ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନୀ ବଣ୍ଡ ସଂପର୍କିତ ତଥ୍ୟ ଦେବାକୁ ଆଉ ୪ ମାସ ସମୟ ମାଗିଲା ଏସ୍‌ବିଆଇ, ମାର୍ଚ୍ଚ ୬ ଥିଲା ଡେଡ୍‌ଲାଇନ୍‌

ନୂଆଦିଲ୍ଲୀ: ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍‌ବିଆଇ) ନିର୍ବାଚନୀ ବଣ୍ଡ ବାବଦରେ ତଥ୍ୟ ଦେବାକୁ ୩୦ ଜୁନ୍‌ ଯାଏଁ ସମୟ ମାଗିଛି । ନିକଟରେ ଇଲେକ୍ଟୋରାଲ୍‌ ବଣ୍ଡ ବା ନିର୍ବାଚନୀ ବଣ୍ଡ ସ୍କିମ୍‌କୁ ରଦ୍ଦ କରିବା ସହ ଏସବିଆଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାର୍ଚ୍ଚ ୬ ତାରିଖ ସୁଦ୍ଧା ସମସ୍ତ ରାଜନୈତିକ ପାର୍ଟିକୁ ନିର୍ବାଚନୀ ବଣ୍ଡ ଜରିଆରେ କେତେ ଚାନ୍ଦା ମିଳିଛି ସେନେଇ ବିବରଣୀ ଦେବାକୁ ଏସବିଆଇକୁ କହିଥିଲେ ସର୍ବୋଚ୍ଚ ଅଦାଲତ । ହେଲେ ଆଜି( ସୋମବାର) ଏସବିଆଇ ଏହି ତଥ୍ୟ ଦେବାକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ସମୟ ଦେବାକୁ ସୁପ୍ରିମକୋର୍ଟରେ କହିଛି । 

ନିର୍ବାଚନୀ ବଣ୍ଡ ଏସବିଆଇ ହିଁ ଜାରି କରିଥାଏ । ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ୧୫ ଫେବୃଆରୀ ୨୦୨୪ରେ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ ଏବଂ ଆରଟିଆଇର ଉଲ୍ଲଂଘନ ବୋଲି କହିବା ସହ ଏହା ଉପରେ ରୋକ ଲଗାଇ ଦେଇଥିଲେ ।  ସିଜେଆଇଙ୍କ ଅଧ୍ୟକ୍ଷତାରେ ବସିଥିବା ୫ ଜଣିଆ ଖଣ୍ଡପୀଠ ଏସବିଆଇକୁ ଏପ୍ରିଲ ୨୦୧୯ରୁ ୨୦୨୪ ଫେବୃଆରୀ ଯାଏଁ ମିଳିଥିବା ଚାନ୍ଦା ସଂପର୍କରେ ମାର୍ଚ୍ଚ ସୁଦ୍ଧା ତଥ୍ୟ ପ୍ରଦାନ କରିଥିବାକୁ ନିର୍ଦ୍ଦେଶ ଦେଇଥିଲେ ।  

ଏପରିକି ଏସବିଆଇ ପକ୍ଷରୁ ମିଳିବାକୁ ଥିବା ତଥ୍ୟକୁ ନିଜ ଓ୍ବେବସାଇଟ୍‌ରେ ଅପଲୋଡ କରିବା ଲାଗି ନିର୍ବାଚନ ଆୟୋଗଙ୍କୁ ମାର୍ଚ୍ଚ ୧୩ ତାରିଖ ଯାଏଁ ସମୟ ଦେଇଥିଲେ ସୁପ୍ରିମକୋର୍ଟ ।  ଏସବିଆଇ ନିଜ ଆବେଦନରେ ସୁପ୍ରିମକୋର୍ଟରେ କହିଛି ଯେ, ୧୨ ଏପ୍ରିଲ ୨୦୧୯ରୁ ୧୫ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ବିଭିନ୍ନ ଦଳଗୁଡ଼ିକୁ ଚାନ୍ଦା ଦେବା ଲାଗି ୨୨୨୧୭ ନିର୍ବାଚନ ବଣ୍ଡ ଜାରି କରାଯାଇଛି । 

ବିଭିନ୍ନ ଶାଖାରୁ ଜାରି ହୋଇଥିବା ନିର୍ବାଚନୀ ବଣ୍ଡଗୁଡ଼ିକୁ ବନ୍ଦ ଲଫାପାରେ ମୁମ୍ବାଇ ସ୍ଥିତ ମୁଖ୍ୟ ଶାଖାକୁ ପଠାଇ ଦିଆଯାଇଛି । ହେଲେ ସଂପୂର୍ଣ୍ଣ ତଥ୍ୟ ଏକାଠି କରିବାକୁ ହେଲେ ସୁପ୍ରିମକୋର୍ଟ ଦେଇଥିବା ୩ ସପ୍ତାହ ସମୟ ପର୍ଯ୍ୟାନ୍ତ ନୁହେଁ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି ।

  • supreme court
  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.