ଟିଟିଲାଗଡ଼, ୦୮/୦୨ : ଭିଜିଲାନ୍ସ ଜାଲରେ ସଇଁତଳା ତହସିଲ କାର୍ଯ୍ୟଳୟର ଅମିନ। ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ତାଙ୍କ ନିକଟରୁ ୮ ହଜାର ଟଙ୍କା ଜବତ ହୋଇଛି।
ସୂଚନାନୁଯାୟୀ, ସଇଁତଳା ତହସିଲ କାର୍ଯ୍ୟଳୟର ଅମିନ ନିର୍ମଳେନ୍ଦୁ କବି ଭିଜିଲାନ୍ସ ଜାଲରେ ପଡିଛନ୍ତି। ନିରେନ ସାହୁଙ୍କ ଜମି ଡିମାରକେସନ ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି। ଭିଜିଲାନ୍ସ ନିର୍ମଳେନ୍ଦୁ କବିଙ୍କୁ ଗିରଫ କରିଛି। ସଇଁତଳା ତହସିଲ କାର୍ଯ୍ୟଳୟରେ ଅନେକ ଦିନ ହେଲା ଏଭଳି କାର୍ଯ୍ୟ ଚାଲିଆସୁଥିବା ଜଣାପଡିଛି।