ଭୁବନେଶ୍ୱର – ବରିଷ୍ଠ IPS ଅଫିସର ଅରୁଣ କୁମାର ଷଡ଼ଙ୍ଗୀ OPSC ର ନୂଆ ଅଧ୍ୟକ୍ଷ ନିଯୁକ୍ତ। ଓଡ଼ିଶାର ରାଜ୍ୟପାଳ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଆଗାମୀ ୬ ବର୍ଷ ଯାଏ ସେ ଏହି ଅଧ୍ୟକ୍ଷ ଦାୟିତ୍ୱରେ ରହିବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ( ୨୭ ସେପ୍ଟେମ୍ୱର) ବିଜ୍ଞପ୍ତି ପ୍ରକାଶ ପାଇଛି।
ବର୍ତ୍ତମାନ ଅରୁଣ କୁମାର ଷଡ଼ଙ୍ଗୀ ବିପିଏସପିଏର ଅଧ୍ୟକ୍ଷ ଅଛନ୍ତି। ସେ ୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡରର ଆଇପିଏସ ଅଫିସର। ସରିତା ସୁପରକାରଙ୍କ ସ୍ଥାନରେ ଅରୁଣ ଷଡ଼ଙ୍ଗୀ OPSC ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବେ। ପୂର୍ବରୁ ସେ ଓଡ଼ିଶା ପୋଲିସ୍ ଡିଜି ଇନଚାର୍ଜ ଥିଲେ।