ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ସତ୍ୟନଗର କାଳିମନ୍ଦିର ଛକରେ ନାହିଁ ଟ୍ରାଫିକ ପୋଷ୍ଟ, ଚାରିଆଡୁ ଆସୁଛି ଗାଡ଼ି: ବିଏମ୍‌ସି, ପୁଲିସ ବିଭାଗର ପଡୁନି ଦୃଷ୍ଟି

ଭୁବନେଶ୍ୱର ୦୨/୦୭: ତିନି ପାଶ୍ୱର୍ରୁ ଗାଡି ମାଡ଼ି ଆସୁଛି । ଚାଳକମାନେ ମନଇଚ୍ଛା ଗଳାବାଟ ଖୋଜି ବାହାରିବାରେ ବ୍ୟସ୍ତ । ଟିକେ  ଆଖି ଏପଟସେପଟ ହେଲେ ଦୁର୍ଘଟଣା  ଘଟିବା ଥୟ । ବଡ଼କଥାଟି ହେଉଛି, ଏହା  ଏକ ବ୍ୟସ୍ତବହୁଳ ତିନିଛକ ବିଶିଷ୍ଟ ରାସ୍ତା  ହୋଇଥିଲେ ବି ଏଠାରେ ଅଦ୍ୟାବଧି ଟ୍ରାଫିକ୍‌  ପୋଷ୍ଟ ହୋଇପାରିନି କିମ୍ବା ଜଣେ ହେଲେ  ବି ପୁଲିସ ରହୁନାହାନ୍ତି । କୌଣସି ଉପକଣ୍ଠ  ଅଞ୍ଚଳ ନୁହେଁ ଭୁବନେଶ୍ୱର ମଧ୍ୟରେ ଥିବା ସତ୍ୟନଗର କାଳିମନ୍ଦିର ଛକରେ ଏଭଳି  ସାଘାଂତିକ ଦୃଶ୍ୟ ଦେଖିବାକୁ ମିଳିଛି । ତେଣୁ  ସ୍ମାର୍ଟସିଟିରେ ଏଭଳି ବି ଏକ ସ୍ଥାନ ଅଛି ବୋଲି  ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି।

ସତ୍ୟନଗର କାଳିମନ୍ଦିର ଛକ ସବୁ ଦୃଷ୍ଟିରୁ  ଗୁରୁତ୍ୱ ବହନ କରିଥାଏ । ଏଠାର କେନ୍ଦ୍ରୀୟ  ବିଦ୍ୟାଳୟ, ମା’ କାଳି ମନ୍ଦିର, ଶ୍ମଶାନ ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଅଛି । ଏହି ଛକଟି  ମାଷ୍ଟରକ୍ୟାଣ୍ଟିନ, ରାମମନ୍ଦିର, ରମାଦେବୀ  ବିଶ୍ୱବିଦ୍ୟାଳୟ, ମହର୍ଷି କଲେଜ, ବିଏମସି  ଅଫିସ, ବାଣୀବିହାର ରେଳଷ୍ଟେସନ, ୟୁନିଟ-୯  ରେଡ୍‌କ୍ରସ ଭବନ ଆଦି ରାସ୍ତାକୁ ସିଧାସଳଖ  ସଂଯୋଗ କରିଛି । ତେଣୁ ୨୪ଘଣ୍ଟା ଏହି ଛକ  ଦେଇ ଯାଇଥିବା ରାସ୍ତା ଚଳଚଞ୍ଚଳ ରୁହେ ।  ଏପଟେ ପ୍ରତିଦିନ କେନ୍ଦ୍ରୀୟ ବିଦ୍ୟାଳୟ,  ରମାଦେବୀ ବିଶ୍ୱବିଦ୍ୟାଳୟ ଓ ମହର୍ଷି  କଲେଜକୁ ଶହଶହ ଛାତ୍ରଛାତ୍ରୀ ଏ ରାସ୍ତା ଦେଇ  ଯିବାଆସିବା କରିଥାନ୍ତି । ସେହିପରି ସ୍ଥାନୀୟ  ଲୋକେ କାଳିମନ୍ଦିର ସହ ବିଭିନ୍ନ ବ୍ୟବସାୟିକ  ପ୍ରତିଷ୍ଠାନକୁ ମଧ୍ୟ ଆସିଥାନ୍ତି । ହେଲେ ତିନିପାଶ୍ୱର୍ରୁ  ମନଇଚ୍ଛା ଚାଳକମାନ ଗାଡି ପୂରାଉଥିବାରୁ  ସେଠାରେ ବିପଦସଙ୍କୁଳ ପରିବେଶ ସୃ୍‌ଷ୍ଟି  ହେଉଛି । କେତେବେଳେ କାହାର ଜୀବନ  ଯିବ ତାହା କହିବା ବି ମୁସ୍କିଲ ବୋଲି ସ୍ଥାନୀୟ  ଅଞ୍ଚଳରେ ରହୁଥିବା ଲୋକେ କୁହନ୍ତି ।  

କେବଳ ସେତିକି ନୁହଁ, ସାମାନ୍ୟ  ବର୍ଷା ହେଲେ କଥା ସରିଲା । ବର୍ଷା ବେଳେ  ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ତିନିଗୁଣ  ବଢିଯାଏ । କିଏ କେଉଁଆଡେ ଯିବ ବୁଦ୍ଧିବାଟ  ହଜିଯାଏ । ଫଳରେ ଦୀର୍ଘ ସମୟ ଧରି  ଏଠାରେ ଟ୍ରାଫିକ୍‌ ଜାମ୍‌ ଲାଗିରୁହେ । ଏପରିକି  ପାଦରେ ଚାଲିକି ଯିବାକୁ ଡର ଲାଗେ ବୋଲି  ଅଭିଭାବକ ଓ ବ୍ୟବସାୟୀମାନେ କୁହନ୍ତି ।  ପାଖରେ ବିଏମସି ଅଫିସ ଥିବା ବେଳେ  ମେୟର ଓ ଅଧିକାରୀମାନେ ଏ ରାସ୍ତାରେ  ଯାତାୟାତ କରିଥାନ୍ତି । ହେଲେ ସେମାନଙ୍କ  ନଜର ବି ଏଠାରେ ପଡ଼ୁନି । ତେଣୁ ବିଏମସି  ଓ କମିଶନରେଟ୍‌ ପୁଲିସ ଏଦିଗରେ ଦୃଷ୍ଟି  ଦେଇ ଏଠାରେ ଏକ ଟ୍ରାଫିକ ପୋଷ୍ଟ କରନ୍ତୁ  ବୋଲି ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.