ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଉଗ୍ର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ, ସମଗ୍ର ୟୁକ୍ରେନକୁ ଧ୍ବଂସ କରିବାକୁ କ୍ଷେପଣାସ୍ତ୍ର ଓ ଡ୍ରୋନର ସାହାରା ନେଉଛନ୍ତି ପୁତିନ୍...

ନୂଆଦିଲ୍ଲୀ: ଋଷ ୟୁକ୍ରେନ ଉପରେ କ୍ରମାଗତ ଭାବରେ ଘାତକ ଆକ୍ରମଣ କରୁଛି। ସୋମବାର-ମଙ୍ଗଳବାର ମଧ୍ୟରାତ୍ରିରେ ଋଷ ସମଗ୍ର ୟୁକ୍ରେନକୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ଟାର୍ଗେଟ କରିଛି । ଏହି ଆକ୍ରମଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରମଣ ପରେ ରାଜଧାନୀ କ୍ବିଭ୍‌ରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ମଙ୍ଗଳବାର ଅଧିକାରୀ ମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ଋଷ ୟୁକ୍ରେନର ଶକ୍ତି କାରଖାନାକୁ ଟାର୍ଗେଟ କରିଥିଲା । ତେବେ ଋଷର ଏହି ଆକ୍ରମଣକୁ ୟୁକ୍ରେନ ରାଷ୍ଟ୍ରପତି ଭେଲୋଡିମିର ଜେଲେନସ୍କି ନିନ୍ଦା କରିଥିଲେ ।

ୟୁକ୍ରେନର ଦକ୍ଷିଣୀ ଖଣି ଏବଂ ଶିଳ୍ପ ସହର କ୍ରିଭ ରିହଷ୍ଟ୍ରାକର ସାମରିକ ଶାସନ ମୁଖ୍ୟ ଅଲେକ୍ସନ୍ଦ୍ର ବିଲ୍କୁଲଙ୍କ ଅନୁଯାୟୀ ଏକ ଆବାସିକ କୋଠାକୁ ଟାର୍ଗେଟ କରାଯାଇ ଆକ୍ରମଣ ହୋଇଛି । ସୋମବାର ଋଷ ଦ୍ବାରା ହୋଇଥିବା ଏହି ଆକ୍ରମଣ ପରେ କ୍ବିଭ୍‌ରେ ବିଦ୍ୟୁତ୍ ଉତ୍ପାଦନ ବ୍ୟାହତ ହୋଇଛି ଏବଂ ରାତିରେ ଅତି କମରେ ପାଞ୍ଚ ଥର ଏୟାର ଷ୍ଟ୍ରାଇକ୍ ଆଲର୍ଟ ଜାରି କରାଯାଇଛି । ଆଞ୍ଚଳିକ ପ୍ରଶାସକ କହିଛନ୍ତି ଯେ, ଆମର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଋଷର ସମସ୍ତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣକୁ ପଣ୍ଡ କରିଦେଇଛି । ହେଲେ ଏହା ଦ୍ବାରା କିଛି ସ୍ଥାନରେ ନିଆଁ ଲାଗିଯାଇଛି । 

ରାଷ୍ଟ୍ରପତି ଜେଲେନସ୍କି ସୋମବାର ଋଷର ୧୦୦ ରୁ ଅଧିକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣକୁ ଘୃଣ୍ୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏହି ଆକ୍ରମଣରେ ସର୍ବସାଧାରଣ ଭିତ୍ତିଭୁମି କ୍ଷତିଗ୍ରସ୍ତ ହୋଇଛି ଏବଂ ଦେଶର ଅଧିକାଂଶ ସ୍ଥାନକୁ ଟାର୍ଗେଟ କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.