ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିଲଭର୍ ସ୍କ୍ରିନ୍‌ରେ ଜଲୱା ଦେଖାଇବେ ବାପା-ଝିଅ, ‘ଦ କିଙ୍ଗ୍‌’ରେ ଶାହାରୁଖଙ୍କ ସହ ସିନେ ଦୁନିଆରେ ଏଣ୍ଟ୍ରି କରିବେ ସୁହାନା

ମୁମ୍ବାଇ ୧୯/୦୪: ୨୦୨୩ରେ ବକ୍ସ ଅଫିସ୍‌ରେ ରାଜ୍‌ କରିବା ପରେ ଚବିଶରେ ସେଇ ଧାରା ବଜାୟ ରଖିବାକୁ ଯୋଜନା ଚଳାଇଛନ୍ତି କିଙ୍ଗ୍‌ ଖାନ୍‌ । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟ ହେଉଛି ‘ଦ କିଙ୍ଗ୍‌’ । ଏହି ଆକ୍ସନ୍‌-ପ୍ୟାକ୍‌ଡ ଫିଲ୍ମ ଜରିଆରେ ସିନେ ଦୁନିଆରେ ପ୍ରବେଶ କରିବେ ତାଙ୍କ ଝିଅ ସୁହାନା । ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା, ସୁହାନାଙ୍କ ପ୍ରଥମ ଫିଲ୍ମ ‘ଦ କିଙ୍ଗ୍‌’ରେ ଶାହରୁଖ୍‌ଙ୍କ ଝଲକ୍‌ ଦେଖିବାକୁ ମିଳିବ । କିନ୍ତୁ ସଦ୍ୟ ରିପୋର୍ଟ ଅନୁସାରେ, ଫିଲ୍ମରେ ଶାହରୁଖ୍‌ଙ୍କୁ ଲିଡ୍‌ ରୋଲ୍‌ ଦେବା ପାଇଁ କାହାଣୀରେ ପରିବର୍ତ୍ତନ ହୋଇଛି । 

‘କାହାନୀ’, ‘ବଦ୍‌ଲା’, ‘ଜାନେ ଜାନ୍‌’ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ସୁଜୟ ଘୋଷ ‘ଦ କିଙ୍ଗ୍‌’ର ନିର୍ଦ୍ଦେଶନା ଦାୟିତ୍ୱ ହାତକୁ ନେଇଛନ୍ତି । ଏହାର ଆକ୍ସନ୍‌ ସିକ୍ୱେନ୍ସକୁ କୋରିଓଗ୍ରାଫ୍‌ କରିବେ ସିଦ୍ଧାର୍ଥ ଆନନ୍ଦ । ‘ପଠାନ୍‌’ରେ ସେ ଶାହରୁଖ୍‌ଙ୍କ ସହ କାମ କରିଥିଲେ । ‘ଦ କିଙ୍ଗ୍‌’ର ବଜେଟ୍‌ ୨୦୦ କୋଟି ଆକଳନ କରାଯାଇଛି । କିନ୍ତୁ ଏହାଠୁ ଅଧିକ ଖର୍ଚ୍ଚ ହେବ ବୋଲି ଶୁଣିବାକୁ ମିଳୁଛି । 

ଫିଲ୍ମରେ ସୁହାନାଙ୍କ ଚରିତ୍ରର ମେଣ୍ଟର୍‌ ଭୂମିକାରେ ଶାହରୁଖ୍‌ ନଜର ଆସିବେ । ୧୯୯୪ ମସିହାର ବହୁଚର୍ଚ୍ଚିତ ହଲିଉଡ୍‌ ଆକ୍ସନ୍‌ ଫିଲ୍ମ ‘ଲିଓନ୍‌’ଠୁ ଏହା ପ୍ରେରିତ ବୋଲି ଚର୍ଚ୍ଚା ହେଉଛି । ଚଳିତ ବର୍ଷ ଶେଷ ବେଳକୁ ଫିଲ୍ମର ସୁଟିଂ ଆରମ୍ଭ ହେବ । ଆସନ୍ତା ବର୍ଷ ଏହାର ରିଲିଜ୍‌ ଯୋଜନା ରହିଛି । ସେପଟେ, ଓଟିଟିରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ଦ ଆର୍ଚିଜ୍‌’ ଜରିଆରେ ଚଳିତ ବର୍ଷ ଅଭିନୟ କ୍ଷେତ୍ରରେ ପ୍ରବେଶ କରିସାରିଛନ୍ତି ସୁହାନା । ‘ଦ କିଙ୍ଗ୍‌’ ଜରିଆରେ ସେ ପ୍ରଥମ ଥର ଥିଏଟରରେ ପଦାର୍ପଣ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.