ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

୨ ସପ୍ତାହରେ ବେଲି ଫ୍ୟାଟ୍‌ କମାଇଲେ ସାରା, ଫଟୋ ସେୟାର କରି ଦେଖାଇଲେ ଟ୍ରାନ୍ସଫରମେସନ୍‌

ମୁମ୍ବାଇ ୦୭/୧୧: ମନୀଷ ମଲହୋତ୍ରାଙ୍କ ଦିୱାଲୀ ପାର୍ଟୀରେ ଚର୍ଚ୍ଚାରେ ରହିଥିଲେ ସାରା ଅଲି ଖାନ। ଗୋଲାପୀ ରଙ୍ଗର ଆଉଟ୍‌ଫିଟ୍‌ରେ ସାରା ଚମତ୍କାର ଦେଖାଉଥିଲେ। ପାର୍ଟିର ଗୋଟିଏ ଦିନ ପରେ ଏବେ ଅଭିନେତ୍ରୀ ପ୍ରକାଶ କରିଛନ୍ତି ଯେ ସେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ପେଟର ଚର୍ବି ହ୍ରାସ କରିଛନ୍ତି। ସେ ଏକ ଫଟୋ ସେୟାର କରି ନିଜର ଟ୍ରାନ୍ସଫର୍ମେସନ୍‌ ଦେଖାଇଛନ୍ତି।

ସାରା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ତିନୋଟି ଫଟୋର ଏକ କୋଲାଜ ପୋଷ୍ଟ କରିଛନ୍ତି। ଶୀର୍ଷରେ ଏକ ଜିମ୍ ଆଉଟଫିଟ୍‌ରେ ତାଙ୍କର ଏକ ଫଟୋ ଅଛି ଯାହା ଉପରୁ କ୍ଲିକ୍ କରାଯାଇଛି । ଏହି ଫଟୋରେ ସାରା ଏକ ବ୍ଲାକ୍‌ ସ୍ପୋର୍ଟସ୍ ବ୍ରା ଏବଂ ହାଲକା ନୀଳ ରଙ୍ଗର ଟ୍ରାଉଜର ପିନ୍ଧି ତାଙ୍କ ତାଙ୍କ ଫ୍ୟାଟ୍‌ ବେଲି ପ୍ଲାଣ୍ଟ କରିଛନ୍ତି। ଅନ୍ୟ ଦୁଇଟି ଫଟୋରେ, ସେ ପାରମ୍ପାରିକ ପୋଷାକରେ ନିଜର ଫ୍ଲାଟ୍‌ ବେଲିକୁ ପ୍ଲାଣ୍ଟ୍‌ କରିଛନ୍ତି।


ଏହି ଫଟୋ ସେୟାର କରି ସାରା କ୍ୟାପସନରେ ଲେଖିଛନ୍ତି ଯେ ପ୍ରଥମେ ସେ ଏହି ଫଟୋ ଅପଲୋଡ୍ କରିବାରେ ଦ୍ୱିଧାବୋଧ କରିଥିଲେ ମଧ୍ୟ ସେ ବହୁତ ଗର୍ବିତ ଅନୁଭବ କରୁଛନ୍ତି। ସେ ଲେଖିଛନ୍ତି- 'ସତ କହିବାକୁ ଗଲେ, ଏହି ଟପ୍ ଫଟୋ ଅପଲୋଡ୍ କରିବା ମୋତେ ବହୁତ ଅସହଜ ଲାଗିଲା। କିନ୍ତୁ ମୁଁ ପ୍ରକୃତରେ ଗର୍ବିତ ଯେ ମୁଁ ଏହାକୁ ୨ ସପ୍ତାହ ମଧ୍ୟରେ ଠିକ୍‌ କରିଥିଲି। ଓଜନ ପ୍ରସଙ୍ଗ ମୋ ପାଇଁ ସବୁବେଳେ ଷ୍ଟ୍ରଗଲିଙ୍ଗ ରହିଛି।

ପେଟର ଚର୍ବି ହ୍ରାସ ପାଇଁ ସାରା ଦୁଇ ଜଣଙ୍କୁ ଶ୍ରେୟ ମଧ୍ୟ ଦେଇଛନ୍ତି। ସେ ଆହୁରି ଲେଖିଛନ୍ତି- ମୋତେ ଟ୍ରାକରେ ରଖିବା ପାଇଁ @ dr.siddhant.bhargava ଏବଂ @ food.darzee କୁ ପ୍ରକୃତରେ ଧନ୍ୟବାଦ । ଛୁଟିଦିନର କ୍ୟାଲୋରୀକୁ ବିଦାୟ, କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅନୁତାପ ସହିତ ଶାନ୍ତି ଖୋଜ। ଫିଟନେସ୍ ଏକ ଯାତ୍ରା ତେଣୁ ଜାରି ରଖନ୍ତୁ। 

 

Copyright © 2022 - Summa Real Media Private Limited. All Rights Reserved.