ଅଧିନାୟକ ଡବଲ୍‌ ଫାଇଦା ପାଇଁ ମୈଦାନକୁ ଆସିଥିବା ବେଳେ ଯଦି ଲକ୍ଷ୍ନୌ ନିଜ ଗ୍ରାଉଣ୍ଡରେ ପରାସ୍ତ ହୁଏ ତେବେ ଆରସିବିର ଅଡ଼ୁଆ ବଢ଼ିବ । 

ଆଇପିଏଲ ୨୦୨୪ର ୨୬ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ମୁହାଁମୁହିଁ ହୋଇଛନ୍ତି । ଦିଲ୍ଲୀ ଷଷ୍ଠ ଏବଂ ଲକ୍ଷ୍ନୌ ପଞ୍ଚମ ମ୍ୟାଚ୍‌ ଖେଳୁଛି । ଏହା ପୂର୍ବରୁ ୪ରୁ ୩ଟି ମ୍ୟାଚ୍‌ରେ ବିଜୟୀ ହୋଇ ଲକ୍ଷ୍ନୌ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ସେପଟେ ୫ଟି ମ୍ୟାଚ୍‌ ଖେଳି କେବଳ ଗୋଟିଏରେ ବିଜୟୀ ହୋଇଥିବା ଦିଲ୍ଲୀ ପଏଣ୍ଟ ଟେବୁଲ୍‌ର ସବୁଠୁ ତଳେ ରହିଛି । 

ଏଭଳି ସ୍ଥିତିରେ ଦିଲ୍ଲୀ, ଲକ୍ଷ୍ନୌ ଟିମ୍‌କୁ ପରାସ୍ତ କରେ ତେବେ ୨ ଅଙ୍କ ସହ ସେ ପଏଣ୍ଟ ଟେବୁଲର ଉପରକୁ ଉଠିବ । ଫଳରେ ଆରସିବି ଦଶମ ସ୍ଥାନକୁ ଖସିଆସିବ ।  ଆଜିର ମ୍ୟାଚରେ ଦିଲ୍ଲୀ ଠାରୁ ଲକ୍ଷ୍ନୌ ଟିମ୍‌ ଶକ୍ତିଶାଳୀ ଲାଗୁଥିବା ବେଳେ ଆରସିବି ପାଇଁ ଅସୁବିଧା ହୋଇନପାରେ । ହୋମ ଗ୍ରାଉଣ୍ଡରେ ଲକ୍ଷ୍ନୌର ବିଜୟ ହାର ଅନ୍ୟ କୌଣସି ଟିମ୍‌ଠାରୁ ଭଲ ରହିଛି । ସେପଟେ ଦିଲ୍ଲୀ ହୋମ ଗ୍ରାଉଣ୍ଡ ବାହାରେ ୧୭ ମ୍ୟାଚ୍‌ ଖେଳି କେବଳ ୬ଟି ମ୍ୟାଚ୍‌ ଜିତିପାରିଛି । ଅନ୍ୟ ଟିମ୍‌ ଠାରୁ ଦିଲ୍ଲୀର ଏହି ରେକର୍ଡ ସବୁଠୁ ଖରାପ । 

 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.