ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ଶାହାରୁଖଙ୍କ ଫିଲ୍ମ 'ଭୀର ଜାରା' ପୁଣି ରିଲିଜ, ଶହେ କୋଟି ଆୟ କରି ରଚିଲା ଇତିହାସ

ମୁମ୍ବାଇ,୨୧/୦୯:ବଲିଉଡ ତାରକା ଶାହାରୁଖ ଖାନ ଏବଂ ପ୍ରୀତି ଜିଣ୍ଟାଙ୍କ ଅଭିନୀତ  ୨୦ ବର୍ଷ ପୁରୁଣା ଫିଲ୍ମ 'ଭୀର ଜାରା' ପୁନଃ ରିଲିଜ୍ ପରେ ମଧ୍ୟ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି । 'ଭୀର ଜାରା' ୨୦୦୪ ମସିହାରେ ମୁକ୍ତିଲାଭ କରିଥିଲା । ଏହି ପିଲ୍ମ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଲଭଷ୍ଟୋରୀ, ଯାହା ଆଜି ବି ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଚଳଚ୍ଚିତ୍ରର ଗୀତଗୁଡ଼ିକ ଏବେ ମଧ୍ୟ ଲୋକଙ୍କ ମନରେ ଅଛି । ୟଶ ଚୋପ୍ରାଙ୍କ ନିର୍ଦ୍ଦେଶିତ ଫିଲ୍ମ ଭୀର ଜାରା ନିକଟରେ ପୁଣି ରିଲିଜ ହୋଇଥିବା ବେଳେ ଏହି ଫିଲ୍ମ ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ବ୍ୟବସାୟ କରି ଧମାକା କରିଛି ।

ତେବେ ପୁଣି ବକ୍ସ ଅଫିସରେ ଜଲୱା ଦେଖାଇଛି ଶାହାରୁଖ ଖାନ ଏବଂ ପ୍ରୀତି ଜିଣ୍ଟାଙ୍କ ପ୍ରେମ କାହାଣୀ ଚଳଚ୍ଚିତ୍ର 'ଭୀର ଜାରା' । ସେପ୍ଟେମ୍ୱର ୧୩ରେ ରିଲିଜ ହୋଇଛି ଏହି ଫିଲ୍ମ । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ 'ଭୀର ଜାରା' କଲେକ୍ନସ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ର ୨୦୩ ପ୍ରେକ୍ଷାଳୟରେ ଚାଲିଥିବା ବେଳେ ଫିଲ୍ମଟି ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଛି । ଏହି ଚଳଚ୍ଚିତ୍ରଟି ଜାତୀୟ ସିନେମା ଦିବସରେ ୯୯ ଟଙ୍କାରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ପ୍ରଥମ ସପ୍ତାହରେ ଏହି ଫିଲ୍ମ ୧୦୦ କୋଟି କ୍ଲବରେ ଏଣ୍ଟ୍ରି ମାରିଛି । ତରଣ ଆଦର୍ଶଙ୍କ ରିପୋର୍ଟ ଅନୁଯାୟୀ, 'ଭୀର ଜାରା' ପ୍ରଥମ ଦିନରେ ୨୦ ଲକ୍ଷ, ଦ୍ୱିତୀୟ ଦିନରେ ୩୨ ଲକ୍ଷ, ତୃତୀୟ ଦିନରେ ୩୮ ଲକ୍ଷ, ଚତୁର୍ଥ ଦିନରେ ୨୦ ଲକ୍ଷ, ପଞ୍ଚମ ଦିନରେ ୧୮ଲକ୍ଷ, ଷଷ୍ଠ ଦିନରେ ୧୫ ଲକ୍ଷ ଟଙ୍କା କଲେକ୍ସନ କରିଛି । ସେହିପରି ସପ୍ତମ ଦିନରେ ୧୪ ଲକ୍ଷ ଆୟ କରିଛି । ତେବେ ଫିଲ୍ମଟି ମୋଟେ ଘରୋଇ ବକ୍ସ ଅଫିସରେ ୧.୫୭ କୋଟି ଟଙ୍କା କଲେକ୍ସନ କରିଛି ଏବଂ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୦୦କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.