ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଯେବେ ୧୦ଘଣ୍ଟାର ଅପେକ୍ଷା ପରେ ସେଟ୍‌କୁ ଆସିଲେ ସଲମାନ ; ଚିନ୍ତାରେ ପଡ଼ିଗଲେ ଅଭିନେତ୍ରୀ , କହିଲେ ...

ମୁମ୍ୱାଇ : ସୁପରଷ୍ଟାର ସଲମାନ ଖାନ ନିଜ ମୁଡ୍‌ ହିସାବରେ ଚାଲି ଥାନ୍ତି, ଏକଥା ସମସ୍ତଙ୍କୁ ଜଣା। ଯଦି ତାଙ୍କର କାମ କରିବାର ଏହି ଷ୍ଟାଇଲ୍‌ ପୁଣି ଥରେ ଫିଲ୍ମର ଟିମ୍‌କୁ ୧୦ ଘଣ୍ଟାରୁ ଅଧିକ ସମୟ ଯାଏ ଅପେକ୍ଷାରେ ବସାଇ ଦେଇଥିଲେ। ଶାହିଦ୍‌ କପୁର ଓ କୃତି ସେନନଙ୍କ ସହ ଫିଲ୍ମ ତେରୀ ବାତୋଁ ମେଁ ଏସା ଉଲଝା ଜିୟା ରେ ନଜର ଆସିଥିବା ଅଭିନେତ୍ରୀ ଗ୍ରୁଶା କପୁର ସଲମାନଙ୍କ ଏକ ମଜାଳିଆ କଥା ଶୁଣାଇଛନ୍ତି।

ଗ୍ରୁଶା ସଲମାନଙ୍କ ଫିଲ୍ମ ଜାନମ୍‌ ସମଝା କରୋ ରେ ଏକ ଛୋଟ ରୋଲ୍‌ କରିଥିଲେ। ଗ୍ରୁଶା କହିଛନ୍ତି କି ୟୁନିଟ୍‌ ସଲମାନଙ୍କ ପାଇଁ ୧୦ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରି ଥିଲା। ଏହି ଫିଲ୍ମରେ ଉର୍ମିଳା ମାତୋଣ୍ଡକର ମଧ୍ୟ ଥିଲେ , ଯାହା ନିଜ ସମୟରେ ବଡ଼ ଅଭିନେତ୍ରୀ ଥିଲେ।

ୟୁଟ୍ୟୁବର ସିଦ୍ଧାର୍ଥ କନ୍ନନଙ୍କ ସହ କଥା ହୋଇ ଗ୍ରୁଶା କପୁର କହିଥିଲେ କି ଜାନମ୍‌ ସମଝା କରୋ  ପାଇଁ , ତାଙ୍କୁ ମଡଆଇଲ୍ୟାଣ୍ଡରେ ସକାଳ ୯ଟାର ଶିଫ୍ଟରେ ଡକାଯାଇ ଥିଲା, ଏବଂ ସେ ୮.୩୦ ସମୟରେ ପହଞ୍ଚି ଥିଲେ। ସେପର୍ଯ୍ୟନ୍ତ ଉର୍ମିଳା ମାତୋଣ୍ଡକରଙ୍କ ସମେତ ଫିଲ୍ମର ସବୁ କାଷ୍ଟ ସଦସ୍ୟ ଆସି ସାରିଥିଲେ। ସେ କହିଛନ୍ତି , ସଲମାନଙ୍କ ବିନା ଆମେ ସବୁ ଯାହା କରି ସାରିଥିଲୁ , ସେ ସବୁ ଆଙ୍ଗଲ୍‌ ସୁଟ୍‌ ହୋଇ ସାରିଥିଲା। ସଲମାନ ସେତେବେଳେ ବି ଆସିନଥିଲେ। ସନ୍ଧ୍ୟାରେ ୭ ବା ୮ଟାରେ ସଲମାନ ଆସିଲେ। 

ସଲମାନ ସେପର୍ଯ୍ୟନ୍ତ ମୈଁନେ ପ୍ୟାର୍‌ କିୟା , ହମ୍‌ ଆପକେ ହୈଁ କୌନ ଓ ଜୁଡୱା ଭଳି ବଡ଼ ହିଟ୍‌ ଫିଲ୍ମ ଦେଇ ସାରିଥିଲେ। କିନ୍ତୁ ଗ୍ରୁଶାଙ୍କୁ ତାଙ୍କର ଷ୍ଟାରଡମ୍‌ର ଆଇଡିଆ ନଥିଲା। ଗ୍ରୁଶା ଆହୁରି କହିଛନ୍ତି , ଇଗ୍ନୋରେନ୍ସ ଏକ ବଡ଼ ମଜାଳିଆ  ଜିନିଷ । ମୋତେ ଏହି କଥାର କୌଣସି ଆଇଡିଆ ନଥିଲା କି ସଲମାନ କେମିତିକା (ଷ୍ଟାର)...କାରଣ ମୁଁ ଟିଭିରୁ ଥିଲି। ସେତେବେଳେ ସୋସିଆଲ ମିଡ଼ିଆ ବି ନଥିଲା। ସେତେବେଳେ ଆମକୁ ଏହା ଜଣାଥିଲା ତି ଏ ଆକ୍ଟର ବଡ଼ , କାରଣ ତାଙ୍କର ଫିଲମ ହିଟ୍‌ ହୋଇଛି। ଆମକୁ ଜଣା ଥିଲା କି ସେ ହିରୋ। ଏବେ ସୋସିଆଲ ମିଡ଼ିଆ ସବୁ ବ୍ୟାପକ କରି ଦେଇଛି। 

ଗ୍ରୁଶା କହିଛନ୍ତି କି, ଯେତେବେଳେ ସଲମାନ ଆସିଲେ , ସମସ୍ତେ ଥକି ସାରିଥିଲେ। ସେ କହିଥିଲେ , ଆମେ ସବୁ ଟିଭି ଆକ୍ଟର ଥିଲୁ। ସକାଳ ସାଢେ ୮ଟାରୁ ସେଠାରେ ରହିଥିଲୁ ଏବଂ ୯ଟାରେ ଆମେ ପ୍ୟାକଅପ୍‌ କରିବାର ଥିଲା। ସଲମାନଙ୍କ ଆସିବା ପରେ ଆମକୁ ଜଣାପଡ଼ିଲା କି, ସିନ୍‌ ତ ହେବ। ସଲମାନ ସମସ୍ତଙ୍କ ସହ ଖୁବ୍‌ ଭଲ ଭାବେ ମିଶିଲେ ଆଉ ସ୍ୱାଗତ ଜଣାଇଲେ। 

ଗ୍ରୁଶା ଆହୁରି କହିଛନ୍ତି କି, ସଲମାନ ଆସିବା ପରେ , ଡାଇରେକ୍ଟର ଅନ୍ଦଲିବ ସୁଲତାନପୁରୀଙ୍କ ସହ ସୋଫାରେ ବସିଲେ ଏବଂ ସେତେବେଳେ ତାଙ୍କର ଧୈର୍ଯ୍ୟ ଭାଙ୍ଗି ଯାଇ ଥିଲା। ସେ ଏକ ସୋଫାରେ ଗଞ୍ଜି ଓ ଜିନ୍ସରେ ବସି ଥିଲେ ଏବଂ ଡାଇରେକ୍ଟରଙ୍କ ସହ କଥା ହେଉଥିଲେ। ହଠାତ୍‌ ମୋର ଅନୁଭବ  ହେଲା କି ସେ ବହୁ ସମୟରୁ ସିନ୍‌ ବିଷୟରେ ଡିସକସ କରୁଛନ୍ତି। ସେତେବେଳେ ମୁଁ ଭାବିଲି ଏହା କେଉଁ ଗ୍ରେଟ୍‌ ସିନ୍‌ , ଯାହା ହେବାକୁ ଯାଉଛି ? ମୁଁ ଡାଇରେକ୍ଟରଙ୍କ ଉପରେ ବିରକ୍ତି ହୋଇ କହିଲି – ଏବେ କେଉଁ ଜିନିଷକୁ ଅପେକ୍ଷା ?  ଅଲମୋଷ୍ଟ ରାତି ୯ଟା ହୋଇ ସାରିଛି।

ଗ୍ରୁଶା କହିଛନ୍ତି ସଲମାନ ତାଙ୍କ କଥା ଉପରେ କଣ ରିଆକ୍ସନ ଦେଇ ଥିଲେ। ସେ କହିଥିଲେ , ସଲମାନ ସେଠାରେ ବସି ଥିଲେ ଏବଂ ସେ ମୋତେ ଦେଖିଲେ, ପୁଣି ଅନ୍ୟପଟକୁ ଦେଖି କହିଲେ – ହଁ ମୋର କଷ୍ଟ୍ୟୁମ୍‌ ନେଇ ଆସ। ଚାଲନ୍ତୁ ମାମ୍‌ ସିନ୍ କରିବା। ମୁଁ ଉଠିଲି , ଆଉ ସିନ୍‌ କଲି। ମୋତେ ଲାଗିଲା ମୁଁ ଡାଇରେକ୍ଟର ପାଇଁ କାମ ସହଜ କରି ଦେଲି। କେହି ସଲମାନଙ୍କୁ ଏହି କହିବାକୁ ସାହସ କରିପାରୁ ନଥିଲେ କି ସଟ୍‌ ୫ ଘଣ୍ଟାରୁ ପ୍ରସ୍ତୁତ ଅଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.